ଆନନ୍ଦପୁର, ୭।୨(ସୁଶାନ୍ତ କୁମାର ସାହୁ): ପୋଲିସର ବ୍ୟାପକ ଚଢାଉ ପରେ ବି କେନ୍ଦୁଝର ଜିଲାରେ ବେଆଇନ ଗୋ ଚାଲାଣ କମିବାର ନା ଧରୁନି। ଶୁକ୍ରବାର ବିଳମ୍ବିତ ରାତିରେ ନନ୍ଦିପଦା ଥାନା ଜଳକଳଙ୍ଗ ଗ୍ରାମରେ କେନ୍ଦୁଝର ଜିଲାର ସ୍ବତନ୍ତ୍ର ପୋଲିସ ସ୍କ୍ବାର୍ଡ ଚଢାଉ କରି ଚାଲାଣ ଉଦ୍ଦେଶ୍ୟରେ ପିକଅପ ଭ୍ୟାନରେ ଥିବା ୭ ଗୋରୁଙ୍କୁ ଉଦ୍ଧାର କରିଛି। ଏଥି ସହିତ ଗୋଟିଏ ବୋଲେରୋ, ଗୋଟିଏ ପିକଅପ ଭ୍ୟାନ ଜବତ ସହିତ ତିନି ଭାଇ ଓ ବାପାଙ୍କୁ ଅଟକ ରଖିଛି।

