ଡାକ୍ତରଙ୍କୁ ୨ ଦିନ ରିମାଣ୍ଡରେ ନେଲା ପୋଲିସ

ବ୍ରହ୍ମପୁର ଅଫିସ,୨୫ା୨: ଭୁବନେଶ୍ୱରରେ ଫ୍ଲାଟ୍‌ ଦେବାକୁ ପ୍ରତିଶ୍ରୁତି ଦେଇ ଜଣେ ସୁନା ବ୍ୟବସାୟୀଙ୍କଠାରୁ ୨କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଅଭିଯୁକ୍ତ ଡାକ୍ତର ଡି. ଉତ୍ତମ କୁମାର(୪୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ ଡାକ୍ତରଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ ଚିଟ୍‌ଫଣ୍ଡ କୋର୍ଟରେ ଆବେଦନ କରିଥିଲା। ବିଚାରପତି ତନ୍ମୟ କୁମାର ମହାନ୍ତି ଆବେଦନର ଶୁଣାଣି କରି ୨ ଦିନିଆ ରିମାଣ୍ଡ ମଞ୍ଜୁର କରିଥିଲେ। ଏହି ଆଧାରରେ ପୋଲିସ ବ୍ରହ୍ମପୁର ବିଚାରାଧୀନ ବନ୍ଦୀ ଥିବା ଡା. ଉତ୍ତମ କୁମାରଙ୍କୁ ଶୁକ୍ରବାର ରିମାଣ୍ଡରେ ନେଇଛି। ରିମାଣ୍ଡ ଅବଧି ସରିବା ପରେ ରବିବାର ଅଭିଯୁକ୍ତଙ୍କୁ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଠକେଇ ଘଟଣାରେ କେଉଁମାନେ ସାମିଲ ରହିଛନ୍ତି, ସୁନା ଠକି ନେଇଥିବା ଟଙ୍କା ସେ କେଉଁ ବ୍ୟବସାୟରେ ଲଗାଇଥିଲେ, ଏହା ବ୍ୟତୀତ ସେ ଓ ତାଙ୍କ ଗ୍ୟାଙ୍ଗ କେତେ ଲୋକଙ୍କ ଟଙ୍କା ଠକିଛନ୍ତି, ସେ ନେଇ ଖୋଳତାଡ଼ କରିବ।
ପ୍ରକାଶ ଯେ, ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ସାହିର ସୁନା ବ୍ୟବସାୟୀ କେ.ସତିଶ କୁମାର ସୁବୁଦ୍ଧିଙ୍କ ଅଭିଯୋଗ ମୁତାବକ, ୨୦୧୮ରେ ସେ ଦାନ୍ତ ଡାକ୍ତର ଉତ୍ତମ କୁମାରଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କର ୟୁଏମ୍‌ଏସ୍‌ ଡେଭ୍‌ଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଏକ ସଂସ୍ଥା ଥିବା, ସେଥିରେ ଅନ୍ୟଦୁଇ ଜଣ ପାର୍ଟନର ଥିବା ଏବଂ ଉକ୍ତ ସଂସ୍ଥା ମାଧ୍ୟମରେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ଗଢ଼ାଯାଇ ଗ୍ରାହକଙ୍କୁ ଯୋଗାଇ ଦିଆଯାଉଥିବା କହିଥିଲେ। ଭୁବନେଶ୍ୱରରେ ଏଭଳି ଏକ ବହୁତଳ ବିଶିଷ୍ଟ କୋଠା ନିର୍ମାଣ ଚାଲିଥିବା ବେଳେ ସେଥିରେ ହାଉସିଂ ପ୍ରୋଜେକ୍ଟ ପାଇଁ ଥିବା ସ୍କିମ୍‌ ମାଧ୍ୟମରେ ଗୋଟିଏ ଫ୍ଲାଟ୍‌ ସତିଶଙ୍କୁ ଯୋଗାଇ ଦେବେ, ଏଥିପାଇଁ ୨କୋଟି ଟଙ୍କା ସହ ନୋଟାରୀ ଆଫିଡେଭିଟ୍‌ ଓ ପ୍ରତିଶ୍ରୁତି ପତ୍ର ଆଦି ପାଇଁ ଅନ୍ୟ ଖର୍ଚ୍ଚ ଲାଗିବ ବୋଲି କହିଥିଲେ। ତାଙ୍କ କଥାକୁ ବିଶ୍ୱାସ କରି ସତିଶ୍‌ ଟଙ୍କା ଦେଇଥିଲେ। କିନ୍ତୁ ସତିଶଙ୍କୁ ସେ ଫ୍ଲାଟ ଦେବା ପରିବର୍ତ୍ତେ ପ୍ରଥମେ ବିଭିନ୍ନ ବାହାନା କରିଥିଲେ। ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ଶେଷରେ ବ୍ୟବସାୟୀ ସତୀଶ
ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri