ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।
କିପରି ଯାତ୍ରାରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯିବ, ଯାତ୍ରାରେ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରିବା, ରଥଟଣା ବେଳେ ଯେପରି ଅଘଟଣ ନ ଘଟେ ସେଥିପ୍ରତି ନଜର ରଖିବା, ସଠିକ ପ୍ରଣାଳୀରେ ରଥର ବ୍ରେକଦେବା, ରାତିପୂର୍ବରୁ ରଥଟଣାକୁ ଶେଷ କରିବା, ମାଉସୀ ମା’ ମନ୍ଦିର ପରିସରରେ ସିସିଟିଭି ଲଗାଇବା, ସୁନାବେଶ ସମୟରେ ଅଳଙ୍କାର ପ୍ରତି ସତର୍କତା ଅବଲମ୍ବନ କରିବା, ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡାକଡି କରାଯିବା ନେଇ ଆଲୋଚନା କରାଯାଇଥିଲା। ଏପରିକି କମିଟି ସଭ୍ୟମାନଙ୍କୁ ପୋଲିସକୁ ସହଯୋଗ କରିବା ଲାଗି କୁହାଯାଇଥିଲା। ଏଥିରେ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଗାଁରେ ଥିବା ଜଗନ୍ନାଥମନ୍ଦିର ଟ୍ରଷ୍ଟ ବୋର୍ଡ ଓ ପରିଚାଳନା କମିଟ ସଭ୍ୟମାନେ ଯୋଗଦେଇଥିଲେ। ଏସ୍ଆଇ ସୁଶାନ୍ତ ମିଶ୍ର ବୈଠକ ପରିଚାଳନା କରିଥିଲେ।