Posted inଜାତୀୟ

ଏକ ଦେଶ ଏକ ନିର୍ବାଚନ

ଭାରତରେ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍‌ଶନ’ ବା ‘ଏକ ଦେଶ ଏକ ନିର୍ବାଚନ’ ପ୍ରସଙ୍ଗକୁ ନେଇ ଚାରିଆଡ଼େ ଗରମାଗରମ ଆଲୋଚନା ହେଉଛି। ୧୮ ସେପ୍ଟେମ୍ବର ୨୦୨୪ରେ କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିବା ପରେ ଏହାର ସପକ୍ଷବାଦୀ ଓ ବିପକ୍ଷବାଦୀ ନିଜର ମତ ଉପସ୍ଥାପନ କରିଚାଲିଛନ୍ତି। ପ୍ରଥମରେ ଲୋକ ସଭା ସହ ସବୁ ରାଜ୍ୟ ବିଧାନସଭାର ନିର୍ବାଚନ କରାଇବା ପାଇଁ ପ୍ରସ୍ତାବ ରହିଛି। ଏହାର ୧୦୦ ଦିନ ଭିତରେ ଅନ୍ୟସବୁ ସଂସ୍ଥା ଯେଉଁଥିରେ ସାଧାରଣ ଭୋଟର ମତଦାନ କରିଥାଆନ୍ତି ଯଥା ପଞ୍ଚାୟତ ଓ ମ୍ୟୁନିସିପାଲିଟି ଇତ୍ୟାଦିରେ ନିର୍ବାଚନ କରାଇବା ଲାଗି ବ୍ୟବସ୍ଥା କରାଯାଇଛି। ହେଲେ ଏଥିରେ ରାଜ୍ୟ ସଭା କିମ୍ବା ବିଧାନ ପରିଷଦ ନିର୍ବାଚନ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ମତ ପ୍ରକାଶ ପାଇନାହିଁ।

ଦେଶରେ ଏକକାଳୀନ ନିର୍ବାଚନ ସମ୍ପର୍କରେ ସରକାରଙ୍କ ପ୍ରଥମ ଯୁକ୍ତି ହେଲା ଏହାଦ୍ୱାରା ବିବିଧ ନିର୍ବାଚନ ପାଇଁ ହେଉଥିବା ବିପୁଳ ଖର୍ଚ୍ଚକୁ ରୋକାଯାଇପାରିବ। ଦ୍ୱିତୀୟରେ ବାରମ୍ବାର ନିର୍ବାଚନ ହେଉଥିବାରୁ ସରକାରରେ ଥିବା ରାଜନେତାମାନେ ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରଚାରରେ ମାତୁଛନ୍ତି; ଯଦ୍ଦ୍ବାରା ଶାସନ ନୀତି ଓ ବୈଧାନିକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏକାଥରେ ନିର୍ବାଚନ ହୋଇଗଲେ ବାରମ୍ବାର ମତଦେବାକୁ ଯାଇ କ୍ଳାନ୍ତି ଅନୁଭବ କରୁଥିବା ଭୋଟର ମଧ୍ୟ ଆଶ୍ୱସ୍ତ ହେବେ। ଏଥିସହିତ ‘ଚାଲ ଭୋଟ ଦେଇଦେବା’ ଭଳି ଉତ୍ସାହ ସେମାନଙ୍କଠାରେ ଜନ୍ମିପାରେ। ଫଳରେ ନିର୍ବାଚନରେ ଭୋଟରଙ୍କ ଅଂଶଗ୍ରହଣ ବୃଦ୍ଧି ପାଇପାରେ ବୋଲି ସପକ୍ଷବାଦୀ କହୁଛନ୍ତି। ଅନ୍ୟପକ୍ଷରେ ବିପକ୍ଷବାଦୀଙ୍କ ଯୁକ୍ତି ହେଲା ଏଭଳି ପଦକ୍ଷେପ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିବ। ଲୋକ ସଭା ଓ ବିଧାନସଭା ନିର୍ବାଚନରେ ବିଶେଷକରି ଜାତୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଗୁରୁତ୍ୱ ପାଇଥାଏ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୬୭ ପରଠାରୁ ବିଭିନ୍ନ ସମୟରେ ବିଧାନସଭା ଭଙ୍ଗ ହେଉଥିବାରୁ ସାଧାରଣ ନିର୍ବାଚନ ବୋଲି କୌଣସି ନିର୍ବାଚନ ରହି ନାହିଁ। ସ୍ବାଧୀନତା ପରେ ସାଧାରଣ ନିର୍ବାଚନର ଅର୍ଥ ଏକସଙ୍ଗେ ଲୋକ ସଭା ଓ ସବୁ ବିଧାନସଭା ନିର୍ବାଚନକୁ ବୁଝାଉଥିଲା। ତାହା କ୍ରମଶଃ ରାଜନୈତିକ ଅସ୍ଥିରତା ଯୋଗୁ ଭାଙ୍ଗି ଚାଲିଲା। ଏପରିକି କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୫୬ ଲାଗୁ କରି ରାଜ୍ୟ ବିଧାନସଭାକୁ ଭାଙ୍ଗିବା ଯୋଗୁ ଗଣତାନ୍ତ୍ରିକ ଉପାୟରେ ଗଢ଼ି ଉଠିଥିବା ସରକାରର ବିଲୟ ଘଟିଛି। ସେଥିପାଇଁ ସଦ୍ୟ ନିର୍ବାଚନର ଆବଶ୍ୟକତା ପଡ଼ିଥିଲା। ସେହିପରି ଶାସକ ଦଳ ଭିତରେ ଫାଟ ସୃଷ୍ଟି ହେଉଥିବା ବେଳେ କିଛି ବିଧାୟକ ଅନ୍ୟ ଦଳକୁ ଡେଇଁ ପଡ଼ିବା ଯୋଗୁ ସରକାର ଅସ୍ଥିର ହୋଇଯାଇଥାଏ। ଏଭଳି ଅସ୍ବାଭାବିକତାକୁ ରୋକିବା ଲାଗି ଆଣ୍ଟି ଡିଫେକ୍ସନ ଆଇନ ଥିଲେ ମଧ୍ୟ ବାଚସ୍ପତିଙ୍କ ନିଷ୍ପତ୍ତି ନିର୍ଣ୍ଣାୟକ ହୋଇଥାଏ। ଯେହେତୁ ସାଧାରଣରେ ବାଚସ୍ପତି ଶାସକ ଦଳର ହୋଇଥାଆନ୍ତି, ସେଥିପାଇଁ ଅଧିକାଂଶ ସମୟରେ ତାଙ୍କ ନିଷ୍ପତ୍ତି ଶାସକ ଗୋଷ୍ଠୀ ସପକ୍ଷରେ ଯାଇଥାଏ। ପୁଣି ଏକକାଳୀନ ନିର୍ବାଚନ କଥା କୁହାଯାଇ ଖର୍ଚ୍ଚ କମିବ ବୋଲି ଯାହା ଦର୍ଶାଯାଉଛି ତାହା ମଧ୍ୟ ଯୁକ୍ତିଯୁକ୍ତ ନୁହେଁ। କୌଣସି ବିଧାନସଭାର ଆୟୁଷ ୫ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ତାହାର ଅବଧି ଶେଷର ବହୁପୂର୍ବରୁ ଭାଙ୍ଗିଗଲେ ସଦ୍ୟ ନିର୍ବାଚନ କରିବାକୁ ପଡ଼ିଥାଏ। ଏଭଳି ସ୍ଥଳେ ଲୋକ ସଭା ନିର୍ବାଚନ ସହ ସବୁ ବିଧାନସଭାକୁ ନେଇ ଯିବା ଅତ୍ୟନ୍ତ କଷ୍ଟକର ବ୍ୟାପାର।

ରାମନାଥ କୋବିନ୍ଦ କମିଟିର ସୁପାରିସ ଅନୁଯାୟୀ, ଯଦି କୌଣସି ଲୋକ ସଭା କିମ୍ବା ବିଧାନସଭା ୫ ବର୍ଷ ପୂର୍ଣ୍ଣ କାର୍ଯ୍ୟକାଳ ଶେଷ ପୂର୍ବରୁ ଭାଙ୍ଗିଯାଏ, ତାହା ହେଲେ ବାକି ଥିବା ସମୟ ପାଇଁ ନିର୍ବାଚନ ହେବ। ତେବେ ବିଧାନସଭାର ଅବଧି ପରବର୍ତ୍ତୀ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ରହିବ। ଉଦାହରଣ ସ୍ବରୂପ ୨୦୨୫ ବେଳକୁ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଯେଉଁ ପାର୍ଟି ସରକାର ଗଢ଼ିବ ତାହାର କାର୍ଯ୍ୟକାଳ ୨୦୨୯ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ଅର୍ଥାତ୍‌ ମାତ୍ର ୪ ବର୍ଷ ପାଇଁ ରହିବ। ସେହିପରି ୨୦୨୭ରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଅବଧି ରହିବ ମାତ୍ର ଦୁଇବର୍ଷ। ଅନୁରୂପ ଭାବେ ୨୦୨୮ରେ କର୍ନାଟକ ବିଧାନସଭା ନିର୍ବାଚନରେ ଯେଉଁ ଦଳ ଜିତି ସରକାର ଗଢ଼ିଲେ ମଧ୍ୟ ତାହାର ଅବଧି କେବଳ ୧୨ ମାସ ପାଇଁ ରହିବ। ଏଠାରେ ମନେରଖିବାକୁ ହେବ ଯେ, ଏହି ସମସ୍ୟା କେବଳ ୨୦୨୯ ଲୋକ ସଭା ନିର୍ବାଚନ ସହିତ ଶେଷ ହେଉନାହିଁ। ପରବର୍ତ୍ତୀ ସମୟରେ ଏହି ପ୍ରକାର ସମସ୍ୟା ଲାଗି ରହିବ।

କେନ୍ଦ୍ର ସରକାର କ୍ୟାବିନେଟରେ ଏକକାଳୀନ ନିର୍ବାଚନକୁ ଅନୁମୋଦନ କରି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେବା ନେଇ ଅନେକ ଆହ୍ବାନ ରହିଛି। ପ୍ରଥମେ ଉଭୟ ସଂସଦ ଓ ବିଧାନସଭାଗୁଡ଼ିକର ସହମତିରେ ସମ୍ବିଧାନ ସଂଶୋଧନ ଆଣିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅଭିଭାଷଣ ବେଳେ ଏକକାଳୀନ ନିର୍ବାଚନ ପ୍ରତିଶ୍ରୁତି ପାଳନ କରାଯିବ ବୋଲି କହିଥିଲେ। ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ଅଧିକ ଆସନ ଥିଲେ ମଧ୍ୟ ସମ୍ବିଧାନ ସଂଶୋଧନ ଲାଗି ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଦରକାର। ୫୪୩ ସଦସ୍ୟ ବିଶିଷ୍ଟ ଲୋକ ସଭାରେ ଏନ୍‌ଡିଏ ପାଇଁ ୩୬୪ ଭୋଟ ଦରକାର। ଅଷ୍ଟାଦଶ ଲୋକ ସଭାରେ ଏହାର ରହିଛି ମାତ୍ର ୨୯୩ ଆସନ। ସେହିପରି ରାଜ୍ୟ ସଭାରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ ଲାଗି ୧୬୪ ଭୋଟ ଦରକାର। କିନ୍ତୁ ଏନ୍‌ଡିଏର ଏବେ ରହିଛି ୧୨୧ ସିଟ୍‌। ତେଣୁ ଏହି ନୀତିକୁ ଗୃହୀତ କରିବା ଲାଗି ଅଣ-ଏନ୍‌ଡିଏର ସହାୟତା ନେବାକୁ ପଡ଼ିବ। ଅତଏବ ଖୁବ୍‌ ଶୀଘ୍ର ସମ୍ବିଧାନ ସଂଶୋଧନ କରାଯାଇ ଏକକାଳୀନ ନିର୍ବାଚନ କରାଇବା ଏତେ ସହଜ ଓ ଯୁକ୍ତିଯୁକ୍ତ ମନେହେଉ ନାହିଁ।

ରିପୋର୍ଟ: ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri