ଜବରଦଖଲକାରୀଙ୍କୁ ପୋଲିସର ଅନୁକମ୍ପା

ନୟାଗଡ଼ ଅଫିସ/ରଣପୁର, ୩୧।୭(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଏନ୍‌ଏସିର ସାନଗଡ଼ରେ ଜଣେ ବ୍ୟବସାୟୀ ଶିଶୁ ଉଦ୍ୟାନ ପାଇଁ ଖୋଳାଯାଇଥିବା ନିଅଁ ପୋତିବା ପରେ ଉତ୍ତେଜନା ଦେଖାଦେଇଛି। ରଣପୁର ଥାନା ପୋଲିସ ସମ୍ପୃକ୍ତ ବ୍ୟବସାୟୀଙ୍କୁ ସହଯୋଗ କରିବା ସହ ଗାଁ ଲୋକଙ୍କୁ ମାଡ଼ ମାରି ୨ଟି ମାମଲା ରୁଜୁ କରିଛି। ଅନ୍ୟପଟେ ନିଅଁ ପୋତିବା ସମ୍ପର୍କରେ ଏନ୍‌ଏସି ନିର୍ବାହୀ ଅଧିକାରୀ ଓ ଗ୍ରାମବାସୀ ଏତଲା ଦେବା ସତ୍ତ୍ୱେ ପୋଲିସ ଏହାକୁ ଗ୍ରହଣ ନ କରିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରି ଗାଁ ଲୋକେ ଜିଲାପାଳ ଓ ଏସ୍‌ପିଙ୍କୁ ଫେରାଦ ହୋଇଛନ୍ତି।
ଅଭିଯୋଗ ଅନୁସାରେ ରଣପୁର ଏନ୍‌ଏସିର ୧ ନଂ. ୱାର୍ଡ ସାନଗଡ ପ୍ରାଥମିକ ବିଦ୍ୟାଳୟ ନିକଟରେ ରହିଛି ୧ ଏକର ଗୋଚର ଜମି। ଏହି ଜମିରେ ଏକ ଶିଶୁ ଉଦ୍ୟାନ ନିର୍ମାଣ ପାଇଁ ଏନ୍‌ଏସି ପକ୍ଷରୁ ୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏପରି କି ଜେଇଙ୍କ ନାଁରେ କାର୍ଯ୍ୟାଦେଶ ଦେଇ ଶିଶୁ ଉଦ୍ୟାନ କାର୍ଯ୍ୟ ଆରମ୍ଭ କରାଇଛି। ତେବେ ସ୍କୁଲ ପାର୍ଶ୍ୱରେ ରହିଥିବା ଜଣେ ବ୍ୟବସାୟୀ ଶିଶୁ ଉଦ୍ୟାନ ନିର୍ମାଣକୁ ବିରୋଧ କରୁଥିଲେ। ନିଅଁ ଖୋଳିବା ପରେ ସମ୍ପୃକ୍ତ ବ୍ୟବସାୟୀ ଗତ ୨୬ ତାରିଖ ରାତିରେ ଜେସିବି ଦ୍ୱାରା ଏହାକୁ ପୋତି ଦେଇଥିଲେ। ଗ୍ରାମବାସୀ ଏହାର ପ୍ରତିବାଦ କରିବାରୁ ବ୍ୟବସାୟୀ ପୋଲିସକୁ ଡକାଇ ଗାଁଲୋକଙ୍କ ଉପରେ ଜୁଲମ ଆରମ୍ଭ କରିଥିଲେ। ଶିଶୁ ଉଦ୍ୟାନ ନ କରିବାକୁ ପୋଲିସ ଗାଁଲୋକଙ୍କୁ ତାଗିଦ କରିଥିଲା। ଏହାକୁ ଗ୍ରହଣ ନ କରିବାରୁ ପୋଲିସ ମାଡ଼ମାରି ଗାଁଲୋକଙ୍କୁ ଭୟଭୀତ କରାଇଥିଲା। ଏପରି କି ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ପୋଲିସ ୨ଟି ମାମଲା ରୁଜୁ କରିଛି। ୨୧୭/୨୦ରେ ଗାଁର ୧୨ ଜଣଙ୍କ ନାଁରେ ଓ ୨୧୯/୨୦ରେ ୧୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।
ଗାଁ ସଭାପତି ବନମାଳୀ ସାହୁ କୁହନ୍ତି, ବ୍ୟବସାୟୀ ଜଣକ ଗୋଚର ଜମି ସହ ସ୍କୁଲ ଜମିକୁ ଜବରଦଖଲ କରି ରଖିଛନ୍ତି। ଏନ୍‌ଏସି ପକ୍ଷରୁ ବ୍ୟବସାୟୀଙ୍କ ଯାତାୟାତ ପାଇଁ ସରକାରୀ ଜମି ଛଡାଯାଇଥିଲା। ଏହା ସତ୍ତ୍ୱେ ବ୍ୟବସାୟୀ ସମସ୍ତ ଜମି ଜବରଦଖଲ କରି ରଖିବାକୁ ଉଦ୍ୟମ କରିଥିଲେ। ଗାଁ ରେ ଏକ ଶିଶୁ ଉଦ୍ୟାନ ହେଲେ ପିଲାମାନେ ଖେଳିବାର ସୁଯୋଗ ପାଇବା ପାଇଁ ଗାଁ ଲୋକ ଏନ୍‌ଏସିର କାର୍ଯ୍ୟକୁ ସହଯୋଗ କରିଥିଲେ। ତେବେ ପୋଲିସ ସରକାରୀ କାର୍ଯ୍ୟକୁ ସହଯୋଗ ଦେବା ବଦଳରେ ଜଣେ ବ୍ୟବସାୟୀଙ୍କ ପ୍ରତି ଅନୁକମ୍ପା ଦେଖାଇଥିଲା। ନିଅଁ ପୋତିଥିବା ଲୋକଙ୍କୁ ସହଯୋଗ ଦେଇ ଗାଁଲୋକଙ୍କୁ ପୋଲିସ ମାରପିଟ କରି ଭୟଭୀତ କରାଇଥିଲା। ଏପରି କି ଶିଶୁ ଉଦ୍ୟାନ ନ କରିବାକୁ ଚେତାବନୀ ଦେଇଥିଲା। ଆମ ଅଭିଯୋଗକୁ ଫେରାଇ ଆମ ନାଁରେ ୨ଟି ମକଦ୍ଦମା କରିଛି। ଗଣତନ୍ତ୍ର ଶାସନରେ ପୋଲିସର ଗୁଣ୍ଡାଗିରି ଗ୍ରହଣୀୟ ନୁହଁ ବୋଲି ସେ କହିଛନ୍ତି। ଏନ୍‌ଏସି ନିର୍ବାହୀ ଅଧିକାରୀ ତାପସ କୁମାର ବିଶି କୁହନ୍ତି, ଶିଶୁ ଉଦ୍ୟାନ ହେଉଛି ସରକାରୀ କାର୍ଯ୍ୟ। ସରକାରୀ କାର୍ଯ୍ୟରେ ବାଧା ଦେଇ ନିଅଁ ପୋତିଥିବା ବ୍ୟକ୍ତି ବିରୋଧରେ ଥାନାରେ ଗତ ୨୭ ତାରିଖରେ ଏତଲା ଦେଇଥିଲି। ହେଲେ ପୋଲିସ ମୋ ଅଭିଯୋଗକୁ ଫେରାଇ ଦେଇଛି। ଏ ନେଇ ମୁଁ ଜିଲାର ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇଛି। ଶରଣକୁଳ ଏସ୍‌ଡିପିଓ ଏସ୍‌ ଟପୋ କୁହନ୍ତି, ଥାନା ଆଇଆଇସି ଏତଲା ନ ରଖିବା ଠିକ୍‌ ନୁହେଁ। ତେବେ ଏ ନେଇ ମୁଁ ଆଇଆଇସିଙ୍କ ସହ ଯୋଗାଯୋଗ କରି ଏତଲା ରଖିବାକୁ ନିର୍ଦ୍ଦେଶ ଦେବି। ସମ୍ପୃକ୍ତ ବ୍ୟବସାୟୀଙ୍କ କହିବା କଥା, ମୋ ଘର ଆଗରେ ଜାଗା ନ ଛାଡି ଶିଶୁ ଉଦ୍ୟାନ କରାଯାଉଛି। ମୁଁ ପ୍ରତିବାଦ କରିବାରୁ ଗାଁ ଲୋକେ ମୋ ସହ ଗଣ୍ଡଗୋଳ କରୁଛନ୍ତି। ମୁଁ ପୋଲିସକୁ ଅବଗତ କରାଇବା ପରେ ଏକ ପ୍ରକାର ନ୍ୟାୟ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri