ଚଣ୍ଡାଳମୁଣ୍ଡାର ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ପୂର୍ବତନ ସରପଞ୍ଚଙ୍କ ସମେତ ୧୩ ଗିରଫ

ନନ୍ଦପୁର,୧।୯(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ଓ ନନ୍ଦପୁର ଥାନା ପୋଲିସର ମିଳିତ ଦଳ କୁମାରଗନ୍ଧନା ପଞ୍ଚାୟତ ଚଣ୍ଡାଳମୁଣ୍ଡା ଗ୍ରାମର ନୀଳଗିରି ବାଡ଼ରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛନ୍ତି । ଏଥିରେ ଜଣେ ପୂର୍ବତନ ସରପଞ୍ଚଙ୍କ ସମେତ ୧୩ ଜଣ ଜୁଆଡିଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ନଗଦ ୬୦ ହଜାର ୩୧୦ ଟଙ୍କା ସହ ୨ ଗୋଟି କାର, ୩ ଟି ବାଇକ, ୧୦ ଟି ମୋବାଇଲ ଫୋନ, ତାସ ଆଦି ଜୁଆ ସାମଗ୍ରୀ ଜବତ ହୋଇଛି । ବିଏନଏସ ଧାରା ୧୧୨(୨) ଓ ଆର/ଡବ୍ଲୁ ସେକ୍ସନ ୩ (ଓପିଜି ଆକ୍ଟ) ପ୍ରକାରେ ନନ୍ଦପୁର ଥାନା କେସ ନ ୧୩୬ ପ୍ରକାରେ ମାମଲା ରୁଜ୍ଜୁ କରି ମଙ୍ଗଳବାର ୧୩ ଜଣଙ୍କୁ ଏକକାଳୀନ କୋର୍ଟ ଚାଲାଣ କରାଯାଇଛି।

ଥାନା ଏସଆଇ ଦ୍ରୋଣାଚାର୍ଯ୍ୟ ବାଗ ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ତ୍ରିନାଥ ତୋଟା ପାଡ଼ିଆ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ଚଣ୍ଡାଳମୁଣ୍ଡାର ଗ୍ରାମ ନୀଳଗିରି ବାଡରେ ଅସ୍ଥାୟୀ ଘର କରି ସେଠାରେ ଜୁଆ ଆଡ୍ଡା ଚାଲିଥିବା ଓ କୋରାପୁଟ, ମାଛକୁଣ୍ଡ, ବୈପାରିଗୁଡା, ନନ୍ଦପୁର ଥାନା ଅଞ୍ଚଳର ଜୁଆଡି ଜୁଆ ଖେଳୁଥିବା ପୋଲିସକୁ ସୂଚନା ମିଳିଥିଲା। ଏସପି ରୋହିତ୍ ବର୍ମାଙ୍କ ନିର୍ଦ୍ଦେଶ ମୁତାବକ କୋରାପୁଟ ପୋଲିସର ସ୍ୱତନ୍ତ୍ର ଦଳ ସହ ନନ୍ଦପୁର ପୋଲିସ ମିଳିତ ହୋଇ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ କିଛି ଜୁଆଡ଼ି ଖସି ପଳାଇ ଥିବା ବେଳେ କୁମାରଗନ୍ଧନା ପଞ୍ଚାୟତର ପୂର୍ବତନ ସରପଞ୍ଚ ଧନୁର୍ଜୟ ବଡ଼ନାୟକ (୪୨)ଙ୍କ ସମେତ କାକଲପଡ଼ା ଗ୍ରାମର ଭଗବାନ ଖିଲ (୩୬) ବୁଦୁ ପାଙ୍ଗି (୨୨), କଦମଗୁଡାର ହରି ପାଙ୍ଗି (୩୪) ଓ ଲଛମନ ବଡ ନାୟକ (୩୮), ଦେବତାହଞ୍ଜର ଗ୍ରାମର ରାମ ତୋଟାପାଡିଆ (୩୮), ହାଟଶୁକୁ ଗ୍ରାମର ଜଗବନ୍ଧୁ ବଡନାୟକ(୨୮), ମାଙ୍କିଡି ଗ୍ରାମର ବୁଦ୍ରା ଚାଲାଣ (୩୫), ପରଜାମୁଣ୍ଡାର ଗ୍ରାମର ଗୋରା ସୁକିଆ (୧୯), କାଙ୍ଗରପଡ଼ା ଗ୍ରାମର ପୀତାମ୍ବର ଖେମୁଣ୍ଡୁ (୩୬), ମାଛକୁଣ୍ଡ ଗ୍ରାମର ହରି ସିଲପଡା (୨୭), କୁମାରଗନ୍ଧନା ଗ୍ରାମର କୃଷ୍ଣ ଝଡିଆ (୪୦), ଚଣ୍ଡାଳ ମୁଣ୍ଡାର ଗ୍ରାମର ହରିବନ୍ଧୁ ହନ୍ତାଳ (୪୨) ଙ୍କୁ ପୋଲିସ କାବୁ କରିଥିଲା।

ସେମାନଙ୍କ ଠାରୁ ନଗଦ ୬୦ ହଜାର ୩୧୦ ଟଙ୍କା, ଓଡି୦୮ ଏମ ୦୨୬୪ ଓ ଓଡି୧୦ ଏବି ୩୮୩୮ ନମ୍ବର୍ ବିଶିଷ୍ଟ ଦୁଇ କାର, ୨ ଟି ବାଇକ ଓ ଗୋଟିଏ ସ୍କୁଟି, ୧୦ ଟି ମୋବାଇଲ ଫୋନ, ତାସ, ମସିଣା ଆଦି ଜବତ କରିଥିଲେ। ଥାନା କେସ ନ ୧୩୭/୨୦୨୬ ପ୍ରକାରେ ମାମଲା ରୁଜ୍ଜୁ କରି ୧୩ ଯୁଆଡ଼ିଙ୍କୁ ଗିରଫ କରାଯିବା ସହ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ତ୍ରିନାଥ ତୋଟା ପାଡିଆ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜରେ ପ୍ରବଳ ବର୍ଷା, ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଜିଲାର ବଡ଼ସାହି, ବେତନଟୀ, ବିଶୋଇ…

ଜିଲା ମୁଖ୍ୟାଳୟ ଚାଲ ଅଭିଯାନ: ସାମିଲ ହେଲେ ଶତାଧିକ ଡ୍ରାଇଭର

ଦାରିଙ୍ଗବାଡି, ୧।୯ (ଅରୁଣ ସାହୁ):ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ପାଇଁ ଶତାଧିକ ଡ୍ରାଇଭର ଦାରିଙ୍ଗବାଡିରୁ ଫୁଲବାଣୀକୁ ଗସ୍ତ…

ବର୍ଷାରେ ପଡ଼ିଗଲା କାନ୍ଥ, ମୁଣ୍ଡରେ କାଠ ବାଡେଇ ହୋଇ ମହିଳା ମୃତ

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ଅଧିନ ଭୁଲନ୍‌ପୁରରେ ଅଭାବନୀୟ ଘଟଣା ଘଟିଯାଇଛି । ଚାଳଘର ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ଯୁ ହୋଇଛି ।…

ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ, ପୁଣି ବନ୍ଦ ହେଲା ୪ ସ୍ଲୁଇସ୍ ଗେଟ୍

​ସମ୍ବଲପୁର,୧।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଫଳରେ ମଙ୍ଗଳବାର ସକାଳେ ପୁଣି ୪ଟି ସ୍ଲୁଇସ୍ ଗେଟ୍ କୁ…

ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ: ଗାଡ଼ି ଚଳାଚଳ ପ୍ରଭାବିତ

ମହାକାଳପଡ଼ା,୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକ ଭୋପାଳ-ଜଗରି ଜୋର୍‌ ହାଟକୁ ସଂଯୋଗ କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ରାସ୍ତା ପାଲଟିଛି ମଇଁଷି ଗୋଠ। ନାଞ୍ଜୁରା ପଞ୍ଚାୟତ ପାଣିଖିଆ…

ଘରେ ପଶି ସାତ ବର୍ଷର ନାବାଳିକାଙ୍କୁ ବଳାତ୍କାର; ଚିତ୍କାର ଶୁଣି ଭାଇ ଆସିବା ପରେ….

ଦେବଗଡ଼,୧।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ…

ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଗଞ୍ଜାମ ଜିଲା କଳାକାର, ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲା ସାଂସ୍କୃତିକ କଳା

ଛତ୍ରପୁର,୧।୯(ଦିଲ୍ଲୀପ ସାମଲ) : ଜିଲା ଏବଂ ସମଗ୍ର ରାଜ୍ୟର ଗୌରବମୟ ଇତିହାସର ଆଦିବାସୀ ଏବଂ ଲୋକନୃତ୍ୟ ଉପସ୍ଥାପନାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲେ ଗଞ୍ଜାମ ଜିଲାର…

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri