ରାଜନୈତିକ ସାମର୍ଥ୍ୟ

ବିହାରରେ ଜାତି ଆଧାରିତ ଜନଗଣନା ରିପୋର୍ଟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସଂରକ୍ଷଣ ବ୍ୟବସ୍ଥାକୁ ବଢ଼ାଇ ୬୫ପ୍ରତିଶତ କରିବାକୁ ପ୍ରସ୍ତାବ ରଖିଛନ୍ତି। ଏହାକୁ ନେଇ ସମଗ୍ର ଭାରତବର୍ଷରେ ଚିନ୍ତା ପ୍ରକଟ କରାଯାଇଛି। ଏହା କିପରି ଲାଗୁ କରାଯାଇପାରିବ ତା’ର ରୂପରେଖ ମଧ୍ୟ ଆଗତୁରା ସେ ପ୍ରସ୍ତୁତ କରିଛନ୍ତି। ନୀତୀଶ ତାଙ୍କ ପ୍ରସ୍ତାବରେ ବିହାରରେ ସଂରକ୍ଷଣ ବ୍ୟବସ୍ଥାର ସୀମା ୫୦ରୁ ୬୫ କରିବା ପାଇଁ ପ୍ରସ୍ତାବ ରଖି ଭାରତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି।
ଭାରତୀୟ ସମ୍ବିଧାନ ପ୍ରଣୟନ ବେଳେ ଅନୁସୂଚିତ ଜନଜାତିର ଉତ୍‌ଥାନ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଯେଉଁ ସଂରକ୍ଷଣ କରାଯାଇଥିଲା, ତାହା ମାତ୍ର ୧୦ ବର୍ଷ ପାଇଁ ବ୍ୟବସ୍ଥା ରଖିବାକୁ କୁହାଯାଇଥିଲା। ଦେଖାଗଲା ଯେ ପ୍ରଥମ ଓ ଦ୍ୱିତୀୟ ପଞ୍ଚବାର୍ଷିକ ନିର୍ବାଚନ ପରେ ପ୍ରକୃତରେ ଏହି ଜାତିର ଉତ୍‌ଥାନ ଯେତିକି ସମ୍ଭବ ହେଉ ବା ନ ହେଉ ରାଜନୈତିକ ଦଳ ପାଇଁ ଏହା ଏକ ମହାର୍ଘ ସୁଯୋଗ ଆଣି ଦେଉଛି। ଯାହାକୁ ଏବେ ନିର୍ବାଚନୀ ଭୋଟ ବ୍ୟାଙ୍କ ବୋଲି କୁହାଯାଉଛି। ଯେଉଁ ଦଳ ସରକାରକୁ ଆସନ୍ତୁ ନା କାହିଁକି ଏହି ଭୋଟ ବ୍ୟାଙ୍କକୁ ୧୦ବର୍ଷ ପରେ ନ ଭାଙ୍ଗି ବରଂ ବୃଦ୍ଧି କରିବାକୁ ଚାହିଁଲେ। ଏତେବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟରମାନଙ୍କୁ କରାୟତ୍ତ କରିବା ସହଜ ନ ଥିଲା ବେଳେ ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ଭୋଟରମାନଙ୍କୁ କରାୟତ୍ତ କରିବା ସମ୍ଭବ ବୋଲି ରାଜନୀତିଜ୍ଞମାନେ ଭାବିନେଲେ। ଏହିଭଳି ଯଦି ୩୩% ଭୋଟରଙ୍କୁ କୌଣସି ଦଳ ସୁିନିଶ୍ଚିତ କରିପାରିଲା ତେବେ ତା’ର ବିଜୟ ସୁନିଶ୍ଚିତ। ଏହିଭଳି ମାନସିକତା ଭାରତୀୟ ରାଜନୀତିରେ ଭି.ପି. ସିଂଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ଏକ ଭୟାବହ ବିସ୍ଫୋରଣ ସୃଷ୍ଟି କରିଥିଲା। ଜନ ଆନ୍ଦୋଳନକୁ ଦମନକରି ସେ ଓବିସି ସଂରକ୍ଷଣ ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ସାମିଲ କରିଦେଲେ। ୧୯୮୯ରେ ଭି.ପି. ସିଂ ଯେଉଁ ସଂରକ୍ଷଣ ନୀତିକୁ ଆପଣେଇନେଲେ, ତାହା କ’ଣ ଭାରତବାସୀ ସେତେବେଳେ ଚାହୁଁଥିଲେ ନା ଆନ୍ଦୋଳନ ଜରିଆରେ ଦାବି କରିଥିଲେ। କଥା ହେଉଛି ଭାରତୀୟ ଜନସାଧାରଣଙ୍କୁ ସ୍ବଚ୍ଛ ଶାସନର ରାଜନୈତିକ ଗ୍ୟାରେଣ୍ଟି ଦେବାପାଇଁ ଏଭଳି ନେତୃବୃନ୍ଦଙ୍କର କୌଣସି ସାମର୍ଥ୍ୟ ନ ଥିଲା। ତେଣୁ ଗୋଟାଏ ବିରାଟ ଜାତିଗତ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ସଂରକ୍ଷଣ ନୀତିକୁ ଆପଣେଇଥିଲେ। କିନ୍ତୁ ଭାରତ ପାଇଁ ଆବଶ୍ୟକତାକୁ ଦୂରେଇ ଦେଇଥିବାରୁ ସେ ବେଶିଦିନ ଶାସନ କରି ପାରି ନ ଥିଲେ। ମାତ୍ର ଗୋଟିଏ ବର୍ଷ ପରେ ସରକାର ଭାଙ୍ଗିଯାଇଥିଲା। ଆମେ ଯଦି ନିରପେକ୍ଷ ଭାବେ ଦେଖିବା ଆରମ୍ଭରୁ ଏଯାବତ୍‌ ସରକାର ଅନୁସୂଚିତ ଜନଜାତି, ବା ସଂରକ୍ଷିତ ଜାତି ପାଇଁ ଯେତେ ଯୋଜନା ପ୍ରଣୟନ କଲେଣି ରାଜକୋଷରୁ ଯେତେ ଅର୍ଥ ବ୍ୟୟ ହେଲାଣି, ତା’ର ସୁଫଳ କ’ଣ ସେହି ସଂରକ୍ଷିତ ବର୍ଗ ପାଇଛନ୍ତି? ଯଦି ପାଇଥାଆନ୍ତେ ତେବେ ରାଜୀବ ଗାନ୍ଧୀ ଏଥି ପୂର୍ବରୁ ପ୍ରଧାନମନ୍ତ୍ରୀ ହେବା ପରେ ଅନୁଭବ କରି କହି ନ ଥାଆନ୍ତେ ଯେ ଗରିବ ଜନସାଧାରଣଙ୍କ ପାଇଁ କେନ୍ଦ୍ରୀୟ ରାଜକୋଷରୁ ଯେତେ ଅର୍ଥ ଯାଉଛି ତାହା ପ୍ରକୃତରେ ଲୋକଙ୍କ ପାଖରେ ୧୦୦ ଭାଗରୁ ମାତ୍ର ୨୦ ଭାଗ ପହଞ୍ଚୁଛି। ସେଥିପାଇଁ ସେ କ୍ଷୋଭ ପ୍ରକାଶ କରିଥିଲେ। ପ୍ରତି ସରକାର ଶାସନ କଳକୁ ସଜାଡିବାର ସାମର୍ଥ୍ୟ ହରାଇ ବସିଥିଲେ ହେଁ, ଜାତିଗତ ସଂରକ୍ଷଣବାଦକୁ ଆଶ୍ରୟ କରି ସରକାରରେ ତିଷ୍ଠିବାକୁ ଉପାୟ ଅବଲମ୍ବନ କରିବା କଥାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଦେଖିବାକୁ ଗଲେ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ପି.ଭି. ନରସିଂହରାଓ ସଂରକ୍ଷଣବାଦକୁ ଭୁଲି ଦେଶର ଢାଞ୍ଚାଗତ ପରିବର୍ତ୍ତନ ପାଇଁ ଉଦ୍ୟମ କରିଥିଲେ। ତା’ପରେ ଅଟଳବିହାରୀ ବାଜପେୟୀଙ୍କ ଅମଳରୁ ଅନ୍ୟ ଏକ ଯୁଗ ଆରମ୍ଭ ହୋଇଥିଲା। ଜନସାଧାରଣ ଯେତେବେଳେ ଦେଖିଲେ ସଂରକ୍ଷଣବାଦ ସୁଦୃଢ଼ ହେବାରେ ଲାଗିଛି ଏବଂ ଏଥିରୁ ଶାସକ ଦଳ ନିର୍ବାଚନୀ ଫାଇଦା ହାସଲ କରୁଛନ୍ତି ସେତେବେଳେ ବିଭିନ୍ନ ଜାତିର ବା ଗୋଷ୍ଠୀର ଚତୁର ନେତୃବୃନ୍ଦ ବାଦ୍‌ ପଡିଥିବା ଜାତିକୁ ସଂରକ୍ଷଣରେ ସାମିଲ କରିବା ନେଇ ଆନ୍ଦୋଳନ ସୃଷ୍ଟି କରି ଚାଲିଛନ୍ତି। ମାୟାବତୀ କିଛିଦିନ ଧରି ଯେଉଁ ଫାଇଦା ହାସଲ କଲେ ସେହିଭଳି ଏକ ନୀତିକୁ ଆପଣେଇବା ପାଇଁ ନୀତୀଶଙ୍କ ଭଳି କିଛି ନେତୃତ୍ୱକାରୀ ବ୍ୟକ୍ତି ଅଦ୍ଭୁତ ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି। ଏବେ ଯାହା ଜଣାପଡୁଛି ସଂରକ୍ଷଣବାଦକୁ ହଟାଇବା ପାଇଁ କୌଣସି ରାଜନୈତିକ ଦଳ ଆଉ ଇଚ୍ଛାପ୍ରକଟ କରିବେ ନାହିଁ। ଯେଉଁ ଦଳ ଚାହିଁବ ସେ ଦଳ ଶାସନକୁ ଆସିପାରିବ ନାହିଁ। ଭାରତୀୟ ଜନସାଧାରଣ ଗଣତନ୍ତ୍ରପ୍ରେମୀ ହୋଇଥିଲେ ହେଁ ସେମାନେ ଏବେ ସୁବିଧାବାଦୀ ହୋଇ ପଡିଛନ୍ତି। ଅଧିକାଂଶ ଜନତା ରାଜନୈତିକ ଅଜ୍ଞତାକୁ ଦୂରେଇ ଦେଇ ପାରି ନାହାନ୍ତି। ତେଣୁ ଚତୁର ରାଜନୀତିଜ୍ଞ ସଂରକ୍ଷଣବାଦ ଭଳି ସ୍ବାର୍ଥନ୍ବେଷୀ ନୀତିକୁ ପ୍ରତିଷ୍ଠା କରିବା ପାଇଁ ଆଗଭର ହୋଇ ବାହାରି ପଡିଛନ୍ତି। ସମ୍ପ୍ରତି ଭାରତୀୟ ରାଜନୀତିରେ ସଂରକ୍ଷଣବାଦ ଏକମାତ୍ର ଭରସା , ଭାରତୀୟ ମାନଙ୍କୁ ସନ୍ତୁଷ୍ଟ କରିବାର ପାଇଁ। କାରଣ ଦେଶରେ ବା ଶାସନ କ୍ଷେତ୍ରରେ ଯେଉଁମାନେ ସ୍ବଚ୍ଛତା, ନୀତିନିଷ୍ଠତା, ଜନକଲ୍ୟାଣକାରୀ ବ୍ୟବସ୍ଥା, କୁହାଯାଉଥିବା ଧର୍ମ ନିରପେକ୍ଷତା ସୃଷ୍ଟି କରିବାରେ ଅସମର୍ଥ ସେହିମାନେ ହିଁ ସଂରକ୍ଷଣକୁ ନେଇ ବଞ୍ଚିପାରିବେ ବୋଲି ମନେକରନ୍ତି। ତେଣୁ ବିହାରରେ ନୀତୀଶ କୁମାର ଏହିଭଳି ଏକ ଉପାୟ ଅବଲମ୍ବନ କରି ନିଜର ଶାସନଗାଦିକୁ ସ୍ଥିର କରିବାକୁ ଚାହିଁଛନ୍ତି।
ସମ୍ପ୍ରତି ଦେଖିବାକୁ ଗଲେ ଭାରତୀୟ ରାଜନୀତିରେ ଏବେ ଯେଉଁ ରାଜନୈତିକ ଅସ୍ଥିରତା, ଦେଶ ବିରୋଧୀ ସ୍ଲୋଗାନ, ଦେଶରେ ଶାସନ ବିରୋଧୀ, ସମ୍ବିଧାନ ବିରୋଧୀ ରାଜନୈତିକ ଯୁଦ୍ଧ ଦେଖିବାକୁ ମିଳୁଛି, ତା’ର ମୂଳ କାରଣ ହେଉଛି ଜାତିଗତ ସନ୍ତୁଷ୍ଟୀକରଣ ବା ସଂରକ୍ଷଣବାଦୀଙ୍କୁ ସୁରକ୍ଷା ଦେବା। ପରୋକ୍ଷରେ ଦେଶର କଲ୍ୟାଣ ପାଇଁ କାହାରି ଅନ୍ତର କାନ୍ଦୁ ନାହିଁ। ଏପରିକି ଶାସନ ଗାଦିୀକୁ ଅକ୍ତିଆର କରିବା ପାଇଁ କିଛି ରାଜନୈତିକ ଦଳ ଦେଶ ବାହାରୁ ଶକ୍ତି ଆହରଣ କରୁଥିବା ଦେଖା ଯାଉଛି। ବିଭିନ୍ନ ରାଜ୍ୟର ଶାସକମାନେ ରାଜକୋଷକୁ ନିଜର ସମ୍ପତ୍ତି ମନେକରି ପକେଟସ୍ଥ କରୁଥିବା ବେଳେ, ଧରାପଡିଗଲେ ସେମାନେ କହୁଛନ୍ତି ଯେ ରାଜନୈତିକ ଆକ୍ରୋଶରୁ ତାଙ୍କୁ ହଇରାଣ କରାଯାଉଛି। ତାଙ୍କ କଥାକୁ ମଧ୍ୟ ଦଳେ ଲୋକ ସମର୍ଥନ କରୁଥିବା ଦେଖାଯାଉଛି। ଦାଗୀ, ଭ୍ରଷ୍ଟାଚାରୀମାନେ ନିର୍ବାଚନ ଲଢି ଶାସନକୁ ଅକ୍ତିଆର କରି ନେଉଥିବାର କାରଣ ଏହି ସଂରକ୍ଷଣବାଦ। ରାଜନୈତିକ ନେତୃବୃନ୍ଦ ଜାଣିଗଲେଣି ଯେ ବିନା ଟଙ୍କାରେ ବିନା ପ୍ରଲୋଭନରେ,ବିନା ସନ୍ତୁଷ୍ଟୀକରଣରେ ଭୋଟ ହାସଲ କରି ହେବ ନାହିଁ। ତେଣୁ ସେମାନେ ନିର୍ବାଚନୀ ବବସ୍ଥାକୁ ସେତେ ଗୁରୁତ୍ୱ ଦେଉନାହାନ୍ତି। ରାଜନୈତିକ ଦଳର ମୁଖିଆ ଜାଣିଗଲେଣି ଅର୍ଥବଳ, ବାହୁବଳ ନ ଥିବା ଲୋକ ନିର୍ବାଚନରେ ଜିତି ପାରିବ ନାହିଁ। ସେଥିପାଇଁ ଯାବତୀୟ ଭ୍ରଷ୍ଟାଚାର, ଅନୀତିକୁ ପ୍ରଶ୍ରୟ ଦିଆହେଉଛି। ଜନସାଧାରଣ ଯଦି ସଚେତନ ହୋଇ ନିରପେକ୍ଷତା ତଥା ଦେଶର କଲ୍ୟାଣ କଥା ଚିନ୍ତା କରନ୍ତେ ଏବଂ ରାଜନୈତିକ ଅଭିସନ୍ଧିକୁ ବୁଝିବାକୁ ଚେଷ୍ଟା କରନ୍ତେ ତେବେ ଚତୁର ରାଜନେତା, ରାକନୈତିକ ଦଳଗୁଡିକ ଧରାଶାୟୀ ହୋଇ ପଡ଼ନ୍ତା। ଭାରତର ପ୍ରକୃତ ବିକାଶ ହେବ ନେତାମାନଙ୍କର ଭୋଟବ୍ୟାଙ୍କକୁ ଭାଙ୍ଗିଦେଲେ। ଏହା ଏକ ବ୍ୟାଧିରେ ପରିଣତ ହୋଇଯାଇଛି।

  • ହରେକୃଷ୍ଣ ପଣ୍ଡା
    ଯାଜପୁର, ମୋ:୯୪୩୭୩୧୫୬୨୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri