ଲୋକେ ମାସ୍କ୍‌ ନ ପିନ୍ଧିଲେ ପୋଲିସ ପାଇବେ ଦଣ୍ଡ…

ଲକ୍ଷ୍ନୌ,୧୪।୪: କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ଉପରେ ଗୁରୁତ୍ୱାରୋପ କରାଯାଉଛି। ଏନେଇ ଉତ୍ତରପ୍ରଦେଶର ଆହ୍ଲାବାଦ୍‌ ହାଇକୋର୍ଟ ପକ୍ଷରୁ ମାସ୍କ୍‌ ପିନ୍ଧି ନ ଥିବା ଅମାନିଆଙ୍କ ଲାଗି ପୋଲିସ ଉପରେ ଦଣ୍ଡାଦେଶ କରାଯିବ ବୋଲି କୁହାଯାଇଛି। ରାସ୍ତାରେ ଏଭଳି ଅମାନିଆ ବୁଲୁଥିବାର ନଜର ଆସିଲେ ସମ୍ପୃକ୍ତ ଅଞ୍ଚଳରେ ମୃତୟନ ଥିବା ପୋଲିସଙ୍କ ଉପରେ ଆଇନ ଅବମାନନା କରୁଥିବା ଦର୍ଶାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋର୍ଟଙ୍କ ଆଦେଶ ଯୋଗୁ ରାଜ୍ୟର ପୋଲିସ ବାବୁଙ୍କ ସମସ୍ୟା ବୃଦ୍ଧି ପାଇଛି। ମୁତୟନ ଥିବା ପୋଲିସ ମାସ୍କ୍‌ ପିନ୍ଧିବା କଟକଣା ମାନୁ ନ ଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ କରିବା ସହିତ ଅନ୍ୟାନ୍ୟ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।

Share