Categories: ଜାତୀୟ

ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ

ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୬ରୁ ଦେଶରେ କରୋନା ପ୍ରତିଷେଧକ ଟିକାଦାନ ପ୍ରକ୍ରିୟା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୭ଠାରୁ ଆରମ୍ଭ ହେବାକୁ ଥିବା ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଉପରେ ସରକାରଙ୍କ ପକ୍ଷରୁ ରୋକ ଲଗାଯାଇଛି। ଏହି ଦିନଟିକୁ ଜାତୀୟସ୍ତରରେ ପୋଲିଓ ଟିକାକରଣ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ୫ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଥାଏ। ତେବେ କରୋନା ଟିକାକରଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପୋଲିଓ ଟିକାକରଣକୁ ସ୍ଥଗିତ ରଖାଯାଇଛି ବୋଲି ବୁଧବାର କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେବେ ପୋଲିଓ ଟିକାକରଣ ପୁଣି ଆରମ୍ଭ ହେବ ସେ ନେଇ ମନ୍ତ୍ରଣାଳୟ ପକ୍ଷରୁ କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ।

 

Share