ନନ୍ଦପୁର, ୨୯।୫ (ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ପରଜା ବଡପଡ଼ା ପଞ୍ଚାୟତ ଢେମେସାପୁଟ ଗ୍ରାମରେ ଚଢ଼ାଉ କରି ଜଣେ ମହିଳାଙ୍କ ଠାରୁ ୧୫ କିଲୋ ଗଞ୍ଜେଇ ଜବତ କରିଛି। ମହିଳାଙ୍କୁ ଗିରଫ କରାଯାଇଛି। ମହିଳା ଜଣକ ସେହି ଗ୍ରାମର ବାସନ୍ତୀ ଖରା (୩୬) ବୋଲି ପରିଚୟ ମିଳିଛି। ଅବକାରୀ ଥାନା ପିଆର ନଂ ୪୮/୨୬-୨୭ ପ୍ରକାରେ ମାମଲା ରୁଜୁ କରାଯାଇ ମହିଳାଙ୍କୁ ଅଦାଲତ ଚାଲାଣ କରାଯାଇଥିବା ନନ୍ଦପୁର ଅବକାରୀ ଓଆଇସି ରାଜୁ କ୍ଷିତି ସୂଚନା ଦେଇଛନ୍ତି।