ପୋଲିସ କମିଶନ ନେଉଛି: ମନ୍ତ୍ରୀ

ଭୁବନେଶ୍ୱର,୨୪।୧(ବ୍ୟୁରୋ):ରାଜ୍ୟରେ କେତେକ ଘଟଣାରେ ପୋଲିସ ଏବଂ ଓକିଲମାନେ ଏସ୍‌ସି/ଏସ୍‌ଟି ମାମଲାଗୁଡ଼ିକରେ କମିଶନ ନେଉଛନ୍ତି। ସୋମବାର ସ୍ଥାନୀୟ ରୋଟାରୀ ଭବନରେ ଆଇନ ସେବା ସଂସ୍ଥା କ୍ଲାପ୍‌ ପକ୍ଷରୁ ଆୟୋଜିତ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କହିଛନ୍ତି। ମନ୍ତ୍ରୀଙ୍କ ଅଭିଭାଷଣର ଭିଡିଓ ଭାଇରାଲ ହେବା ପରେ, ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ନିଜ ଅଭିଭାଷଣରେ ମନ୍ତ୍ରୀ ବେହେରା କହିଥିଲେ, ଯଦି କାହା ସହିତ କାହାର ଶତ୍ରୁତା ଅଛି, ତେବେ ତାକୁ ଏସ୍‌ସି/ଏସ୍‌ଟି ଆଟ୍ରୋସିଟି ମାମଲାରେ କେମିତି ଫସାଇ ହେବ, ସେହି ଅନୁସାରେ ସରପଞ୍ଚ, ସମିତିସଭ୍ୟ କିମ୍ବା ଜିଲା ପରିଷଦ ସଭ୍ୟ ଚେଷ୍ଟା କରିଥାନ୍ତି। ମାମଲାକୁ ଥାନାକୁ ଆଣିଥାନ୍ତି। ଏପଟେ ଥାନା ବାବୁ ଗୋଟେ ପଟେ ପଲିଟିକାଲ ପ୍ରେସର ଏବଂ ଅନ୍ୟପଟେ ମାମଲାକୁ ଦେଖି କ’ଣ କରିବେ ଜାଣି ପାରନ୍ତି ନାହିଁ। ଘରୋଇ ହିଂସା ଏବଂ ଯୌତୁକ ନିର୍ଯାତନା ଭଳି ମାମଲାଗୁଡ଼ିକର ଏବେ ଏସ୍‌ଡିଓ ସ୍ତରରେ ତଦାରଖ କରାଯିବ। ଏଥିସହିତ ଜଣେ ମାଜିଷ୍ଟ୍ରେଟ(ତହସିଲ୍‌ଦାର) ଘଟଣାର ତର୍ଜମା କରି ପୀଡ଼ିତାଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ବୁଝିବା ସହ ତାଙ୍କୁ ଆଶ୍ୱାସନା ଦେବେ। ସାଧାରଣତଃ ପୋଲିସକୁ ଦେଖି ଲୋକେ ଡରି ଯାଆନ୍ତି ଏବଂ ଅଧିକାଂଶ ମାମଲା ପୋଲିସ ନିକଟକୁ ଆସି ନ ଥାଏ। ହେଲେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଏଭଳି ଅଭିଯୋଗ ଅଧିକ। କେତେଜଣ ଯୁକ୍ତି ବାଢ଼ିପାରନ୍ତି ଯେ ଓଡ଼ିଶାରେ ବଳାତ୍କାର ଏବଂ ମହିଳା ଅତ୍ୟାଚାର ମାମଲା ଅନ୍ୟ ରାଜ୍ୟ ତୁଳନାରେ ଅଧିକ। ମୁଁ ତାଙ୍କ କଥାକୁ ଗ୍ରହଣ କରିବି। କାରଣ ଗତ ୬ ମାସର ରିପୋର୍ଟକୁ ଅନୁଧ୍ୟାନ କଲେ ଅନ୍ୟ ରାଜ୍ୟରେ ଏହିସବୁ ମାମଲା ଅଧିକାଂଶ ରିପୋର୍ଟ ହେଉନାହିଁ। ବିଶେଷକରି ମହିଳା, ଶିଶୁ କିମ୍ବା ଏସ୍‌ସିଏସ୍‌ଟି କେସ୍‌ରେ ଅପରପକ୍ଷ ପ୍ରଭାବଶାଳୀ ଥିବାରୁ ଅନେକେ ଅଭିଯୋଗ କରିବାକୁ ଭୟ କରନ୍ତି। ହେଲେ ଆମ ରାଜ୍ୟରେ ଲୋକମାନେ ସାହସ କରୁଛନ୍ତି ରିପୋର୍ଟ କରିବାକୁ। କେତେକ କ୍ଷେତ୍ରରେ ମାମଲା ମିଥ୍ୟାରେ କରାଯାଉଥିବା ଦେଖିବାକୁ ମିଳୁଛି। ଯଦି କେହି ଏହାକୁ ବ୍ୟକ୍ତିଗତ ଆକ୍ଷେପ ବୋଲି ନ ଭାବିବେ ତେବେ କହିବାକୁ ଚାହିଁବି ଯେ, କେତେକ ଆଇନଜୀବୀ ପୀଡ଼ିତାଙ୍କୁ କୁହନ୍ତି, ତୁତ ୨ଲକ୍ଷ ପାଇବୁ, ମୋତେ ଯଦି ୨୦ ରୁ ୩୦ ହଜାର ଦେବୁ ତାହହେଲେ ମୁଁ ତୋ ମାମଲାକୁ କେମିତି ସତରେ ପରିଣତ କରିହେବ ସେନେଇ ବ୍ୟବସ୍ଥା କରିବି। ତେବେ ପୀଡ଼ିତା ଦେଖିୁଛି ଯଦି ସେ ୨ଲକ୍ଷ ଟଙ୍କା ପାଉଛି, ସେ ଆଉ ଅନ୍ୟ କିଛି ଚିନ୍ତା କରୁନି। ସେ ଭାବୁଛି ଯେ, ତା’ ପାଇଁ ୨ଲକ୍ଷ ଟଙ୍କା ଓକିଲ ଲଢ଼ିକିି କରିଦେଲେ। ସରକାରଙ୍କ କ୍ଷତିପୂରଣ ଯୋଜନା ସମ୍ପର୍କରେ ସେ କିଛି ଜାଣୁ ନାହିଁ। ଯଦି ତାକୁ ୫୦ ହଜାର ବି ମିଳୁଛି ତେବେ ସେ ଖୁସି ହୋଇଯାଉଛି। ୨ ଲକ୍ଷ ମିଳିଲେ ସେଥିରୁ କିଛି ଓକିଲ ଆଉ ପୋଲିସ ନେଇଯାଉଛନ୍ତି। ଏହା କହିବାର କାରଣ ଯେ, ଏମିତି ଅନେକ ଅଭିଯୋଗ ମୋ ପାଖକୁ ଆସିଛି। ଆପଣମାନେ ଲିଗାଲ ଆଡଭାଇଜର ଅଛନ୍ତି
ଏବଂ ପୀଡ଼ିତାଙ୍କୁ ସେବା ଯୋଗାଉଛନ୍ତି। ତେଣୁ ଏହିସବୁ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ମିଥ୍ୟା ଅଭିଯୋଗଗୁଡ଼ିକ ଯେପରି ସତ୍ୟରେ ପରିଣତ ନ ହେବ, ସେଥିପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ମନ୍ତ୍ରୀ ବେହେରା କହିଛନ୍ତି।
ବିଭାଗୀୟ ମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ଏବେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୃହ ବିଭାଗ ଦାୟିତ୍ୱରେ ରହିଥିବା ମନ୍ତ୍ରୀ ପୋଲିସ ଏବଂ ଆଇନଜୀବୀଙ୍କ ବିରୋଧରେ ଏଭିଳି ଟିପ୍ପଣୀ ଦେବାକୁ ନେଇ ଉଭୟ ବିରୋଧୀ ଏବଂ ଆଇନଜୀବୀମାନେ ନିନ୍ଦା କରିଛନ୍ତି। ଏନେଇ ବରିଷ୍ଠ ଆଇନଜୀବୀ ଚିତ୍ତ ଦାସ କହିଛନ୍ତି, ଓକିଲ ତାଙ୍କ କାମ କରିବେ ସେହି ଅନୁସାରେ ସେମାନେ ଫି’ ନେବେ। ସେଥିରେ କାହାର କହିବାକୁ ଅଧିକାର ନାହିଁ। କିନ୍ତୁ ପୋଲିସ ବାହାର ଲୋକଙ୍କଠୁ ଟଙ୍କା ନେବାର ଅଧିକାର ନାହିଁ। ପୋଲିସ ଟଙ୍କା ନେଉଥିବା ନିଜେ ମନ୍ତ୍ରୀ ତୁଷାରକାନ୍ତି ବେହେରା ମାନୁଛନ୍ତି। ତେଣୁ ୫-ଟି ସରକାରରେ ଓଡ଼ିଶା ପୋଲିସ କ’ଣ କରୁଛି ବୋଲି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ତ୍ରୀ ତାଙ୍କ ବିଭାଗକୁ ପ୍ରଥମେ ସମ୍ଭାଳନ୍ତୁ। ବେଆଇନ ବାଣ ଦୋକାନରେ ନିଆଁ ଲାଗିଲେ କିମ୍ବା ଷଣ୍ଢ ମରିଗଲେ ସରକାର ଟଙ୍କା ଦେଉଛନ୍ତି। ହେଲେ ଓକିଲଙ୍କ ମୃତ୍ୟୁ ହେଲେ ସରକାର ଟଙ୍କା ଦେଉନାହାନ୍ତି। ତେଣୁ ଓକିଲଙ୍କ ଟଙ୍କା ଉପରେ ମନ୍ତ୍ରୀ କାହିଁକି ଦୃଷ୍ଟି ରଖିଛନ୍ତି। ସେ ପ୍ରଥମେ ପୋଲିସ କଥା ବୁଝନ୍ତୁ ବୋଲି ଆଇନଜୀବୀ ଦାସ କହିଛନ୍ତି। ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ବରିଷ୍ଠ ନେତା ଶରତ ରାଉତ କହିଛନ୍ତି ଯେ, ମନ୍ତ୍ରୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଅସତ୍ୟ ନୁହେଁ। ମନ୍ତ୍ରୀ ହିସାବରେ ସେ ତାଙ୍କ ସରକାରଙ୍କ ପ୍ରକୃତ ଚିତ୍ର ଓ ମୁଖା ଖୋଲିଛନ୍ତି, ସେଥିପାଇଁ ତାଙ୍କୁ ଧନ୍ୟବାଦ ବୋଲି ରାଉତ କହିଛନ୍ତି। ଭିଡିଓ ଭାଇରାଲ ସମ୍ପର୍କରେ ମନ୍ତ୍ରୀ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ମୋ ବକ୍ତବ୍ୟରେ କିଛି ନାହିଁ। କ୍ଷତିଗ୍ରସ୍ତଙ୍କ ପାଇଁ ଓଡ଼ିଶା ସରକାର କ୍ଷତିପୂରଣ ଯୋଜନା(ସାକାର) ପୋର୍ଟାଲ କରିଛନ୍ତି। ମୋ ପାଖକୁ କିଛି ଜାଗାରୁ ଅଭିଯୋଗ ଆସୁଛି। କେତେକ ସ୍ଥାନରେ କ୍ଷତିଗ୍ରସ୍ତଙ୍କ ଅଜ୍ଞତା ଯୋଗୁ ପଞ୍ଚାୟତ ଏବଂ ବ୍ଲକସ୍ତରରେ ପୀଡ଼ିତମାନେ ସେମାନଙ୍କ କ୍ଷତିପୂରଣ ପାଇପାରୁ ନାହାନ୍ତି। ସେଥିପାଇଁ ଅଧିକ ସଚେତନ କରାଯିବାର ଆବଶ୍ୟକ ବୋଲି ମୁଁ କହିଛି। ମୋ କଥାକୁ ଭିନ୍ନ ଢ଼ଙ୍ଗରେ ଉପସ୍ଥାପନ କରାଯାଉଛି ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri