Posted inଜାତୀୟ

ନ୍ୟାୟପାଳିକା ସେମାନଙ୍କର କାର୍ଯ୍ୟସୂଚୀକୁ ସମର୍ଥନ କରୁ ବୋଲି ରାଜନୈତିକ ଦଳ ଚାହୁଁଛନ୍ତି, ସିଜେଆଇଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨।୭ : ଗଣତନ୍ତ୍ରରେ ନ୍ୟାୟପାଳିକାର ଭୂମିକା ସମ୍ପର୍କରେ ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଏନ.ଭି ରମନା ତାଙ୍କ ମତ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ ରାଜନୈତିକ ଦଳ ମଧ୍ୟରେ ଏକ ଭୁଲ ଧାରଣା ରହିଛି ଯେ ନ୍ୟାୟପାଳିକା ସେମାନଙ୍କ କାର୍ଯ୍ୟକୁ ସମର୍ଥନ କରିବା ଉଚିତ। ଦେଶର ପ୍ରଧାନ ବିଚାରପତି ଏନ.ଭି ରମନା କହିଛନ୍ତି ଯେ ନ୍ୟାୟପାଳିକା ହେଉଛି ଏକ ସ୍ବାଧୀନ ଅଙ୍ଗ ଯାହା କେବଳ ସମ୍ବିଧାନ ପାଇଁ ଉତ୍ତରଦାୟୀ ଏବଂ କୌଣସି ରାଜନୈତିକ ଦଳ କିମ୍ବା କୌଣସି ବିଚାରଧାରା ପାଇଁ ନୁହେଁ।

ଭାରତର ପ୍ରଧାନ ବିଚାରପତି ଏନ.ଭି ରମନା କହିଛନ୍ତି ଦେଶର ରାଜନୈତିକ ଦଳ ମଧ୍ୟରେ ଧାରଣା ରହିଛି ଯେ ନ୍ୟାୟପାଳିକା ସେମାନଙ୍କର ରାଜନୈତିକ ଏଜେଣ୍ଡାକୁ ଆଗେଇ ନେବା ଉଚିତ। ଯୁକ୍ତରାଷ୍ଟ୍ରର କାଲିଫର୍ନିଆର ସାନ ଫ୍ରାନ୍ସିସ୍କୋରେ ଇଣ୍ଡୋ-ଆମେରିକୀୟ ଆସୋସିଏସନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରମନା ଏହା କହିଛନ୍ତି।

ପ୍ରଧାନ ବିଚାରପତି କହିଛନ୍ତି, ଆମେ ଚଳିତ ବର୍ଷ ସ୍ବାଧୀନତାର ୭୫ ତମ ବର୍ଷ ପାଳନ କରୁଛୁ। ଆମର ଗଣତନ୍ତ୍ର ଇତି ମଧ୍ୟରେ ବହୁ ପଥ ଅତିକ୍ରମ କରିଛି। କିନ୍ତୁ ମୋତେ ଦୁଃଖର ସହିତ କହିବାକୁ ପଡୁଛି ଯେ ପ୍ରତ୍ୟେକ ଅନୁଷ୍ଠାନ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ଭୂମିକା ଏବଂ ଦାୟିତ୍ୱକୁ ସମ୍ପୂର୍ଣ୍ଣରୂପେ ପାଳନ କରିବା ଶିଖି ନାହାନ୍ତି।

କ୍ଷମତାରେ ଥିବା ଦଳ ବିଶ୍ୱାସ କରନ୍ତି ଯେ ପ୍ରତ୍ୟେକ ସରକାରୀ କାର୍ଯ୍ୟ ନ୍ୟାୟିକ ସମର୍ଥନ ପାଇବାକୁ ଯୋଗ୍ୟ। ବିରୋଧୀ ଦଳ ଆଶା କରନ୍ତି ଯେ ନ୍ୟାୟପାଳିକା ସେମାନଙ୍କର ରାଜନୈତିକ ସ୍ଥିତି ଏବଂ କାରଣକୁ ଆଗକୁ ବଢ଼ାଇବା ଆବଶ୍ୟକ।

ସେ କହିଛନ୍ତି ଯେ ସମ୍ବିଧାନ ଏବଂ ଗଣତନ୍ତ୍ରର ବୁଝାମଣାର ଅଭାବରୁ ଏଭଳି ସ୍ଥିତି ସୃଷ୍ଟି ହେଉଛି। ସାଧାରଣ ଜନତାଙ୍କ ମଧ୍ୟରେ ଏହା ଏକ ସାର୍ବଜନୀନ ଅଜ୍ଞତା ଯାହା ଏହିପରି ଶକ୍ତିର ସାହାଯ୍ୟ କରିବାକୁ ଆସୁଛି ଯାହାର ଉଦ୍ଦେଶ୍ୟ ହେଉଛି ଏକମାତ୍ର ସ୍ବାଧୀନ ଅଙ୍ଗ ଅର୍ଥାତ୍‌ ନ୍ୟାୟପାଳିକାକୁ ନଷ୍ଟ କରିବା। ସେ କହିଛନ୍ତି ଯେ କେବଳ ନ୍ୟାୟପାଳିକା ସମ୍ବିଧାନ ପାଇଁ ଉତ୍ତରଦାୟୀ। ଆମକୁ ଭାରତରେ ସାମ୍ବିଧାନିକ ସଂସ୍କୃତିର ପ୍ରଚାର କରିବାକୁ ହେବ।

ପ୍ରଧାନ ବିଚାରପତି ତାଙ୍କ ଅଭିଭାଷଣରେ ସହନଶୀଳତା ଏବଂ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ନିଜେ ଆମେରିକାର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକାର ସମାଜର ସହନଶୀଳତା ଏବଂ ଅନ୍ତର୍ଭୁକ୍ତ ପ୍ରକୃତି ହିଁ ବିଶ୍ୱର ସର୍ବୋତ୍ତମ ପ୍ରତିଭାଙ୍କୁ ଆକର୍ଷିତ କରିବାରେ ସକ୍ଷମ ହୋଇଛି, ଯାହା ପରବର୍ତ୍ତୀ ସମୟରେ ଏହାର ବିକାଶରେ ସହାୟକ ହେଉଛି। ବିଭିନ୍ନ ପୃଷ୍ଠଭୂମିରୁ ଯୋଗ୍ୟ ପ୍ରତିଭାଙ୍କୁ ସମ୍ମାନ କରିବା ମଧ୍ୟ ଆତ୍ମବିଶ୍ୱାସ ବଜାୟ ରଖିବା ପାଇଁ ଜରୁରୀ। ଅନ୍ତର୍ଭୁକ୍ତତା ସମାଜରେ ଏକତାକୁ ମଜବୁତ କରେ ଯାହା ଶାନ୍ତି ଏବଂ ପ୍ରଗତିର ଚାବି କାଠି। ଆମକୁ ବିଭାଜନ କରୁଥିବା ବିଷୟ ନୁହେଁ, ଆମକୁ ଏକତ୍ର କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri