ପୋଲିସର ସଟ୍ଟା ଚଢାଉ, ୪୭ ଗିରଫ

ବରଗଡ ଅଫିସ,୬।୪: ବରଗଡ ଜିଲା ପୋଲିସ ସଟ୍ଟା ଧରପଗଡକୁ ଜୋରଦାର୍‌ କରିଛି। ଜିଲାର ବିଭିନ୍ନ ସ୍ଥାନରେ ଅତର୍କିତ ଚଢାଉ କରି ପୋଲିସ ୪୭ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ପାଖରୁ ନଗଦ ୯୩ ହଜାର ୯୬୫ ଟଙ୍କା ସହିତ ୪୦ଟି ସଟ୍ଟା ଚାର୍ଟ, ୫୨ଟି ସଟ୍ଟା ଚିଟ, ୨୦ଟି ମୋବାଇଲ, ୫ଟି କାଲକୁଲେଟର, ୨୮ଟି ନୋଟବୁକ୍‌ ଆଦି ଜବତ ହୋଇଛି । ଏ ନେଇ ଜିଲାର ବିଭିନ୍ନ ଥାନାରେ ୩୩ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରେ ବରଗଡ ଟାଉନ ଥାନାରେ ୮, ଗ୍ରାମାଞ୍ଚଳ ଥାନାରେ ୩, ସଦର ଥାନାରେ ୫, ବରପାଲି ଥାନରେ ୩, ଅତାବିରା ଥାନାରେ ୬, ଭଟଲି ଥାନରେ ୧, ମେଲଛାମୁଣ୍ଡା ଥାନାରେ ୧, ବିଜେପୁର ଥାନାରେ ୨, ପାଇକମାଳ ଥାନାରେ ୨ ଏବଂ ଗାଇସିଲେଟ, ଝାରବନ୍ଧ ଓ ପଦ୍ମପୁର ଥାନାରେ ଗୋଟିଏ ଲେଖାଏ ମାମଲା ରୁଜୁ ହୋଇଛି। ଆଗକୁ ମଧ୍ୟ ପୋଲିସର ଏହି ଅଭିଯାନ ଜାରି ରହିବ ବୋଲି ବରଗଡ଼ରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସଡିପିଓ ଅମ୍ରିତ କୁମାର ପଣ୍ଡା କହିଛନ୍ତି।