କଲ୍ୟାଣସିଂହପୁର, ୨୬।୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ମାଝୀଗୁଡ଼ା ନିକଟରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଏଥିସହ ଘଟଣାସ୍ଥଳରୁ ନଗଦ ଟଙ୍କା ଓ ବାଇକ୍ ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ।
ସୂଚନା ଅନୁଯାୟୀ, ମାଝୀଗୁଡ଼ା ଅଞ୍ଚଳରେ କିଛି ବ୍ୟକ୍ତି ଏକାଠି ହୋଇ ବେଆଇନ ଭାବେ ବଡ଼ ଧରଣର ଜୁଆ ଖେଳ ଚଳାଇଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଖବର ପାଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରି ୪ ଜଣଙ୍କୁ କାବୁ କରିଥିଲା। ପୋଲିସ ସେମାନଙ୍କ ନିକଟରୁ ନଗଦ ୫,୮୧୦ ଟଙ୍କା, ତାସ୍ ପତା, ୪ଟି ମୋଟରସାଇକେଲ ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି।
ଏ ନେଇ କଲ୍ୟାଣସିଂହପୁର ଥାନାରେ ଓପିଜି ଆକ୍ଟର ଧାରା ୩ ଅନୁଯାୟୀ କେସ୍ ନଂ ୧୫୪/୨୬ (ତା ୨୫।୧୦।୨୦୨୬)ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଅଜିତ ପରିଡ଼ା ସୂଚନା ଦେଇଛନ୍ତି ।