ବଢୁଛି ପୋଲିଓ ମାମଲା

ଇସଲାମାବାଦ,୨୮ା୧୧: ସୋମବାର ପାକିସ୍ତାନରେ ପୋଲିଓ ବିରୋଧୀ ଏକ ନୂତନ ଅଭିଯାନ ଆରମ୍ଭ ହୋଇଛି। ପିଲାମାନଙ୍କ ମଧ୍ୟରେ ପୋଲିଓ ମାମଲା ଦ୍ରୁତ ଗତିରେ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି।

ଏହା ହେଉଛି ଚଳିତ ବର୍ଷର ଷଷ୍ଠ ଅଭିଯାନ ଏବଂ ଏହା ପାଞ୍ଚ ଦିନ ଧରି ଚାଲିବ। ଯାହା ବିପଦପୂର୍ଣ୍ଣ ଅଞ୍ଚଳରେ ୫ବର୍ଷରୁ କମ୍‌ ପିଲାମାନଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

Share