ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଏସ୍‌ପି ଅଫିସ ଘେରାଉ

ନୂଆପଡା ଅଫିସ,୨୭ା୪: ନୂଆପଡା ସଦର ବ୍ଲକ ଜୋଙ୍କ ଥାନା ଅଧୀନ ବିରୋମାଲ ଗଁାର ଡିଗେଶ୍ୱର ବିଭାର ହତ୍ୟା ଘଟଣାର ୨ ମାସ ପୁରିବାକୁ ବସିଥିବା ବେଳେ ଅଦ୍ୟାବଧି ହତ୍ୟାକାରୀକୁ ଧରାଯାଇ ପାରିନାହିଁ। ଏହାଛଡା ଜିଲାରେ ଏହିପରି ଆଉ ୬ରୁ ଊର୍ଦ୍ଧ୍ୱ ମାମଲା ବର୍ଷ ବର୍ଷ ଧରି ପଡି ରହିଛି। ଏହାର କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଯୋଗୁ ପୋଲିସ ପ୍ରଶାସନ ଉପରୁ ଜିଲାବାସୀଙ୍କ ଭରସା ତୁଟିବାରେ ଲାଗିଛି। ଡିଗେଶ୍ୱରଙ୍କୁ ହତ୍ୟା କରାଯାଇଥିଲେ ହେଁ ପୋଲିସ ଏହାକୁ ଦୁର୍ଘଟଣା ରୂପ ଦେଇ ଚୁପ ହୋଇ ବସିଛି। ଏହି ହତ୍ୟା ଘଟଣାର ତଦନ୍ତରେ ପୋଲିସ ନିଷ୍କ୍ରିୟତାକୁ ବିରୋଧ କରି ବୁଧବାର ପୂର୍ବାହ୍ନରେ ନୂଆପଡା ପୋଲିସ ପଡିଆଠାରେ ଏକ ସର୍ବଦଳୀୟ ବିଶାଳ ଜନ ସମାବେଶ ହୋଇଥିଲା। ଏହି ଅବସରରେ ଜନତା ଦରବାର ସଂଘର୍ଷ ସମିତି ଗଠନ କରାଯାଇ ଉକ୍ତ ସମିତି ପକ୍ଷରୁ ସ୍ଥାନୀୟ ପୋଲିସ ପଡିଆଠାରୁ ଶତାଧିକ ମହିଳା, ପୁରୁଷ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପୋଲିସ ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ପରେ ଶୋଭାଯାତ୍ରାକାରୀମାନେ ଜିଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘେରାଉ ସମୟରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି, ଟେକାପଥର ମାଡ ହେବା ସହ ଚପଲ ଫିଙ୍ଗାଫିଙ୍ଗି ମଧ୍ୟ ହୋଇଥିଲା। ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଲାଗି ରହିଥିଲା। ଏହି ସମୟରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ପଥର ମାଡ ହୋଇଛି। ପରେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ଏସ୍‌ପି ଅଫିସ ପାଖ ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ା ଏହି ଅବସରରେ ଜନତା ଦରବାର ସଂଘର୍ଷ ସମିତି ପକ୍ଷରୁ ଏକ ଦାବିପତ୍ର ଏସ୍‌ପି ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ପ୍ରଦାନ କରାଯାଇଥିଲା। ଡିଗେଶ୍ୱର ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା, ପରିବାରବର୍ଗକୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ,ଜୋଙ୍କ ଥାନା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ଓ ଘଟଣାର ସିବିଆଇ ତଦନ୍ତ କରାଯିବା ପାଇଁ ଦାବି କରାଯାଇଛି। ଜିଲା ଓକିଲ ସଂଘ ସଭାପତି ତଥା ଭାଜପାର ବରିଷ୍ଠ ନେତା ପ୍ରସନ୍ନ କୁମାର ପାଢୀ, ଜିଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝି, ଭାଜପା ନେତା ମୁରଲି ସୁନା, ବିଜେଡି ଜିଲା ଉପ ସଭାପତି ତଥା ଜିଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝି, ଜିଲା ପରିଷଦ ସଭ୍ୟ ଭରତାଲାଲ ରାଉତ, ଗରିବ ସେନା ସଭାପତି ରବି ମଙ୍ଗରାଜ, ଆଦିବାସୀ କଲ୍ୟାଣ ସଂଘ ନୂଆପଡା ବ୍ଲକ ସଭାପତି ଭକ୍ତବନ୍ଧୁ ଧରୁଆ, ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡି, ଶାହରୁଖ ଖାନ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ଦୀର୍ଘ ୩ ଘଣ୍ଟା କାଳ ରାସ୍ତା ଅବରୋଧ କଲା ପରେ ଏସ୍‌ପି ରାଘବେନ୍ଦ୍ର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଆନ୍ଦୋଳନରୁ ଓହରି ଯାଇଥିଲେ।
ସୂଚନାଯୋଗ୍ୟ, ସଦର ବ୍ଲକ ଜୋଙ୍କ ଥାନା ବିରୋମାଲ ଗାଁର ଡିଗେଶ୍ୱର ବିଭାରଙ୍କ ବିବାହ ଗତ ମାର୍ଚ୍ଚ ୧୦ ତାରିଖରେ ହେବାର ଥିଲା। ସେ ନିଜ ବିବାହ କାର୍ଡ ଦେବା ପାଇଁ ଜଣେ ସାଙ୍ଗ ସହିତ ଛତିଶଗଡ ରାଜ୍ୟର ବାଗବାହାରା ଅଞ୍ଚଳକୁ ମାର୍ଚ୍ଚ ୪ରେ ଯାଇଥିଲେ ା ତେବେ ସେହିଦିନ ରାତିରେ ତାଙ୍କୁ କେହି ହତ୍ୟା କରିଥିଲା। ଖରିଆର ରୋଡ ଜେଞ୍ଜରା ଗାଁ ରାସ୍ତା କଡରୁ ପୋଲିସ ଡିଗେଶ୍ୱରଙ୍କ ମୃତଦେହ ଜବତ କରିଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଜୋଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ତରବରିଆ ଭାବରେ ଘଟଣାର ତଦନ୍ତ କରି ଏହାକୁ ଦୁର୍ଘଟଣାର ରୂପ ଦେଇ ଘଟଣାକୁ ଚପାଇବା ପାଇଁ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇ ଆସୁଥିଲା। ଏପରିକି ପରିବାର ଲୋକେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଜନତା ଦରବାର ସଂଘର୍ଷ ସମିତି ଗଠନ କରି ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ।ଏ ସଂକ୍ରାନ୍ତରେ ଏସ୍‌ପି ରାଘବେନ୍ଦ୍ରଙ୍କୁ ପଚାରିବାରେ ଘଟଣାର ପ୍ରାଥମିକ ତଦନ୍ତ କରାଯାଇଛି। ଏବେ ବି ତଦନ୍ତ ଜାରି ରହିଛି। ସିସି ଟିଭି ଯାଞ୍ଚ ଚାଲିଛି। ଯାଞ୍ଚ ରିପୋର୍ଟ ଆସିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri