ପୋଲିସ ଗାଡ଼ି ପୋଡ଼ି ଘଟଣା: ପହଞ୍ଚିଲେ ଡିଆଇଜି

ଚଣ୍ଡିଖୋଲ, ୭।୩ (ଡି.ଏନ୍‌.ଏ): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ଠାରେ ଶନିବାର ଗୋଷ୍ଠୀ ସଂଘର୍ଷ ଓ ପୋଲିସ ଭ୍ୟାନ ପୋଡିଘଟଣା ନୂଆ ମୋଡ ନେଇଛି। ପୋଲିସ ଶନିବାର ରାତିରେ ୨୧ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି। ଡିଆଇଜି ଜୟ ନାରାୟଣ ପଙ୍କଜ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛନ୍ତି।