କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ ଚାଲିଥିବା ଜୁଆ ଖେଳ ଉପରେ ପାଟପୁର ଥାନା ପୋଡ଼ାମାରି ଗ୍ରାମ ଫାଣ୍ଡି ଅଧିକାରୀ ଏସ.ଆଇ ପ୍ରଭାତ କୁମାର ବାଲିକାନାଙ୍କ ନେତୃତ୍ୱରେ ପୋଲିସ ଟିମ୍ ଅତର୍କିତ ଚଢ଼ଉ କରି ୭ ଜଣ ଜୁୁଆଡ଼ିଙ୍କୁ ଗିରଫ କରିଛି । ସେହିପରି ବହୁ ସଂଖ୍ୟକ ଜୁଆଡ଼ି ଦୌଡ଼ି ପଳାଇଥିଲେ ।

ଗିରଫ ଜୁଆଡିମାନଙ୍କ ଠାରୁ ପୋଲିସ ୧୦,୫୦୦  ଟଙ୍କା , ତାସ ଏବଂ ଜରିପାଲ ଜବତ କରିଛନ୍ତି । ଏନେଇ ଫାଣ୍ଡି ଅଧିକାରୀଙ୍କ ଏତଲା କ୍ରମେ  ଆଇଆଇସି ଦୀପ୍ତି ରଞ୍ଜନ ବେହେରା  ମାମଲା ନଂ.୨୦୧/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି।  ଅଭିଯୁକ୍ତ ମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା-୩୫(୩) ଅନୁଯାୟୀ ନୋଟିସ ଦିଆଯିବା ପରେ ଛାଡି ଦିଆଯାଇଥିବା ଜଣାପଡ଼ିଛି ।

Dharitri – Odisha’s No.1 Odia Daily

Share