ଶେଷ ହୋଇନି ମହାମାରୀ: କମଲ ହାସନ

ମୁମ୍ବାଇ,୨୨ ।୧୧: ବଲିଉଡ ଅଭିନେତା କମଲ ହାସନଙ୍କ ପ୍ରଶଂସକଙ୍କ ପାଇଁ ଏକ ଚମକାଇବା ଭଳି ଖବର ଆସିଛି । ଅଭିନେତା ନିକଟରେ ଆମେରିକାରୁ ଫେରିଥିବା ବେଳେ ସାମାନ୍ୟ ଥଣ୍ଡା ସର୍ଦ୍ଦିର ଶିକାର ହୋଇଥିଲେ । ଆଉ ଏବେ ପରୀକ୍ଷା ପରେ ସେ କରୋନାର ଶିକାର ହୋଇଛନ୍ତି । କମଲ ହାସନ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଏହା ଜାଣିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ହାସନ ଟୁଇଟ କରି ଲେଖିଛନ୍ତି, ମୁଁ ନିକଟରେ ଆମରିକା ଟୁରରୁ ଫେଣିଥିଲି । ମୋତେ ହାଲକା ଥଣ୍ଡା ସର୍ଦ୍ଦି ପରେ ଟେଷ୍ଟ କଲାରୁ କରୋନା ପଜିଟିଭ ରିପୋର୍ଟ ଆସିଛି । ତେଣୁ ଏପର୍ଯ୍ୟନ୍ତ ମହାମାରୀ ଯାଇନାହିଁ । ଆମକୁ ସବୁ ମୁହୂତ୍ତରେ ସତର୍କ ରହିବାକୁ ପଡିବ ।
୧୯୫୪ ନଭେମ୍ବର ୭ରେ ଚେନ୍ନାଇର ପରମକୁଡିରେ ଜନ୍ମ ନେଇଥିବା କମଲ ହାସନ ମାତ୍ର ୬ ବର୍ଷ ବୟସରୁ କାମ ଆରମ୍ଭ କରିଥିଲେ । ଦକ୍ଷିଣ ଭାରତ ସହ ବଲିଉଡରେ ବହୁ ଅଭୁଲା ମୁଭି ସେ ଭେଟି ଦେଇଛନ୍ତି ଦର୍ଶକଙ୍କୁ ।

Share