Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଆସନ ପରେ ଏବେ ଦଳ ହରାଇବା ଭୟ ଘାରିଲାଣି ଉଦ୍ଧବଙ୍କୁ

ମୁମ୍ବାଇ,୯ ।୭: ମହାରାଷ୍ଟ୍ରରେ ଶିବସେନା ସହ ମନୋମାଳିନ୍ୟ ହୋଇ ଏକନାଥ ଶିନ୍ଦେ ସରକାର ଗଠନ ତ କରିନେଲେ । ହେଲେ ଏବେ ନିର୍ବାଚନ ଚିହ୍ନକୁ ନେଇ ଉଦ୍ଧବ ଠାକରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଗଲା ଭଳି ଲାଗୁଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ବାଚନ ଚିହ୍ନ ‘ଧନୁଷ ବାଣ’ ବା ଧନୁତୀରକୁ ନେଇ ବିବାଦ ଉପୁଜିଲାଣି । ଉଦ୍ଧବ ଏହାକୁ ଛାଡିବାକୁ ଆଦୌ ପ୍ରସ୍ତୁତ ନୁହେଁ । ଉଦ୍‌ଦବ କହିଛନ୍ତି ‘ଧନୁଷ ବାଣ’ ବା ଧନୁତୀର ଶିବସେନାର ଓ ଶିବସେନାର ହୋଇ ରହିବ । ଏବେ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି ।
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶୁକ୍ରବାର ପ୍ରଥମଥର ଲାଗି ଜନତାଙ୍କ ସାମ୍ନାକୁ ଆସିଥିଲେ । ଏହି ସମୟରେ ସେ କହିଛନ୍ତି ‘ଧନୁତୀର’ କେବଳ ଶିବସେନାର ଓ ଏହା ଶିବସେନାର ହୋଇ ରହିବ । ଏହାକୁ ନେଇ ପୁଣିଥରେ ଆଇନର ଆଶ୍ରୟ ନେଲେଣି ଉଦ୍ଧବ ଠାକରେ । ତେଣୁ ପ୍ରଥମେ ମୁଖ୍ୟମନ୍ତ୍ରୀ ପଦ ହରାଇଥିବା ଠାକରେ ଏବେ ନିର୍ବାଚନ ଚିହ୍ନକୁ ହରାଇବେ ବୋଲି ଭୟ କରୁଛନ୍ତି ।

Share