୨୦ ଦିନରେ ୩୦ରୁ ଅଧିକ ଲୋକଙ୍କୁ ପଚରାଉଚରା କଲାଣି ପୋଲିସ

ବମ୍ବେ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ହେଲେ ପ୍ରଶଂସକମାନେ ତାଙ୍କୁ ନ୍ୟାୟ ଦେବା ଲାଗି ଦାବି କରି ଆସୁଛନ୍ତି।

ପ୍ରାଥମିକ ତଦନ୍ତରୁ ପୋଲିସ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି କହୁଛି। ହେଲେ ପ୍ରଶଂସକ, ପରିବାରଲୋକେ, କିଛି ନେତା ଏବଂ ଅଭିନେତା ତାଙ୍କ ମୃତ୍ୟୁକୁ ହତ୍ୟା ବୋଲି ଦର୍ଶାଉଛନ୍ତି। ଏପରିକି ଏହି ମାମଲାର ସିବିଆଇ ଯାଞ୍ଚ କରାଯାଉ ବୋଲି ଦାବି ହେଉଛି। ଏବେ ପର୍ଯ୍ୟନ୍ତ ପୋଲିସ ପାଖାପାଖି ତିରିଶ ଜଣ ଲୋକଙ୍କୁ କରିଛି ପଚରାଉଚରା। ଏହି ସମୟରେ ଅନେକ ତଥ୍ୟ ପୋଲିସର ହସ୍ତଗତ ହୋଇଥିବା ପ୍ରକାଶ।

ଜୁନ ୧୪ରେ ସୁଶାନ୍ତଙ୍କ ମୃତ୍ୟୁ ଖବର ଜଣାପଡ଼ିଥିଲା। ଉକ୍ତ ଦିନ ରାତିରେ ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା କୁହାଯାଇଥିଲା। ରଶି ଲଗାଇବା ପରେ ଅଣନିଶ୍ୱାସୀ ହୋଇ ତାଙ୍କ ମୃତ୍ୟୁ ଘଟିଥିବା କୁହାଗଲା। ୧୬ ଦିନ ପରେ ଆସିଥିବା ଭିସ୍‌ରା ରିପୋର୍ଟରେ ମଧ୍ୟ ସମାନ କଥା ଆସିଥିଲା।

ଏସବୁ ମଧ୍ୟରେ ପୋଲିସ ପ୍ରଥମେ ଦିପେଶ ସାଓ୍ବନ୍ତଙ୍କୁ ପଚରାଉଚରା କରାଯାଇଥିଲା। ପରେ ରୋଷେୟା, ଚାବି ନିର୍ମାଣ କାରୀ, କ୍ରିଏଟିଭ୍‌ ମ୍ୟାନେଜର ସିଦ୍ଧାର୍ଥ ପିଠାନୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସେହିଭଳି ପରିବାରଲୋକଙ୍କୁ ପଚରାଉଚରା କରାଯାଇଥିଲା। ଯେଉଁଥିରେ ରହିଥିଲେ ସୁଶାନ୍ତଙ୍କ ବାପା, ଦୁଇ ଭଉଣୀ। ସେତେବେଳେ ୬ମାସ ଧରି ସୁଶାନ୍ତ ଡିପ୍ରେଶନରେ ଥିବା ଜଣାପଡ଼ିଥିଲା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ବୟାନ ରେକର୍ଡ କରାଯାଇଥିଲା।

ଶେଷ ଥର ପାଇଁ ସୁଶାନ୍ତ ଫୋନ୍‌ କରିଥିବା ବନ୍ଧୁ ମହେଶ ସେଟ୍ଟୀ,ପିଆର୍‌ ଟିମ୍‌, ବ୍ୟବସାୟର ମ୍ୟାନେଜର, ପ୍ରେମିକା କୁହାଯାଉଥିବା ରିୟା ଚକ୍ରବର୍ତ୍ତୀ, ନିର୍ଦ୍ଦେଶକ ମୁକେଶ ଛାବଡ଼ା, ରିୟାଙ୍କ ଭାଇ ସୋବିଜ୍‌, ବନ୍ଧୁ ସନ୍ଦିପଙ୍କୁ ପଚରାଉଚରା କରିସାରିଛି। ଆଗାମୀ ଦିନରେ ସଞ୍ଜୟ ଲୀଲା ବନ୍‌ଶାଲୀଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ଚପଲ ଭାସିବା ପରେ….

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ବାଟେଣି ପୋଖରୀରେ ମୃତଦେହ ଭାସୁଥିବା ଦେଖାଯାଇଛି । ନିଖୋଜର ୪ଦିନ ପରେ ଗୁରୁବାର ମିଳିଲା ମୃତଦେହ । ମୃତକ…

ଯାହା ଭୟ କରୁଥିଲା ପାକିସ୍ତାନ, ତାହା କରିଦେଲା ଭାରତ: ୧୧୪ ରାଫାଲ ଜେଟ୍‌କୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୨।୨:ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇବାକୁ ଯାଉଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ରାଫାଲ ଲଢ଼ୁଆ ବିମାନ ପାଇଁ ଭାରତ ଏବଂ ଫ୍ରାନ୍ସ…

ବିଦ୍ୟାଳୟକୁ ମଦ ପିଇ ଆସିଲେ ଛାତ୍ର, ନିଶାରେ ଚେତାଶୂନ୍ୟ ହୋଇ କଲେ……

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ସହରାଞ୍ଚଳ ଦଶପଲା ବାଳକ ଉଚ୍ଚ ବିଦ୍ୟାଳୟରୁ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲକୁ ଶିକ୍ଷାର ମନ୍ଦିର କୁହାଯାଉଥିବା…

ବଲାଙ୍ଗୀର ବନ୍ଦ ସଫଳ କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗୀର,୧୨ା୨(ସୁନିଲ କୁମାର ମହାନ୍ତି): ଏଆଇଟିୟୁସିର ପକ୍ଷରୁ ଭାରତ ବନ୍ଦ ପରିପ୍ରେକ୍ଷୀରେ ବଲାଙ୍ଗୀରରେ କୋଶଳ କଳା ମଣ୍ଡଳ ପଡ଼ିଆରୁ ଗୁରୁବାର ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରାଯିବା…

ଚମତ୍କାର ଅଭିନୟ ପରେ MBBS ଡିଗ୍ରୀ ହାସଲ କଲେ ଏହି ଅଭିନେତ୍ରୀ: ଚାରିଆଡ଼ୁ ପ୍ରଶଂସା

‘ପୁଷ୍ପା-୨’ର ଆଇଟମ ଗୀତଟି ବହୁତ ହିଟ ହୋଇଥିଲା। ଏଥିରେ ଅଭିନୟ କରିଥିବା ନାୟିକା ରାତାରାତି ନ୍ୟାଶନାଲ କ୍ରଶ୍‌ ପାଲଟିଯାଇଥିଲେ। ଏହି ସୁନ୍ଦରୀ ଆଉ କେହି ନୁହଁନ୍ତି, ସେ…

ଭଡ଼ାଘରେ ଚାଲିଥିଲା ଦେହ ବେପାର: କିଙ୍ଗ୍‌ପିନ୍‌ ସମେତ ୩ ଦେହଜୀବୀ-ଗ୍ରାହକଙ୍କୁ ଧରିଲା ପୋଲିସ

ଖୋର୍ଦ୍ଧା,୧୨ା୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିକାଶ ନଗରରେ ସେକ୍ସ ରାକେଟ ଠାବ ହୋଇଛି। ଏକ ଭଡ଼ାଘରେ ଚାଲିଥିଲା ଦେହ ବେପାର। ଖବରପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଓ…

ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ, ୩ ମାସ ମଧ୍ୟରେ…

କଟକ,୧୨।୨: ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ନେଇ ହାଇକୋର୍ଟ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ବିଧାନସଭା ଅଧିବେଶନରେ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା, ଜମି ପଟ୍ଟାରେ ଲାଗିବ QR କୋଡ୍

ଭୁବନେଶ୍ବର,୧୨।୨: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri