ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ୍‌କୁ ସିଲ୍‌ କଲା ପୋଲିସ

ବଲାଙ୍ଗୀର ଅଫିସ,୨୫।୭: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଲାଙ୍ଗୀର ଲର୍କିପାଲି ଏଲ୍‌ଆଇ ଟ୍ରେନିଂ ସେଣ୍ଟରରେ ପୋଲିସ ତଦନ୍ତ ଅରମ୍ଭ କରିଛି। ଟ୍ରେନିଂ ସେଣ୍ଟରର ନିର୍ଦ୍ଦେଶକଙ୍କ ସମେତ ୪ ଜଣଙ୍କୁ ପୋଲିସ ପଚରାଉଚରା କରିଛି। ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟି ଆୟୋଜନ ନେଇ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଅନ୍ୟପଟେ ବ୍ୟାଚଲର ପାର୍ଟି ନୁହେଁ, ବିବାହ ଭୋଜି ଥିବା କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି ।
ତେବେ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ ନମ୍ବର-୧କୁ ସିଲ କରିଛି ପୁଲିସ। ହଷ୍ଟେଲର ରୁମ ନମ୍ବର-୧ରେ ତାଲା ପଡ଼ିଥିବା ପୋଲିସ୍‌ ଟିମ୍‌ ସୂଚନା ଦେଇଛି।