Categories: ଜାତୀୟ

ରାଜନୈତିକ ହିଂସା: ଶୁଭେନ୍ଦୁ-ତୃଣମୂଳ ସମର୍ଥକ ମୁହାଁମୁହିଁ

କୋଲକାତା,୨୩।୧୨: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି। ପୂର୍ବ ମେଦିନାପୁରରେ ଶୁଭେନ୍ଦୁ ଅଧିକାରୀ ଏବଂ କେତେକ ତୃଣମୂଳ କଂଗ୍ରେସ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ତଳେ ଶୁଭେନ୍ଦୁ ତୃଣମୂଳରୁ ଇସ୍ତଫା ଦେଇ ଭାଜପାରେ ଯୋଗଦେଇଥିଲେ। ତୃଣମୂଳ କର୍ମୀ ଏନେଇ ଉତ୍ତେଜିତ ହୋଇ ଆକ୍ରମଣ କରିଥିବା ଶୁଭେନ୍ଦୁ ଅଭିଯୋଗ କରିଛନ୍ତି। ଇତିମଧ୍ୟରେ ଶୁଭେନ୍ଦୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜେଡ୍‌ ବର୍ଗର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଶୁଭେନ୍ଦୁ ଏବଂ ତୃଣମୂଳ କର୍ମୀଙ୍କ ମଧ୍ୟରେ ଘଟିଥିବା ହିଂସା ଯୋଗୁ ରାଜ୍ୟର ରାଜନୈତିକ ସ୍ଥିତି ପୁଣି ବିଗିଡ଼ିଥିବା କୁହାଯାଉଛି।

Share