Categories: ଫୁରସତ

ଫିଲ୍ମ ଷ୍ଟାଇଲ୍‌ରେ ମୋବାଇଲ୍‌ ଚୋରକୁ କାବୁ କଲେ ପୋଲିସ କର୍ମଚାରୀ, ଭିଡିଓ ଦେଖିଲେ…

ଚୋର ଧରିବା ପୋଲିସର କାମ। ହେଲେ ଅନେକ ସମୟରେ ଏପରି କିଛି ଘଟେ ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ମାଙ୍ଗାଲୁର ପୋଲିସର ସେଭଳି ଏକ ଭିଡିଓ ଏବେ ବେଶ ଭାଇରାଲ ହେଉଛି। ଏଥିରେ ଜଣେ ପୋଲିସ କର୍ମଚାରୀ ଫିଲ୍ମ ଷ୍ଟାଇଲ୍‌ଷର ଚୋର ଧରୁଥିବା ଦେଖିବାକୁ ମିଳୁଛି। ସେ ପ୍ରଥମେ ଟ୍ରାଫିକ୍‌ ଭିତରେ ଚୋରଙ୍କୁ ଦୌଡ଼ାଇବା ପରେ ତାକୁ କାବୁ କରିଥିଲେ। ଘଟଣାରେ ଏଯାଏ ୩ ଲୋକଙ୍କୁ ଗିରଫ କରାଯାଇଛି।

ସମ୍ପୂର୍ଣ୍ଣ ଘଟଣାଟି ଏପରି। ଚୋରଜଣଙ୍କ ବିହାରର ଜଣେ ପ୍ରବାସୀ ଶ୍ରମିକଙ୍କ ମୋବାଇଲ ଚୋରାଇଥିଲେ। ସେ ମାଙ୍ଗାଲୋର ନେହେରୁ ଷ୍ଟାଡିୟମରେ ଶୋଇଥିବା ବେଳେ ଏପରି ଘଟିଥିଲା। ସେଠାରେ ପାଟ୍ରୋଲିଂ କରୁଥିବା ପୋଲିସ କର୍ମଚାରୀ ଚୋରଙ୍କୁ ଦେଖି ନେଇଥିଲେ। ଦୌଡ଼ାଇ ଦୌଡ଼ାଇ ହାଲିଆ କରିବା ପରେ ମାଡ଼ିବସି ତାଙ୍କୁ ଗିରଫ କରିଥିଲେ। ଘଟଣାଟି ଚର୍ଚ୍ଚା ବିଷୟ ପାଲଟିବା ପରେ ପୋଲିସଜଣଙ୍କ ବରୁଣ ଅଲ୍ବା ବୋଲି ଜଣାପଡ଼ିଛି। ସେ ମାଙ୍ଗାଲୋର ପୋଲିସ ଅଧୀନରେ ସବ୍‌-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି।

ଜାନୁୟାରୀ ୧୨ରେ ଏହି ଘଟଣା ଘଟିଥିବା ବେଳେ ଏହାର କିଛି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ନେହେରୁ ପଡ଼ିଆ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଦୁଇଜଣ ଲୋକ ଦୌଡ଼ୁଥିବା ସେ ଦେଖିବାକୁ ପାଇଥିଲେ। ସେ ତୁରନ୍ତ ଗାଡ଼ିରୁ ଡେଇଁ ତାଙ୍କର ପିଛା କରିଥିଲେ। ପୋଲିସକୁ ଦେଖି ଚୋରମାନେ ଆହୁରି ବେଗରେ ଧାଇଁବାକୁ ଲାଗିଥିଲେ। ହେଲେ ଟ୍ରାଫିକ୍‌ ଭିତରେ ପଶି ଖସିବାକୁ ଚେଷ୍ଟା କରୁଥିବା ଚୋରଙ୍କୁ ଧରିନେଇଥିଲେ ସେ।

ଦୌଡ଼ୁଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ମୋବାଇଲ ଚୋର ଥିଲେ। ପୋଲିସ ତାଙ୍କ ନିକଟରୁ ଫୋନ୍‌ ଜବତ କରିଥିଲା। ପଚରାଉଚରା କରାଯିବା ପରେ ଅନ୍ୟ ଦୁଇ ଲୋକଙ୍କୁ ଗିରଫ କରାଯାଇଛି।

Share