Categories: ଜାତୀୟ

ପୁଲୱାମାରେ ସବ୍ ଇନ୍ସପେକ୍ଟରଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଜମ୍ମୁ,୧୮ ।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ମିଳିଛି ଆଉ ଏକ ସଫଳତା । ପୁଲୱାମାରେ ଆତଙ୍କବାଦୀମାନେ ଜଣେ ସବ ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି । ଘରେ ପଶି ଏମାନେ ସବ ଇନ୍ସପେକ୍ଟରଙ୍କୁ ହତ୍ୟା କରିଥିବା କୁହାଯାଉଛି । ସବ ଇନ୍ସପେକ୍ଟର ଫାରୁଖ ଅହମଦ ମୀରଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ । ଏହାପରେ ତାଙ୍କୁ ଅପହରଣ କରି ନିକଟରେ ଥିବା ଚାଷ ଜମିରେ ଗୁଳି କରି ହତ୍ୟା କରିଥିଲେ ।
ଏହି ଘଟଣା ପରେ ପୁଣିଥରେ ଟାର୍ଗେଟ କିଲିଂକୁ ନେଇ ଚିନ୍ତା ବଢିଛି । ହେଲେ ଏହା ଟାର୍ଗେଟ କିଲିଂ କି ନା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ସବ ଇନ୍ସପେକ୍ଟରଙ୍କ ହତ୍ୟା ବିଳମ୍ବିତ ରାତ୍ରିରେ କରାଯାଇଛି । ଏହାପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେଶନ କରାଯାଇଛି ।

Share