ଭୁବନେଶ୍ୱର,୨୪।୪: ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ପୋଲିସ କର୍ମଚାରୀଙ୍କ ଭତ୍ତା ଏବଂ ପ୍ରୋତ୍ସାହନ ରାଶିକୁ ଗୁରୁବାର ବୃଦ୍ଧି କରିଛନ୍ତି। କନଷ୍ଟେବଲଙ୍କଠାରୁ ଆରମ୍ଭ କରି ଇନ୍ସପେକ୍ଟର ଯାଏଁ ପୋଷାକ ଭତ୍ତା ଦୁଇ ଗୁଣ ବୃଦ୍ଧି ପାଇଛି। ଇନ୍ସପେକ୍ଟରଙ୍କ ପୋଷାକ ଭତ୍ତା ୪୩୦୦ଟଙ୍କାରୁ ୮୬୦୦ ଟଙ୍କାକୁ ବୃଦ୍ଧି ପାଇଛି।
ସେହିପରି SI, ASIଙ୍କ ପୋଷାକ ଭତ୍ତା ୪୨୦୦ରୁ ୮୪୦୦ ଟଙ୍କା ହୋଇଛି। ହାବିଲଦାର, କନଷ୍ଟେବଲ ଏବଂ ସିପାହୀଙ୍କ ଭତ୍ତା ୫ ହଜାରରୁ ୧୦ ହଜାରକୁ ବୃଦ୍ଧି କରାଯାଇଛି। ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀଙ୍କ ଭତ୍ତା ୧୧,୮୦୦ ଟଙ୍କା ବୃଦ୍ଧ ପାଇଛି। ଏପରିକି କନଷ୍ଟେବଲ, ସିପାହୀଙ୍କ ବାର୍ଷିକ ପ୍ରୋତ୍ସାହନ ରାଶି ୨୫ ହଜାରକୁ ବୃଦ୍ଧି ପାଇଛି। ହାବିଲଦାରଙ୍କ ପ୍ରୋତ୍ସାହନ ରାଶି ୩୦ ହଜାର ଟଙ୍କା ବୃଦ୍ଧି ହୋଇଛି।


