ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଏସ୍‌ପି ଅଫିସ ଘେରାଉ

ନୂଆପଡା ଅଫିସ,୨୭ା୪: ନୂଆପଡା ସଦର ବ୍ଲକ ଜୋଙ୍କ ଥାନା ଅଧୀନ ବିରୋମାଲ ଗଁାର ଡିଗେଶ୍ୱର ବିଭାର ହତ୍ୟା ଘଟଣାର ୨ ମାସ ପୁରିବାକୁ ବସିଥିବା ବେଳେ ଅଦ୍ୟାବଧି ହତ୍ୟାକାରୀକୁ ଧରାଯାଇ ପାରିନାହିଁ। ଏହାଛଡା ଜିଲାରେ ଏହିପରି ଆଉ ୬ରୁ ଊର୍ଦ୍ଧ୍ୱ ମାମଲା ବର୍ଷ ବର୍ଷ ଧରି ପଡି ରହିଛି। ଏହାର କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଯୋଗୁ ପୋଲିସ ପ୍ରଶାସନ ଉପରୁ ଜିଲାବାସୀଙ୍କ ଭରସା ତୁଟିବାରେ ଲାଗିଛି। ଡିଗେଶ୍ୱରଙ୍କୁ ହତ୍ୟା କରାଯାଇଥିଲେ ହେଁ ପୋଲିସ ଏହାକୁ ଦୁର୍ଘଟଣା ରୂପ ଦେଇ ଚୁପ ହୋଇ ବସିଛି। ଏହି ହତ୍ୟା ଘଟଣାର ତଦନ୍ତରେ ପୋଲିସ ନିଷ୍କ୍ରିୟତାକୁ ବିରୋଧ କରି ବୁଧବାର ପୂର୍ବାହ୍ନରେ ନୂଆପଡା ପୋଲିସ ପଡିଆଠାରେ ଏକ ସର୍ବଦଳୀୟ ବିଶାଳ ଜନ ସମାବେଶ ହୋଇଥିଲା। ଏହି ଅବସରରେ ଜନତା ଦରବାର ସଂଘର୍ଷ ସମିତି ଗଠନ କରାଯାଇ ଉକ୍ତ ସମିତି ପକ୍ଷରୁ ସ୍ଥାନୀୟ ପୋଲିସ ପଡିଆଠାରୁ ଶତାଧିକ ମହିଳା, ପୁରୁଷ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପୋଲିସ ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ପରେ ଶୋଭାଯାତ୍ରାକାରୀମାନେ ଜିଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘେରାଉ ସମୟରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି, ଟେକାପଥର ମାଡ ହେବା ସହ ଚପଲ ଫିଙ୍ଗାଫିଙ୍ଗି ମଧ୍ୟ ହୋଇଥିଲା। ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଲାଗି ରହିଥିଲା। ଏହି ସମୟରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ପଥର ମାଡ ହୋଇଛି। ପରେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ଏସ୍‌ପି ଅଫିସ ପାଖ ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ା ଏହି ଅବସରରେ ଜନତା ଦରବାର ସଂଘର୍ଷ ସମିତି ପକ୍ଷରୁ ଏକ ଦାବିପତ୍ର ଏସ୍‌ପି ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ପ୍ରଦାନ କରାଯାଇଥିଲା। ଡିଗେଶ୍ୱର ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା, ପରିବାରବର୍ଗକୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ,ଜୋଙ୍କ ଥାନା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ଓ ଘଟଣାର ସିବିଆଇ ତଦନ୍ତ କରାଯିବା ପାଇଁ ଦାବି କରାଯାଇଛି। ଜିଲା ଓକିଲ ସଂଘ ସଭାପତି ତଥା ଭାଜପାର ବରିଷ୍ଠ ନେତା ପ୍ରସନ୍ନ କୁମାର ପାଢୀ, ଜିଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝି, ଭାଜପା ନେତା ମୁରଲି ସୁନା, ବିଜେଡି ଜିଲା ଉପ ସଭାପତି ତଥା ଜିଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝି, ଜିଲା ପରିଷଦ ସଭ୍ୟ ଭରତାଲାଲ ରାଉତ, ଗରିବ ସେନା ସଭାପତି ରବି ମଙ୍ଗରାଜ, ଆଦିବାସୀ କଲ୍ୟାଣ ସଂଘ ନୂଆପଡା ବ୍ଲକ ସଭାପତି ଭକ୍ତବନ୍ଧୁ ଧରୁଆ, ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡି, ଶାହରୁଖ ଖାନ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ। ଦୀର୍ଘ ୩ ଘଣ୍ଟା କାଳ ରାସ୍ତା ଅବରୋଧ କଲା ପରେ ଏସ୍‌ପି ରାଘବେନ୍ଦ୍ର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଆନ୍ଦୋଳନରୁ ଓହରି ଯାଇଥିଲେ।
ସୂଚନାଯୋଗ୍ୟ, ସଦର ବ୍ଲକ ଜୋଙ୍କ ଥାନା ବିରୋମାଲ ଗାଁର ଡିଗେଶ୍ୱର ବିଭାରଙ୍କ ବିବାହ ଗତ ମାର୍ଚ୍ଚ ୧୦ ତାରିଖରେ ହେବାର ଥିଲା। ସେ ନିଜ ବିବାହ କାର୍ଡ ଦେବା ପାଇଁ ଜଣେ ସାଙ୍ଗ ସହିତ ଛତିଶଗଡ ରାଜ୍ୟର ବାଗବାହାରା ଅଞ୍ଚଳକୁ ମାର୍ଚ୍ଚ ୪ରେ ଯାଇଥିଲେ ା ତେବେ ସେହିଦିନ ରାତିରେ ତାଙ୍କୁ କେହି ହତ୍ୟା କରିଥିଲା। ଖରିଆର ରୋଡ ଜେଞ୍ଜରା ଗାଁ ରାସ୍ତା କଡରୁ ପୋଲିସ ଡିଗେଶ୍ୱରଙ୍କ ମୃତଦେହ ଜବତ କରିଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଜୋଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ତରବରିଆ ଭାବରେ ଘଟଣାର ତଦନ୍ତ କରି ଏହାକୁ ଦୁର୍ଘଟଣାର ରୂପ ଦେଇ ଘଟଣାକୁ ଚପାଇବା ପାଇଁ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇ ଆସୁଥିଲା। ଏପରିକି ପରିବାର ଲୋକେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଜନତା ଦରବାର ସଂଘର୍ଷ ସମିତି ଗଠନ କରି ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ।ଏ ସଂକ୍ରାନ୍ତରେ ଏସ୍‌ପି ରାଘବେନ୍ଦ୍ରଙ୍କୁ ପଚାରିବାରେ ଘଟଣାର ପ୍ରାଥମିକ ତଦନ୍ତ କରାଯାଇଛି। ଏବେ ବି ତଦନ୍ତ ଜାରି ରହିଛି। ସିସି ଟିଭି ଯାଞ୍ଚ ଚାଲିଛି। ଯାଞ୍ଚ ରିପୋର୍ଟ ଆସିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାୟା ମେଲାଇଲାଣି କାରୋନାର ନୂଆ ଭାରିଆଣ୍ଟ, ୨୩ଟି ଦେଶରେ ବ୍ୟାପିଲା, ଜାଣନ୍ତୁ ଏହା କେତେ ବିପଦ

ନୂଆଦିଲ୍ଲୀ,୩୦।୩: ଯେତେବେଳେ ବି କରୋନା ଭାଇରସ ବିଲୁପ୍ତ ହେବାର ଦ୍ୱାରଦେଶରେ ଥାଏ, ସେତେବେଳେ ଏକ ନୂତନ ପ୍ରକାର ବ୍ୟାପିଥାଏ ଏବଂ ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରିଥାଏ।…

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ପାକିସ୍ତାନ ମାଧ୍ୟମରେ ଇରାନକୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ରାଗିଗଲା ତେହେରାନ, ଦେଲା ଏମିତି ଜବାବ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଇରାନ ଆମେରିକାର ୧୫-ସୂତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି , ତେହେରାନକୁ ଦିଆଯାଇଥିବା…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri