Posted inଜାତୀୟ

ପୋଲିସ, ବିକ୍ଷୋଭକାରୀ ସଂଘର୍ଷ

ଇମ୍ଫାଲ,୨୮ା୯: ଜାତିଆଣ ହିଂସା ପ୍ରଭାବିତ ମଣିପୁରରେ ମେଇତି ସମ୍ପ୍ରଦାୟର ନିଖୋଜ ଛାତ୍ରୀ ଲୁଓ୍ବାଙ୍ଗ୍‌ବି ହିଜାମ୍‌ ଏବଂ ଛାତ୍ର ଫିଜାମ୍‌ ହେମନ୍‌ଜିତଙ୍କୁ ଅପହରଣ ଓ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇ ସ୍ଥିତି ଅଣାୟତ୍ତ ହୋଇଛି। ଇମ୍ଫାଲରେ ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଛାତ୍ରୀଛାତ୍ରମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ଲୁହବୁହା ବାଷ୍ପ ପ୍ରୟୋଗ ସହ ଲାଠିମାଡ଼ କରିଛି। ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ଅନେକେ ଆହତ ହୋଇଛନ୍ତି। ସଂଘର୍ଷ ପରେ ତତ୍କାଳ ରାଜଧାନୀରେ କର୍ଫ୍ୟୁ ଜାରି କରାଯାଇଛି।

ଜୁଲାଇ ୬ରେ ମେଇତି ସମ୍ପ୍ରଦାୟର ଲୁଓ୍ବାଙ୍ଗ୍‌ବି ହିଜାମ୍‌ ଏବଂ ଫିଜାମ୍‌ ହେମନ୍‌ଜିତ ନିଖୋଜ ହୋଇଯାଇଥିଲେ। ଜଙ୍ଗଲରେ ଥିବା ଏକ ସଶସ୍ତ୍ର ଗୋଷ୍ଠୀର ଶିବିରରେ ଉଭୟେ ବସିଥିବାବେଳେ ୨ ଜଣ ବନ୍ଧୁକଧାରୀ ସେମାନଙ୍କ ପଛରେ ଛିଡ଼ା ହୋଇଥିଲେ। ଏହି ଫଟୋ ସୋମବାର ସାମ୍ନାକୁ ଆସିଥିଲା। ଏହା ପରେ ଲୁଓ୍ବାଙ୍ଗ୍‌ବି ଏବଂ ଫିଜାମ୍‌ଙ୍କ ମୃତଦେହ ତଳେ ପଡ଼ିଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଥିଲା। କୁକି ଉଗ୍ରପନ୍ଥୀମାନେ ଦୁହିଁଙ୍କୁ ଅପହରଣ ପରେ ହତ୍ୟା କରିଥିବା ରାଜ୍ୟ ସରକାର ସୂଚନା ଦେଇଥିଲେ। ବିକ୍ଷୋଭକାରୀମାନେ ବୁଧବାର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ବାସଭବନ ଆଡ଼କୁ ଶୋଭାଯାତ୍ରାରେ ଯାଉଥିବାବେଳେ ପୋଲିସ କାଙ୍ଗ୍‌ଲା ଗେଟ୍‌ ନିକଟରେ ଅଟକାଇଥିଲା। ଫଳରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଅନେକ ବିକ୍ଷୋଭକାରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବା ଜଣାପଡ଼ିଛି।

୬ ମାସ ବଢ଼ିଲା ଏଏଫ୍‌ଏସ୍‌ଏ

ମଣିପୁରକୁ ପୁଣି ଉତ୍ତେଜନା ଫେରିଥିବାରୁ ଉଗ୍ରପନ୍ଥୀ ଓ କଠୋରପନ୍ଥୀ ଗୋଷ୍ଠୀଙ୍କ କାର୍ଯ୍ୟକାଳପକୁ ଦୃଷ୍ଟିରେ ରଖି ସରକାର ରାଜ୍ୟକୁ ଅସ୍ଥିର ଅଞ୍ଚଳ ଘୋଷଣା କରିଛନ୍ତି। ରାଜ୍ୟପାଳ ରାଜ୍ୟରେ ସଶସ୍ତ୍ର ବଳ (ସ୍ବତନ୍ତ୍ର କ୍ଷମତା) ଆଇନ (ଏଏଫ୍‌ଏସ୍‌ଏ)କୁ ଆଉ ୬ ମାସ ପାଇଁ ବୃଦ୍ଧି କରିଛନ୍ତି। ଏହି ବିବାଦୀୟ ଆଇନ ଅକ୍ଟୋବର ୧ରୁ ଲାଗୁ ହେବ। ତେବେ ଇମ୍ଫାଲ ଉପତ୍ୟକା ଅଧୀନ ୧୯ ଥାନା ଅଞ୍ଚଳରେ ଏହା ଲାଗୁହେବ ନାହିଁ ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

ଇମ୍ଫାଲରେ ସିବିଆଇ ଟିମ୍‌

ଇତିମଧ୍ୟରେ ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସ୍ବତନ୍ତ୍ର ନିର୍ଦ୍ଦେଶକ ଅଜୟ ଭଟ୍ଟନାଗରଙ୍କ ନେତୃତ୍ୱରେ ଏକ ଟିମ୍‌ ଇମ୍ଫାଲରେ ପହଞ୍ଚତ୍ ତନାଘନା ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ଏହି ମାମଲାକୁ ନେଇ ସମ୍ବେଦନଶୀଳ ଅଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତଦନ୍ତ ପାଇଁ ସିବିଆଇ ଟିମ୍‌ ପଠାଇଛନ୍ତି।

ଅଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବହିଷ୍କାର କର

ଭାଜପା ଯୋଗୁ ୧୪୭ ଦିନ ହେଲା ମଣିପୁର ଯୁଦ୍ଧଭୂମିରେ ପରିଣତ ହୋଇଛି। ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ୁଥିବାବେଳେ ଶିଶୁମାନଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ସ୍ଥିତି ନିୟନ୍ତ୍ରଣ କରିବାରେ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଭାଜପାର ଏହି ଅଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ବହିଷ୍କାର କରନ୍ତୁ।
-ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ଅଧ୍ୟକ୍ଷ

ଅପରାଧୀଙ୍କୁ ଛଡ଼ାଯିବ ନାହିଁ: ଭାଜପା

ମଣିପୁରରେ ୨ ଛାତ୍ରୀ ଓ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରିଥିବା ଅପରାଧୀଙ୍କୁ ଛଡ଼ାଯିବ ନାହିଁ। ସ୍ବରାଷ୍ଟ୍ରମନ୍ତ୍ରୀ ସିବିଆଇ ଅଧିକାରୀମାନଙ୍କ ଏକ ଟିମ୍‌କୁ ତଦନ୍ତ ପାଇଁ ପଠାଇଛନ୍ତି। ପୀଡ଼ିତ ପରିବାରକୁ ଯଥାଶୀଘ୍ର ସମ୍ଭବ ନ୍ୟାୟ ପ୍ରଦାନ କରାଯିବ।
-ସମ୍ବିତ ପାତ୍ର, ଭାଜପା ମୁଖପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri