Categories: ଜାତୀୟ

ରାଜନୈତିକ ହିଂସା: ମମତା ସରକାର କାଠଗଡ଼ାରେ

ନୂଆଦିଲ୍ଲୀ,୨୩।୧୨: ପଶ୍ଚିମବଙ୍ଗରେ ଜାରି ରହିଥିବା ରାଜନୈତିକ ହିଂସାକୁ ନେଇ ସୁପ୍ରିମ୍‌କୋର୍ଟରେ ଏକ ମାମଲା ଦାଖଲ କରାଯାଇଛି। ଏହାକୁ ଆଇନଜୀବୀ ବିନିତ ଢଣ୍ଡା ଦାଖଲ କରିଛନ୍ତି। ରାଜ୍ୟରେ ଜାରି ରହିଥିବା ରାଜନୈତିକ ହିଂସା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ବିରୋଧୀ ଦଳ ସଦସ୍ୟଙ୍କ ସୁରକ୍ଷା ପାଇଁ ଆବେଦନରେ ଦାବି କରାଯାଇଛି। ୨୦୨୧ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ଏହା ପୂର୍ବରୁ ମମତା ସରକାରଙ୍କୁ ଭାଜପା ପକ୍ଷରୁ ଯୋଜନାବଦ୍ଧ ଭାବେ ଘେରିବା ଉଦ୍ୟମ ହେଉଥିବା ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Share