ଠିକା କାମ, ରାଜନୈତିକ ଶତ୍ରୁତା ମୁଖ୍ୟ କାରଣ

ଖଲ୍ଲିକୋଟ,୨୨ା୧୦(ଡି.ଏନ.ଏ.): ଖଲ୍ଲିକୋଟ ଥାନା ରାଇପଡା ରାସ୍ତାରେ ଭିକାପଡା ଗ୍ରାମର ଅଘରି ନାହାକ ଓରଫ ହଟିଆ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଭିକାପଡାର ସୁରଜ ଦଳେଇ ଓରଫ ବାବୁ ଓ ମୁରଲୀଧର ସାହୁଙ୍କୁ ଶୁକ୍ରବାର ଗିରଫ କରିଛି। ୨୦୨୦ରେ ଭିକାପଡା ଗ୍ରାମର ସମିତି ସଭ୍ୟ ମୁରଲୀଧର ଓ ଅଘରୀଙ୍କ ମଧ୍ୟରେ ରାଜନୀତି ଓ ଠିକା କାମକୁ ନେଇ ଶତ୍ରୁତା ଲାଗି ରହିଥିଲା। ତେଣୁ ମୁରଲୀ ହଟିଆକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରି ସୁରଜ ଦଳେଇ, ସାଗର ସାହୁ, ରାଜେଶ ଯାନୀ ଏବଂ ଅନ୍ୟ କେତେଜଣଙ୍କୁ ସୁପାରୀ ଦେଇଥିଲା। ୩ ଲକ୍ଷ ଟଙ୍କା ସୁପାରୀ ଦେବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏକ ଲକ୍ଷ ଟଙ୍କା ଦେଇଥିବା ସୂଚନା ମିଳିଛି। ଶୁକ୍ରବାର ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ପ୍ରଦାନ କରିଥିଲେ। ଗତ ୬.୧୨.୨୦୨୧ ରାତିର ଭିକାପଡାର ଅଘରି ନାହାକ ଓ କୈରାଶି ଗ୍ରାମର ରାଜେଶ ଏକ ବାଇକ ଯୋଗେ କୁରୁମିପୁରଠାରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ସିଆଳିଆପାଟ ରାଇପଡା ରାସ୍ତାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗଛ କାଟି ରାସ୍ତା ଅବରୋଧ କରିଥିଲେ। ହଟିଆ ଏବଂ ରାଜେଶ ସେଠାରେ ଅଟକିବା ମାତ୍ରେ ଲୁଚି ରହିଥିବା ଦୁର୍ବୁତ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଅଘରିଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ରାଜେଶଙ୍କୁ କଟକ ବଡ଼ ମେଡ଼ିକାଲ ପଠାଯାଇଥିଲା। ଏ ସମ୍ପର୍କରେ ଖଲ୍ଲିକୋଟ ଥାନା ନଂ. ୭୩୬/୨୧ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ସିଆଳିଆପାଟ ରାମଚନ୍ଦ୍ରପୁର ଗ୍ରାମର ସାଗର ସାହୁଓ ଘୋଡାପଡା ଗ୍ରାମର ରାଜେଶ ଯାନୀଙ୍କୁ ପୋଲିସ ଗିରଫ କରିଥିଲା। ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏସଡିପିଓଙ୍କ ତତ୍ତ୍ୱାବଧାନରେ ଖଲ୍ଲିକୋଟ ଆଇଆଇସିଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ। ଏସଆଇ ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ଗୋଟିଏ ଟିମ ଓ ଏସଆଇ ହିମାଂଶୁ ପାତ୍ରଙ୍କ ନେତୃତ୍ୱରେ ଦୁଇଟି ଟିମ ମୁମ୍ବାଇ ଓ ଭୋପାଲ ଯାଇ ସୁରଜ ଓ ମୁରଲୀଙ୍କୁ ଗିରଫ କରିଥିଲେ। ଖଲ୍ଲିକୋଟ ଆଣିବା ପରେ ଶୁକ୍ରବାର ପୋଲିସ ସିନ ରିକରେଶନ କରି ସେଠାରେ ଲୁଚାଇ ରଖିଥିବା ଦୁଇଟି ଖଣ୍ଡା ଓ ଗୋଟିଏ ୭ ଏମ୍‌ଏମ୍‌ ପିସ୍ତଲ, ୨ ଗୋଟି ଗୁଳି ଜବତ କରିଥିଲା। ଗତ ଜୁନ ୧୬ରେ ସୁରଜ ଦଳେଇ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ ନେଇ ତାର ବଡ଼ ବାପା ପୁଅ ବିରେନ ଦଳେଇକୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ଗୁଳି ଫୁଟାଇଥିଲା। ଏ ସମ୍ପର୍କରେ ଖଲ୍ଲିକୋଟ ଥାନା ନଂ.୩୩୪/୨୨ରେ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ତେବେ ଠିକା କାମ ଓ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଥାନାଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri