Posted inଜାତୀୟ

ନୀତୀଶଙ୍କୁ ଟାର୍ଗେଟ କଲେ ପ୍ରଶାନ୍ତ କିଶୋର, କହିଲେ ୧୯୯୦ ଭଳି ରହିଛି ୨୦୨୨ର ବିହାର, ୩୦-୪୦ ବର୍ଷରେ କିଛି ବି ବଦଳି ନାହିଁ

ପାଟନା,୩ ।୧୦: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ରବିବାର ୨ ଅକ୍ଟୋବର ଅର୍ଥାତ୍ ଗାନ୍ଧୀ ଜୟନ୍ତୀରେ ପଶ୍ଚିମ ଚମ୍ପାରନ ଜିଲାର ଭିତିହାରବା ସ୍ଥିତ ଗାନ୍ଧୀ ଆଶ୍ରମରୁ ତାଙ୍କର ‘ଜନ ସୁରାଜ’ ପଦଯାତ୍ର ଆରମ୍ଭ କରିଛନ୍ତି । ଏହି ସମୟରେ ସେ ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ବିହାର ଆଜିବି ୧୯୯୦ ଭଳି ରହିଛି । ୩୦-୪୦ ବର୍ଷରେ କିଛି ବି ପରିବର୍ତ୍ତନ ହୋଇନାହିଁ ।
ପ୍ରଶାନ୍ତ କିଶୋର କହିଛନ୍ତି, ଆମେ ୩୦-୪୦ ବର୍ଷ ହେବ ଶୁଣି ଆସିଛୁ ଯେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ସୁଧାର ଆସିବ । ହେଲେ ରାଜ୍ୟରେ କିଛି ବି ବଦଳି ନାହିଁ । ୧୯୯୦ରେ ବିହାର ସବୁଠାରୁ ଗରିବ ଓ ସବୁଠାରୁ ପଛୁଆ ରାଜ୍ୟ ଥିଲା । ଆଜି ୨୦୨୨ରେ ବି ସେହି ସ୍ଥିତିରେ ରହିଛି ବିହାର । ଲୋକେ ରାଜ୍ୟ ଛାଡି ବାହାର ରାଜ୍ୟକୁ ଚାଲି ଯିବାକୁ ଶ୍ରେୟ ମଣୁଛନ୍ତି ।
ସୂଚନାଯୋଗ୍ୟ, ପ୍ରଶାନ୍ତ କିଶୋରଙ୍କ ‘ଜନ ସୁରାଜ’ ପଦଯାତ୍ରା ୩,୫୦୦ କିଲୋମିଟର ଦୂର ଅତିକ୍ରମ କରିବ । ସେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟୁଇଟ କରି ଲେଖିଛନ୍ତି, ଦେଶର ସବୁଠାରୁ ଗରିବ ଓ ପଛୁଆ ରାଜ୍ୟ ବିହାରରେ ବ୍ୟବସ୍ଥା ପରିବର୍ତ୍ତନର ଦୃଢ ସଂକଳ୍ପ, ପ୍ରଥମ ମହତ୍ୱପୂର୍ଣ୍ଣ ପଦକ୍ଷେପ ସମାଜର ସହଯୋଗରେ ଏକ ନୂଆ ଓ ଭଲ ରାଜନୈତିକ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ଆଗାମୀ ୧୨-୧୫ ମାସ ମଧ୍ୟରେ ବିହାରର ସହର, ଗାଁ ଓ ଗଳିରେ ୩୫୦୦ କିଲୋମିଟର ପଦଯାତ୍ରା, ଭଲ ଓ ବିକଶିତ ବିହାର ପାଇଁ ପ୍ରଶାନ୍ତ କାମ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri