ପୋଲିସ କମିଶନ ନେଉଛି: ମନ୍ତ୍ରୀ

ଭୁବନେଶ୍ୱର,୨୪।୧(ବ୍ୟୁରୋ):ରାଜ୍ୟରେ କେତେକ ଘଟଣାରେ ପୋଲିସ ଏବଂ ଓକିଲମାନେ ଏସ୍‌ସି/ଏସ୍‌ଟି ମାମଲାଗୁଡ଼ିକରେ କମିଶନ ନେଉଛନ୍ତି। ସୋମବାର ସ୍ଥାନୀୟ ରୋଟାରୀ ଭବନରେ ଆଇନ ସେବା ସଂସ୍ଥା କ୍ଲାପ୍‌ ପକ୍ଷରୁ ଆୟୋଜିତ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କହିଛନ୍ତି। ମନ୍ତ୍ରୀଙ୍କ ଅଭିଭାଷଣର ଭିଡିଓ ଭାଇରାଲ ହେବା ପରେ, ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ନିଜ ଅଭିଭାଷଣରେ ମନ୍ତ୍ରୀ ବେହେରା କହିଥିଲେ, ଯଦି କାହା ସହିତ କାହାର ଶତ୍ରୁତା ଅଛି, ତେବେ ତାକୁ ଏସ୍‌ସି/ଏସ୍‌ଟି ଆଟ୍ରୋସିଟି ମାମଲାରେ କେମିତି ଫସାଇ ହେବ, ସେହି ଅନୁସାରେ ସରପଞ୍ଚ, ସମିତିସଭ୍ୟ କିମ୍ବା ଜିଲା ପରିଷଦ ସଭ୍ୟ ଚେଷ୍ଟା କରିଥାନ୍ତି। ମାମଲାକୁ ଥାନାକୁ ଆଣିଥାନ୍ତି। ଏପଟେ ଥାନା ବାବୁ ଗୋଟେ ପଟେ ପଲିଟିକାଲ ପ୍ରେସର ଏବଂ ଅନ୍ୟପଟେ ମାମଲାକୁ ଦେଖି କ’ଣ କରିବେ ଜାଣି ପାରନ୍ତି ନାହିଁ। ଘରୋଇ ହିଂସା ଏବଂ ଯୌତୁକ ନିର୍ଯାତନା ଭଳି ମାମଲାଗୁଡ଼ିକର ଏବେ ଏସ୍‌ଡିଓ ସ୍ତରରେ ତଦାରଖ କରାଯିବ। ଏଥିସହିତ ଜଣେ ମାଜିଷ୍ଟ୍ରେଟ(ତହସିଲ୍‌ଦାର) ଘଟଣାର ତର୍ଜମା କରି ପୀଡ଼ିତାଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ବୁଝିବା ସହ ତାଙ୍କୁ ଆଶ୍ୱାସନା ଦେବେ। ସାଧାରଣତଃ ପୋଲିସକୁ ଦେଖି ଲୋକେ ଡରି ଯାଆନ୍ତି ଏବଂ ଅଧିକାଂଶ ମାମଲା ପୋଲିସ ନିକଟକୁ ଆସି ନ ଥାଏ। ହେଲେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଏଭଳି ଅଭିଯୋଗ ଅଧିକ। କେତେଜଣ ଯୁକ୍ତି ବାଢ଼ିପାରନ୍ତି ଯେ ଓଡ଼ିଶାରେ ବଳାତ୍କାର ଏବଂ ମହିଳା ଅତ୍ୟାଚାର ମାମଲା ଅନ୍ୟ ରାଜ୍ୟ ତୁଳନାରେ ଅଧିକ। ମୁଁ ତାଙ୍କ କଥାକୁ ଗ୍ରହଣ କରିବି। କାରଣ ଗତ ୬ ମାସର ରିପୋର୍ଟକୁ ଅନୁଧ୍ୟାନ କଲେ ଅନ୍ୟ ରାଜ୍ୟରେ ଏହିସବୁ ମାମଲା ଅଧିକାଂଶ ରିପୋର୍ଟ ହେଉନାହିଁ। ବିଶେଷକରି ମହିଳା, ଶିଶୁ କିମ୍ବା ଏସ୍‌ସିଏସ୍‌ଟି କେସ୍‌ରେ ଅପରପକ୍ଷ ପ୍ରଭାବଶାଳୀ ଥିବାରୁ ଅନେକେ ଅଭିଯୋଗ କରିବାକୁ ଭୟ କରନ୍ତି। ହେଲେ ଆମ ରାଜ୍ୟରେ ଲୋକମାନେ ସାହସ କରୁଛନ୍ତି ରିପୋର୍ଟ କରିବାକୁ। କେତେକ କ୍ଷେତ୍ରରେ ମାମଲା ମିଥ୍ୟାରେ କରାଯାଉଥିବା ଦେଖିବାକୁ ମିଳୁଛି। ଯଦି କେହି ଏହାକୁ ବ୍ୟକ୍ତିଗତ ଆକ୍ଷେପ ବୋଲି ନ ଭାବିବେ ତେବେ କହିବାକୁ ଚାହିଁବି ଯେ, କେତେକ ଆଇନଜୀବୀ ପୀଡ଼ିତାଙ୍କୁ କୁହନ୍ତି, ତୁତ ୨ଲକ୍ଷ ପାଇବୁ, ମୋତେ ଯଦି ୨୦ ରୁ ୩୦ ହଜାର ଦେବୁ ତାହହେଲେ ମୁଁ ତୋ ମାମଲାକୁ କେମିତି ସତରେ ପରିଣତ କରିହେବ ସେନେଇ ବ୍ୟବସ୍ଥା କରିବି। ତେବେ ପୀଡ଼ିତା ଦେଖିୁଛି ଯଦି ସେ ୨ଲକ୍ଷ ଟଙ୍କା ପାଉଛି, ସେ ଆଉ ଅନ୍ୟ କିଛି ଚିନ୍ତା କରୁନି। ସେ ଭାବୁଛି ଯେ, ତା’ ପାଇଁ ୨ଲକ୍ଷ ଟଙ୍କା ଓକିଲ ଲଢ଼ିକିି କରିଦେଲେ। ସରକାରଙ୍କ କ୍ଷତିପୂରଣ ଯୋଜନା ସମ୍ପର୍କରେ ସେ କିଛି ଜାଣୁ ନାହିଁ। ଯଦି ତାକୁ ୫୦ ହଜାର ବି ମିଳୁଛି ତେବେ ସେ ଖୁସି ହୋଇଯାଉଛି। ୨ ଲକ୍ଷ ମିଳିଲେ ସେଥିରୁ କିଛି ଓକିଲ ଆଉ ପୋଲିସ ନେଇଯାଉଛନ୍ତି। ଏହା କହିବାର କାରଣ ଯେ, ଏମିତି ଅନେକ ଅଭିଯୋଗ ମୋ ପାଖକୁ ଆସିଛି। ଆପଣମାନେ ଲିଗାଲ ଆଡଭାଇଜର ଅଛନ୍ତି
ଏବଂ ପୀଡ଼ିତାଙ୍କୁ ସେବା ଯୋଗାଉଛନ୍ତି। ତେଣୁ ଏହିସବୁ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ମିଥ୍ୟା ଅଭିଯୋଗଗୁଡ଼ିକ ଯେପରି ସତ୍ୟରେ ପରିଣତ ନ ହେବ, ସେଥିପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ମନ୍ତ୍ରୀ ବେହେରା କହିଛନ୍ତି।
ବିଭାଗୀୟ ମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ଏବେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୃହ ବିଭାଗ ଦାୟିତ୍ୱରେ ରହିଥିବା ମନ୍ତ୍ରୀ ପୋଲିସ ଏବଂ ଆଇନଜୀବୀଙ୍କ ବିରୋଧରେ ଏଭିଳି ଟିପ୍ପଣୀ ଦେବାକୁ ନେଇ ଉଭୟ ବିରୋଧୀ ଏବଂ ଆଇନଜୀବୀମାନେ ନିନ୍ଦା କରିଛନ୍ତି। ଏନେଇ ବରିଷ୍ଠ ଆଇନଜୀବୀ ଚିତ୍ତ ଦାସ କହିଛନ୍ତି, ଓକିଲ ତାଙ୍କ କାମ କରିବେ ସେହି ଅନୁସାରେ ସେମାନେ ଫି’ ନେବେ। ସେଥିରେ କାହାର କହିବାକୁ ଅଧିକାର ନାହିଁ। କିନ୍ତୁ ପୋଲିସ ବାହାର ଲୋକଙ୍କଠୁ ଟଙ୍କା ନେବାର ଅଧିକାର ନାହିଁ। ପୋଲିସ ଟଙ୍କା ନେଉଥିବା ନିଜେ ମନ୍ତ୍ରୀ ତୁଷାରକାନ୍ତି ବେହେରା ମାନୁଛନ୍ତି। ତେଣୁ ୫-ଟି ସରକାରରେ ଓଡ଼ିଶା ପୋଲିସ କ’ଣ କରୁଛି ବୋଲି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ତ୍ରୀ ତାଙ୍କ ବିଭାଗକୁ ପ୍ରଥମେ ସମ୍ଭାଳନ୍ତୁ। ବେଆଇନ ବାଣ ଦୋକାନରେ ନିଆଁ ଲାଗିଲେ କିମ୍ବା ଷଣ୍ଢ ମରିଗଲେ ସରକାର ଟଙ୍କା ଦେଉଛନ୍ତି। ହେଲେ ଓକିଲଙ୍କ ମୃତ୍ୟୁ ହେଲେ ସରକାର ଟଙ୍କା ଦେଉନାହାନ୍ତି। ତେଣୁ ଓକିଲଙ୍କ ଟଙ୍କା ଉପରେ ମନ୍ତ୍ରୀ କାହିଁକି ଦୃଷ୍ଟି ରଖିଛନ୍ତି। ସେ ପ୍ରଥମେ ପୋଲିସ କଥା ବୁଝନ୍ତୁ ବୋଲି ଆଇନଜୀବୀ ଦାସ କହିଛନ୍ତି। ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ବରିଷ୍ଠ ନେତା ଶରତ ରାଉତ କହିଛନ୍ତି ଯେ, ମନ୍ତ୍ରୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଅସତ୍ୟ ନୁହେଁ। ମନ୍ତ୍ରୀ ହିସାବରେ ସେ ତାଙ୍କ ସରକାରଙ୍କ ପ୍ରକୃତ ଚିତ୍ର ଓ ମୁଖା ଖୋଲିଛନ୍ତି, ସେଥିପାଇଁ ତାଙ୍କୁ ଧନ୍ୟବାଦ ବୋଲି ରାଉତ କହିଛନ୍ତି। ଭିଡିଓ ଭାଇରାଲ ସମ୍ପର୍କରେ ମନ୍ତ୍ରୀ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ମୋ ବକ୍ତବ୍ୟରେ କିଛି ନାହିଁ। କ୍ଷତିଗ୍ରସ୍ତଙ୍କ ପାଇଁ ଓଡ଼ିଶା ସରକାର କ୍ଷତିପୂରଣ ଯୋଜନା(ସାକାର) ପୋର୍ଟାଲ କରିଛନ୍ତି। ମୋ ପାଖକୁ କିଛି ଜାଗାରୁ ଅଭିଯୋଗ ଆସୁଛି। କେତେକ ସ୍ଥାନରେ କ୍ଷତିଗ୍ରସ୍ତଙ୍କ ଅଜ୍ଞତା ଯୋଗୁ ପଞ୍ଚାୟତ ଏବଂ ବ୍ଲକସ୍ତରରେ ପୀଡ଼ିତମାନେ ସେମାନଙ୍କ କ୍ଷତିପୂରଣ ପାଇପାରୁ ନାହାନ୍ତି। ସେଥିପାଇଁ ଅଧିକ ସଚେତନ କରାଯିବାର ଆବଶ୍ୟକ ବୋଲି ମୁଁ କହିଛି। ମୋ କଥାକୁ ଭିନ୍ନ ଢ଼ଙ୍ଗରେ ଉପସ୍ଥାପନ କରାଯାଉଛି ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri