ଜବରଦଖଲକାରୀଙ୍କୁ ପୋଲିସର ଅନୁକମ୍ପା

ନୟାଗଡ଼ ଅଫିସ/ରଣପୁର, ୩୧।୭(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଏନ୍‌ଏସିର ସାନଗଡ଼ରେ ଜଣେ ବ୍ୟବସାୟୀ ଶିଶୁ ଉଦ୍ୟାନ ପାଇଁ ଖୋଳାଯାଇଥିବା ନିଅଁ ପୋତିବା ପରେ ଉତ୍ତେଜନା ଦେଖାଦେଇଛି। ରଣପୁର ଥାନା ପୋଲିସ ସମ୍ପୃକ୍ତ ବ୍ୟବସାୟୀଙ୍କୁ ସହଯୋଗ କରିବା ସହ ଗାଁ ଲୋକଙ୍କୁ ମାଡ଼ ମାରି ୨ଟି ମାମଲା ରୁଜୁ କରିଛି। ଅନ୍ୟପଟେ ନିଅଁ ପୋତିବା ସମ୍ପର୍କରେ ଏନ୍‌ଏସି ନିର୍ବାହୀ ଅଧିକାରୀ ଓ ଗ୍ରାମବାସୀ ଏତଲା ଦେବା ସତ୍ତ୍ୱେ ପୋଲିସ ଏହାକୁ ଗ୍ରହଣ ନ କରିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରି ଗାଁ ଲୋକେ ଜିଲାପାଳ ଓ ଏସ୍‌ପିଙ୍କୁ ଫେରାଦ ହୋଇଛନ୍ତି।
ଅଭିଯୋଗ ଅନୁସାରେ ରଣପୁର ଏନ୍‌ଏସିର ୧ ନଂ. ୱାର୍ଡ ସାନଗଡ ପ୍ରାଥମିକ ବିଦ୍ୟାଳୟ ନିକଟରେ ରହିଛି ୧ ଏକର ଗୋଚର ଜମି। ଏହି ଜମିରେ ଏକ ଶିଶୁ ଉଦ୍ୟାନ ନିର୍ମାଣ ପାଇଁ ଏନ୍‌ଏସି ପକ୍ଷରୁ ୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏପରି କି ଜେଇଙ୍କ ନାଁରେ କାର୍ଯ୍ୟାଦେଶ ଦେଇ ଶିଶୁ ଉଦ୍ୟାନ କାର୍ଯ୍ୟ ଆରମ୍ଭ କରାଇଛି। ତେବେ ସ୍କୁଲ ପାର୍ଶ୍ୱରେ ରହିଥିବା ଜଣେ ବ୍ୟବସାୟୀ ଶିଶୁ ଉଦ୍ୟାନ ନିର୍ମାଣକୁ ବିରୋଧ କରୁଥିଲେ। ନିଅଁ ଖୋଳିବା ପରେ ସମ୍ପୃକ୍ତ ବ୍ୟବସାୟୀ ଗତ ୨୬ ତାରିଖ ରାତିରେ ଜେସିବି ଦ୍ୱାରା ଏହାକୁ ପୋତି ଦେଇଥିଲେ। ଗ୍ରାମବାସୀ ଏହାର ପ୍ରତିବାଦ କରିବାରୁ ବ୍ୟବସାୟୀ ପୋଲିସକୁ ଡକାଇ ଗାଁଲୋକଙ୍କ ଉପରେ ଜୁଲମ ଆରମ୍ଭ କରିଥିଲେ। ଶିଶୁ ଉଦ୍ୟାନ ନ କରିବାକୁ ପୋଲିସ ଗାଁଲୋକଙ୍କୁ ତାଗିଦ କରିଥିଲା। ଏହାକୁ ଗ୍ରହଣ ନ କରିବାରୁ ପୋଲିସ ମାଡ଼ମାରି ଗାଁଲୋକଙ୍କୁ ଭୟଭୀତ କରାଇଥିଲା। ଏପରି କି ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ପୋଲିସ ୨ଟି ମାମଲା ରୁଜୁ କରିଛି। ୨୧୭/୨୦ରେ ଗାଁର ୧୨ ଜଣଙ୍କ ନାଁରେ ଓ ୨୧୯/୨୦ରେ ୧୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।
ଗାଁ ସଭାପତି ବନମାଳୀ ସାହୁ କୁହନ୍ତି, ବ୍ୟବସାୟୀ ଜଣକ ଗୋଚର ଜମି ସହ ସ୍କୁଲ ଜମିକୁ ଜବରଦଖଲ କରି ରଖିଛନ୍ତି। ଏନ୍‌ଏସି ପକ୍ଷରୁ ବ୍ୟବସାୟୀଙ୍କ ଯାତାୟାତ ପାଇଁ ସରକାରୀ ଜମି ଛଡାଯାଇଥିଲା। ଏହା ସତ୍ତ୍ୱେ ବ୍ୟବସାୟୀ ସମସ୍ତ ଜମି ଜବରଦଖଲ କରି ରଖିବାକୁ ଉଦ୍ୟମ କରିଥିଲେ। ଗାଁ ରେ ଏକ ଶିଶୁ ଉଦ୍ୟାନ ହେଲେ ପିଲାମାନେ ଖେଳିବାର ସୁଯୋଗ ପାଇବା ପାଇଁ ଗାଁ ଲୋକ ଏନ୍‌ଏସିର କାର୍ଯ୍ୟକୁ ସହଯୋଗ କରିଥିଲେ। ତେବେ ପୋଲିସ ସରକାରୀ କାର୍ଯ୍ୟକୁ ସହଯୋଗ ଦେବା ବଦଳରେ ଜଣେ ବ୍ୟବସାୟୀଙ୍କ ପ୍ରତି ଅନୁକମ୍ପା ଦେଖାଇଥିଲା। ନିଅଁ ପୋତିଥିବା ଲୋକଙ୍କୁ ସହଯୋଗ ଦେଇ ଗାଁଲୋକଙ୍କୁ ପୋଲିସ ମାରପିଟ କରି ଭୟଭୀତ କରାଇଥିଲା। ଏପରି କି ଶିଶୁ ଉଦ୍ୟାନ ନ କରିବାକୁ ଚେତାବନୀ ଦେଇଥିଲା। ଆମ ଅଭିଯୋଗକୁ ଫେରାଇ ଆମ ନାଁରେ ୨ଟି ମକଦ୍ଦମା କରିଛି। ଗଣତନ୍ତ୍ର ଶାସନରେ ପୋଲିସର ଗୁଣ୍ଡାଗିରି ଗ୍ରହଣୀୟ ନୁହଁ ବୋଲି ସେ କହିଛନ୍ତି। ଏନ୍‌ଏସି ନିର୍ବାହୀ ଅଧିକାରୀ ତାପସ କୁମାର ବିଶି କୁହନ୍ତି, ଶିଶୁ ଉଦ୍ୟାନ ହେଉଛି ସରକାରୀ କାର୍ଯ୍ୟ। ସରକାରୀ କାର୍ଯ୍ୟରେ ବାଧା ଦେଇ ନିଅଁ ପୋତିଥିବା ବ୍ୟକ୍ତି ବିରୋଧରେ ଥାନାରେ ଗତ ୨୭ ତାରିଖରେ ଏତଲା ଦେଇଥିଲି। ହେଲେ ପୋଲିସ ମୋ ଅଭିଯୋଗକୁ ଫେରାଇ ଦେଇଛି। ଏ ନେଇ ମୁଁ ଜିଲାର ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଛି। ଶରଣକୁଳ ଏସ୍‌ଡିପିଓ ଏସ୍‌ ଟପୋ କୁହନ୍ତି, ଥାନା ଆଇଆଇସି ଏତଲା ନ ରଖିବା ଠିକ୍‌ ନୁହେଁ। ତେବେ ଏ ନେଇ ମୁଁ ଆଇଆଇସିଙ୍କ ସହ ଯୋଗାଯୋଗ କରି ଏତଲା ରଖିବାକୁ ନିର୍ଦ୍ଦେଶ ଦେବି। ସମ୍ପୃକ୍ତ ବ୍ୟବସାୟୀଙ୍କ କହିବା କଥା, ମୋ ଘର ଆଗରେ ଜାଗା ନ ଛାଡି ଶିଶୁ ଉଦ୍ୟାନ କରାଯାଉଛି। ମୁଁ ପ୍ରତିବାଦ କରିବାରୁ ଗାଁ ଲୋକେ ମୋ ସହ ଗଣ୍ଡଗୋଳ କରୁଛନ୍ତି। ମୁଁ ପୋଲିସକୁ ଅବଗତ କରାଇବା ପରେ ଏକ ପ୍ରକାର ନ୍ୟାୟ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri