Posted inଜାତୀୟ

ନିର୍ବାଚନୀ ପ୍ରତିଶ୍ରୁତି ପୂରଣରେ ବିଫଳତା ପାଇଁ ଦାୟୀ ନୁହନ୍ତି ରାଜନୈତିକ ଦଳ, ହାଇକୋର୍ଟଙ୍କ ରାୟ…

ଆହ୍ଲାବାଦ, ୧୯।୩ : ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଛନ୍ତି ଯେ ନିର୍ବାଚନ ଘୋଷଣାପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବା ପାଇଁ ରାଜନୈତିକ ଦଳଗୁଡ଼ିକୁ ଦାୟୀ କରାଯାଇ ପାରିବ ନାହିଁ। ଏକ୍ଷେତ୍ରରେ ଆଇନ ଅନୁଯାୟୀ କୌଣସି ଦଣ୍ଡବିଧାନର ବ୍ୟବସ୍ଥା ନାହିଁ।

ଜଷ୍ଟିସ ଦୀନେଶ ପାଠକଙ୍କ ନେତୃତ୍ୱରେ ଗଠିତ ଏକ ଡିଭିଜନ ବେଞ୍ଚ ସ୍ପଷ୍ଟ କରିଛି ଯେ ନିର୍ବାଚନରେ ପ୍ରଦାନ କରାଯାଇଥିବା ପ୍ରତିଶ୍ରୁତି ପାଳନରେ ବିଫଳତା ଲାଗି ଲୋକ ପ୍ରତିନିଧୀ ଅଧିନିୟମ ୧୯୫୧ ଅନୁଯାୟୀ କୌଣସି ରାଜନୈତିକ ଦଳକୁ ଦାୟୀ କରାଯାଇପାରିବ ନାହିଁ। ଖୁର୍ସିଦୁର ରହମାନ ଏସ୍‌. ରହମାନଙ୍କ ପକ୍ଷରୁ ସିଆରପିସି ଧାରା ୧୫୬ (୩) ଅନୁଯାୟୀ ଏକ ଆବେଦନ ଦାଖଲ କରାଯାଇଥିଲା।

ଏଥିରେ ଅଭିଯୋଗ ହୋଇଥିଲା ଯେ ୨୦୧୪ ନିର୍ବାଚନ ସମୟରେ ଭାଜପାର ତତ୍‌କାଳୀନ ଅଧ୍ୟକ୍ଷ ଅମିତ ଶାହାଙ୍କ ଭୋଟରଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଘୋଷଣା ପତ୍ରରେ ଦର୍ଶାଯାଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ଦଳ ବିଫଳ ହୋଇଥିଲା। ଅଭିଯୋଗ ହୋଇଛି ଯେ ଶାହା ଠକେଇ, ବିଶ୍ୱାସଘାତକତା, ଅସାଧୁତା, ମାନହାନୀ, ବଦନାମ ତଥା ମିଥ୍ୟା ପ୍ରଲୋଭନ ଭଳି ଅପରାଧ କରିଛନ୍ତି।

ଅବଶ୍ୟ, ଅକ୍ଟୋବର ୨୦୨୦ରେ ଟ୍ରାଏଲ କୋର୍ଟରେ ଆଲିଗଡ଼ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏହି ଆବେଦନକୁ ଖାରଜ କରିଥିଲେ। ନିମ୍ନ ଅଦାଲତ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ବରିଷ୍ଠ ଆଇନଜୀବୀ ମନୀଷ ଗୋଏଲ (ଅତିରିକ୍ତ ଆଡଭୋକେଟ ଜେନେରାଲ) ଆଡଭୋକେଟ ଏ.କେ ସାଣ୍ଡଙ୍କ ମାଧ୍ୟମରେ ଯୁକ୍ତି ଦର୍ଶାଇଥିଲେ ଯେ ଆବେଦନ ଆଧାରରେ ଟ୍ରାଏଲ କୋର୍ଟ ଦ୍ୱାରା ବିଚାର ପାଇଁ ଶାହାଙ୍କ ବିରୋଧରେ କୌଣସି ଅପରାଧ ଦର୍ଶାଯାଇନାହିଁ। ଏହାସହ ଯୁକ୍ତି କରାଯାଇଥିଲା ଯେ ନିର୍ବାଚନ ଘୋଷଣା ପତ୍ରରେ ଦିଆଯାଇଥିବା ସର୍ତ୍ତଗୁଡିକ ପୂରଣ ନହେବା କୌଣସି ଆଇନର ଅଧୀନରେ ଆସେ ନାହିଁ। ତେଣୁ ଏହାକୁ କୌଣସି ନିୟମ ଅନୁଯାୟୀ କାର୍ଯ୍ୟକାରୀ କରାଯାଇପାରିବ ନାହିଁ। କୋର୍ଟ କହିଛନ୍ତି ଯେ ଘୋଷଣା ପତ୍ର-୨୦୧୪ରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନହେବା ଆଇନ ଦୃଷ୍ଟିରେ ଅପରାଧ ନୁହେଁ।

 


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri