କରିନା, ଅନନ୍ୟାଙ୍କ ଘରେ ପୋଲିସ!

ମୁମ୍ବାଇ: ଏବେ କେତେଜଣ ବଲିଉଡ ସେଲିବ୍ରିଟିଙ୍କ ଘରେ ପୋଲିସକୁ ଦେଖିବାକୁ ମିଳୁଛି । କିଛିଦିନ ତଳେ ବଲିଉଡ ନାୟିକା ମଲାଇକା ଆରୋରାଙ୍କ ଘରେ ପୋଲିସ ପହଞ୍ଚିଥିବା ଦେଖିବାକୁ ମିଳିଥିବା ବେଳେ ଏବେ ଅନ୍ୟ ୨ ଜଣ ନାୟିକାଙ୍କ ଘରେ ପହଞ୍ଚିଛି ପୋଲିସ । ସେହି ସମୟର କିଛି ଭିଡଓ ଏବେ ସୋସିଆଲ ମିଡିଆରେ ଭାଇରାଲ ବି ହେବାରେ ଲାଗିଲାଣି । ତେବେ ଏହି ବଲିଉଡ ନାୟିକା ହେଉଛନ୍ତି କରିନା କପୁର ଖାଁ ଓ ଅନନ୍ୟା ପାଣ୍ଡେ । ଶୁକ୍ରବାର କରିନା ଓ ଅନନ୍ୟାଙ୍କ ଘରେ ମୁମ୍ବାଇ ପୋଲିସ ପହଞ୍ଚିଥିବା ଦେଖାଯାଇଥିଲା । ବାହାରେ ଗାଡି ରଖି ପୋଲିସ ଏମାନଙ୍କ ଘର ଭିତରକୁ ପ୍ରବେଶ ବି କରିଥିଲା । ଏମିତି ଭିଡିଓ ଏବେ କରିନା ଓ ଅନନ୍ୟାଙ୍କ ପ୍ରଶଂସକଙ୍କୁ ଚମକାଇ ଦେଇଛି । ତେବେ କଥା ହେଲା, ଏବେ ମୁମ୍ବାଇ ପୋଲିସ ଏକ ଇଭେଣ୍ଟ ପାଇଁ କରିନା କପୁର ଖାଁ ଓ ଅନନ୍ୟା ପାଣ୍ଡେଙ୍କୁ ଇନଭିଟେଶନ ଦେବାକୁ ତାଙ୍କ ଘରେ ପହଞ୍ଚିଥିଲା । ଏହା ପୂର୍ବରୁ ବି ମୁମ୍ବାଇ ପୋଲିସ ଏମିତି କିଛି ଇନଭିଟେଶନ ନେଇ ମଲାଇକାଙ୍କ ଘରେ ପହଞ୍ଚିଥିଲା । ହେଲେ ପରେ ଏହାର କିଛି ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Share