ଇସ୍ରାଏଲ୍‌ରେ ରାଜନୈତିକ ସଙ୍କଟ: ୨ ବର୍ଷରେ ଚତୁର୍ଥ ଥର ପାଇଁ ନିର୍ବାଚନ ମୁହାଁ ଦେଶ

ଜେରୁଜେଲମ୍‌,୨୩।୧୨: ଇସ୍ରାଏଲ୍‌ରେ ଏବେ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ଦେଶର ସଂସଦକୁ ଭଙ୍ଗ କରି ଦିଆଯାଇଛି। ଫଳରେ ୨ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ଦେଶ ପୁଣି ନିର୍ବାଚନ ମୁହାଁ ହୋଇଛି। ସିନେଟ୍‌ରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ବାର୍ଷିକ ବଜେଟକୁ ପାରିତ କରାଇବାରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ସରକାର ବିଫଳ ହୋଇଥିବାରୁ ସଂସଦ ଭଙ୍ଗ କରାଯାଇଛି। ଏବେ ଦେଶରେ ନିର୍ବାଚନ ୨୦୨୧ ମାର୍ଚ୍ଚ ୨୩ରେ ଅନୁଷ୍ଠିତ ହେବ। ଦେଶରେ ଜାରି ରହିଥିବା ରାଜନୈତିକ ସଙ୍କଟ ନେଇ ନେତ୍ୟାନାହୁଙ୍କ ସହଯୋଗୀ ଦଳ ବ୍ଲୁ ଆଣ୍ଡ୍‌ ହ୍ବାଇଟ୍‌ ପାର୍ଟିର ନେତା ବେନି ଗେଣ୍ଟଜ୍‌ ଶାସକ ଦଳ ଉପରେ ଦୋଷାରୋପ କରିଛନ୍ତି। ନେତାନ୍ୟାହୁ ନିଜର ୭ ମାସର ସରକାରକୁ ସୁରକ୍ଷିତ ରଖିପାରି ନ ଥିବା ଗେଣ୍ଟଗ୍‌ ଅଭିଯୋଗ କରିଛନ୍ତି।

Share