Posted inଜାତୀୟ

ବଳାତ୍କାର ନେଇ ରାଜନୀତି ଆରମ୍ଭ: ନ୍ୟାୟ ମିଳିବା ତ ଦୂର, ଭାଜପା-କଂଗ୍ରେସ ମଧ୍ୟରେ କାଦୁଆ ଫିଙ୍ଗା ଜାରି

ନୂଆଦିଲ୍ଲୀ, ୩।୧୦: ଉତ୍ତରପ୍ରଦେଶ ହାଥରସ୍‌ରେ ଘଟିଥିବା ବଳାତ୍କାର ଘଟଣା ନେଇ ଏବେ ଦେଶରେ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଭାଜପା ଏବଂ କଂଗ୍ରେସ ଏନେଇ ପରସ୍ପର ଉପରକୁ କାଦୁଅ ଫିଙ୍ଗା ଜାରି ରଖିଛନ୍ତି। ପୀଡ଼ିତା ପରିବାରଙ୍କୁ ନ୍ୟାୟ ମିଳିବା ତ ଦୂର କଥା, ମାତ୍ର ଏହି ମାମଲାରୁ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜ ଫାଇଦା ପାଇବା ଲାଗି ଅଣ୍ଟା ଭିଡ଼ିବା ଆରମ୍ଭ କରିଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପୀଡ଼ିତା ପରିବାର ସଦସ୍ୟଙ୍କୁ ଭେଟିବା ଉଦ୍ୟମ ନେଇ ଭାଜପା କହିଛି ଯେ, ରାଜସ୍ଥାନରେ ବଳାତ୍କାର ମାମଲା ଦେଶରେ ସର୍ବାଧିକ। ଏପରିସ୍ଥଳେ କଂଗ୍ରେସ ଉତ୍ତରପ୍ରଦେଶ ନ ଯାଇ ରାଜସ୍ଥାନ ମୁହାଁ ହେବା ଆବଶ୍ୟକ। ରାଜନୈତିକ ଦଳ ମଧ୍ୟରେ ବଳାତ୍କାର ମାମଲାକୁ ନେଇ ଏଭଳି ପରସ୍ପର ବିରୋଧୀ ମନ୍ତବ୍ୟ ଯୋଗୁ ପୀଡ଼ିତା ପରିବାରଙ୍କୁ ନ୍ୟାୟ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ୨୦୧୯ରେ ଦେଶରେ ୩୨ ହଜାର ୩୩ ବଳାତ୍କାର ମାମଲା ଘଟିଥିଲା। ସେଥିମଧ୍ୟରେ ରାଜସ୍ଥାନରେ ସର୍ବାଧିକ ୫ ହଜାର ୯୯୭ ଘଟଣା ଘଟିଥିଲା। ଏହାପଛକୁ ଉତ୍ତରପ୍ରଦେଶ ରହିଥିଲା। ଏଠାରେ ୩ ହଜାର ୬୫ ଘଟଣା ଘଟିଥିଲା। ସେହିପରି ମଧ୍ୟପ୍ରଦେଶରେ ୨ ହଜାର ୪୮୫, ମହାରାଷ୍ଟ୍ରରେ ୨ ହଜାର ୨୯୯ ଏବଂ କେରଳରେ ୨ ହଜାର ୨୩ଟି ଏଭଳି ଘଟଣା ଘଟିଥିଲା ବୋଲି ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟକୁ ନେଇ ଏବେ ରାଜନୈତିକ ଦଳଗୁଡ଼ିକ ପୀଡ଼ିତା ପରିବାରଙ୍କୁ ନ୍ୟାୟ ଦେବା ବଦଳରେ ପରସ୍ପର ମଧ୍ୟରେ ଲଢ଼େଇ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୫ରୁ ୨୦୧୯ ଗତ ୫ ବର୍ଷ ମଧ୍ୟରେ ଦେଶରେ ମୋଟ ଲକ୍ଷେ ୭୧ ହଜାର ୫୪୬ଟି ବଳାତ୍କାର ଘଟଣା ଘଟିଛି। ସେଥିମଧ୍ୟରୁ ୨୦୧୯ରେ ୩୨ ହଜାର ୩୩ ବଳାତ୍କାର ମାମଲା ଘଟିଥିବାବେଳେ ୨୦୧୮ରେ ୩୩ ହଜାର ୩୫୬, ୨୦୧୭ରେ ୩୨ ହଜାର ୫୫୯, ୨୦୧୬ରେ ୩୮ ହଜାର ୯୪୭ ଏବଂ ୨୦୧୫ରେ ୩୪ ହଜାର ୬୫୧ଟି ଘଟଣା ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri