ପ୍ରକୃତି ମିଶ୍ରଙ୍କ ଘରେ ପୋଲିସ ଟିମ୍‌

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ମାମଲା ଥମିବାର ନାଁ ନେଉନାହିଁ। ଆଜିକୁ ପ୍ରାୟ ୩ଦିନ ହେଲାଣି ଏହି ଘଟଣା ଦିନକୁ ଦିନ ଚର୍ଚ୍ଚା ଜୋର ଧରିଛି। ନିକଟରେ ବାବୁସାନଙ୍କ ସ୍ତ୍ରୀ ପ୍ରକୃତିଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ତେବେ ମଙ୍ଗଳବାର ପ୍ରକୃତିଙ୍କ ଭୁବନେଶ୍ୱର ଘରେ ଖାରବେଳନଗରର ଏକ ପୋଲିସ ଟିମ୍‌ ପହଞ୍ଚିଛନ୍ତି। ପଚରାଉଚରା ପାଇଁ ପୋଲିସ ଟିମ୍‌ ଆସିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଶନିବାର ଅଭିନେତା ବାବୁସାନ ଏବଂ ପ୍ରକୃତିଙ୍କ ଏକ ଭିଡ଼ିଓ ଭାଇରାଲ ହେଇଥିଲା। ଯେଉଁଥିରେ ବାବୁସାନଙ୍କ ସ୍ତ୍ରୀ ପ୍ରକୃତିଙ୍କୁ ମାଡ଼ ମାରୁଥିବାର ନଜର ଆସିଥିଲା। ଯାହାକୁ ନେଇ ଚର୍ଚ୍ଚା ହେଉଥିଲା। ସେବେଠୁ ଦୁହେଁ ଚେନ୍ନାଇ ଚାଲିଯାଇଥିବା ଭୁବନେଶ୍ୱର ଫେରିବା ନାଁ ଧରୁ ନାହାନ୍ତି। ଏବେ ବାବୁସାନ କେଉଁଠି ଅଛନ୍ତି ତାହା କାହାକୁ ଜଣା ନ ଥିବା ବେଳେ ଚେନ୍ନାଇରେ ଥିବା ପ୍ରକୃତିଙ୍କ ନିକଟକୁ ପରିବାର ସଦସ୍ୟ ଯାଇଥିବା ଜଣାପଡ଼ିଛି।