ପ୍ରେମିକାଙ୍କ ସହ ବୁଲୁଥିଲେ ଟାଇଗର୍‌: ଗାଡି ରୋକିଲା ପୋଲିସ

ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ନିକଟରେ ନିଜ ଗର୍ଲଫ୍ରେଣ୍ଡ ଦିଶା ପଟାନୀଙ୍କ ସହ ମୁମ୍ବାଇ ରାସ୍ତାରେ କାର୍‌ରେ ବୁଲୁଥିବାର ନଜର ଆସିଥିଲେ। ଏହି ସମୟରେ ପୋଲିସ ତାଙ୍କୁ ଅଟକାଇଥିଲା। ଦିଶା ଏବଂ ଟାଇଗର ଜିମରୁ ଫେରିବା ପରେ ମୁମ୍ବାଇର ବାନ୍ଦ୍ରାରେ ଗାଡିରେ ବୁଲୁଥିଲେ। ଟାଇଗର କାର ପଛରେ ବସିଥିବା ବେଳେ ଦିଶା ପଟାନି ଆଗରେ ବସିଥିଲେ। ପୋଲିସ ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରି ଛାଡିଥିଲା।
ସଲମାନ ଖାନଙ୍କ ସହ ଦିଶା ପାଟନି ଫିଲ୍ମ ‘ରାଧେ’ରେ ନଜର ଆସିଥିଲେ। ଦିଶା ଏପର୍ଯ୍ୟନ୍ତ ୬ଟି ହିନ୍ଦୀ ଚଳଚ୍ଚିତ୍ର କରିଛନ୍ତି, ଏମଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ (୨୦୧୬), ବାଗି ୨ (୨୦୧୮), ଭାରତ (୨୦୧୯), ମଲାଙ୍ଗ (୨୦୨୦), ବାଗୀ ୩ (୨୦୨୦) ଏବଂ ରାଧେ ୨୦୨୧)। ଏହିସବୁ ଚଳଚ୍ଚିତ୍ର ଜରିଆରେ ସେ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଟାଇଗର ଶ୍ରଫ ଆଜିକାଲି ତାଙ୍କର ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ହିରୋପନ୍ଥୀ-୨’ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।

Share