ଦୀର୍ଘବର୍ଷ ପରେ ଖୋଲିଲା ବ୍ରିଟିଶ ଅମଳର ଫାଣ୍ଡି, କମିବ ଅସାମାଜିକ କାର୍ଯ୍ୟକଳାପ

ଦାରିଙ୍ଗବାଡ଼ି,୬ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ଫାଣ୍ଡିକୁ ଖୋଲିବା ପାଇଁ କଥା ଦେଇ କଥା ରଖିଲେ କନ୍ଧମାଳ ଏସ୍‌ପି ହରିଶ ବିଶି। ଗାଁରେ ପୁଣି ଫେରିଛି ଶାନ୍ତି ଆଉ ବଢ଼ିଛି ପୋଲିସ ପ୍ରତି ଆତ୍ମବିଶ୍ୱାସ। ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ୪ ମାସ ଭିତରେ ଅର୍ଥାତ ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ଫାଣ୍ଡିର ପୁନଃ ଶୁଭାରମ୍ଭ କରାଯିବ ବୋଲି କନ୍ଧମାଳ ଏସପି ହରିଶ ବିଶି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପ୍ରତିଶ୍ରୁତିର ସମୟସୀମା ପୂର୍ବରୁ କନ୍ଧମାଳ ପୋଲିସ ବୁଡ଼ାଗୁଡ଼ା ଫାଣ୍ଡିକୁ ଶୁଭ ଉଦ୍‌ଘାଟନ କରିଥିବା ଚର୍ଚ୍ଚା ଜୋର ଧରିଛି।

ପ୍ରକାଶ ଯେ, ବ୍ରିଟିଶ ଅମଳରୁ ବୁଡ଼ାଗୁଡ଼ାଠାରେ ଏକ ଫାଣ୍ଡି ପ୍ରତିଷ୍ଠା ହୋଇଥିଲା। ଏଥିରେ ଦାରିଙ୍ଗବାଡ଼ି,କୋଟଗଡ଼ ଏବଂ ବାଲିଗୁଡ଼ା ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତ ଉକ୍ତ ଫାଣ୍ଡି ଉପରେ ନିର୍ଭର କରୁଥିଲେ। ତେବେ ପୋଲିସ କର୍ମଚାରୀ ଅଭାବ ସାଙ୍ଗକୁ ଅଞ୍ଚଳରେ ମାଓବାଦୀ ଗତିବିଧି ବୃଦ୍ଧି ପାଇଥିଲା ଫାଣ୍ଡି ସମ୍ମୁଖରେ ବିଭିନ୍ନ ସମୟରେ ମାଓବାଦୀ ନାମରେ ପୋଷ୍ଟର ବ୍ୟାନର ଲାଗୁଥିବା ବେଳେ ପୋଲିସ ବାରାକ କିମ୍ବା ପୋଲିସ ବଳ ଉକ୍ତ ଫାଣ୍ଡି ଭିତରେ ସେହି ସମୟରେ କମ୍‌ ରହିଥିବାରୁ ଧିରେ ଧିରେ ଫାଣ୍ଡିଟିକୁ କୌଣସି କାରଣରୁ ବନ୍ଦ କରି ଦିଆଯାଇଥିଲା। ଗତ ୨୦୧୭ ରୁ ଏଥିରେ ତାଲା ଝୁଲିଥିଲା। ସେହିଦିନଠାରୁ ଅଞ୍ଚଳବାସୀ ପୁଣି ଏହି ଫାଣ୍ଡି ଖୋଲିବାକୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ କନ୍ଧମାଳ ପୋଲିସ ପକ୍ଷରୁ ନୂତନ ଫାଣ୍ଡି ନିର୍ମାଣ କରାଯାଇଥିଲେ ମଧ୍ୟ ଫାଣ୍ଡି ବିଧିବଧ ଭାବରେ ଆରମ୍ଭ ହୋଇ ନ ଥିଲା। ସରପଞ୍ଚ ତାତୁରା ପ୍ରଧାନ, ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଅଞ୍ଚଳବାସୀ ବାରମ୍ବାର କନ୍ଧମାଳ ଏସ୍‌ପି, ବାଲିଗୁଡ଼ା ଏସ୍‌ଡିପିଓଙ୍କ ଦୃଷ୍ଟିକୁ ନେଇଥିଲେ। ଏବେ ଫାଣ୍ଡି ଖୋଲିବା ସହ ପୋଲିସର ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ଏବଂ ଜଣେ ପୋଲିସ ଅଫିସର ଓ ହୋମଗାର୍ଡମାନଙ୍କୁ ନିୟୋଜିତ କରାଯାଇଛି। ଫଳରେ ଅଞ୍ଚଳରେ କନ୍ଧମାଳ ପୋଲିସକୁ ଅଞ୍ଚଳବାସୀ ସାଧୁବାଦ ଜଣାଇବା ସହ ଏହା ଖୋଲିବା ଦ୍ୱାରା ଅଞ୍ଚଳରେ ଖୋଲିବାଦିନଠାରୁ ଶାନ୍ତି ମିଳିଛି। ଉକ୍ତ ଅଞ୍ଚଳରେ ଫାଣ୍ଡି ବନ୍ଦ ଯୋଗୁ ଚୋରାମଦ କାରବାର ବୃଦ୍ଧି ସହ ଅସାମାଜିକ କାର୍ଯ୍ୟକଳାପ, ଚୋରି ଆଦି ବୃଦ୍ଧି ପାଇଥିଲା ବୋଲି ସରପଞ୍ଚ ତାତୁରା ପ୍ରଧାନ, ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri