ତଦନ୍ତ ପାଇଁ ଯାଇଥିଲେ ପୋଲିସ କର୍ମଚାରୀ: ଏମିତି ମାଡ଼ ଖାଇଲେ, ପହଞ୍ଚିଲେ ହସ୍ପିଟାଲରେ

ପଦ୍ମପୁର,୮।୭:(ଡି.ଏନ.ଏ.): ଭଦ୍ରକ ସଦର ବ୍ଲକ ଅଧିନ ସାବରଙ୍ଗ ପୋଲିସ ଏକ ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ ସଙ୍ଘବଦ୍ଧ ଆକ୍ରମଣ ଶିକାର ହୋଇଛି। ତଦନ୍ତ ପାଇଁ ଗୋରା ମାଟି ଗ୍ରାମକୁ ଯାଇଥିବା ବେଳେ ଅଭିଯୁକ୍ତଙ୍କ ପରିବାର ଲୋକେ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଏସ୍‌ଆଇ ନିତାଇ ଚରଣ ମହାନ୍ତି, କନଷ୍ଟେବଳ ସ୍ମୃତିରେଖା ବଳ, ପ୍ରଭୁରଞ୍ଜନ ନାୟକ, ବ୍ରଜମୋହନ ସିଂ ପ୍ରମୁଖ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ସାବରଙ୍ଗ ଡାକ୍ତରଖାନା ଓ ପରେ ଚିକିତ୍ସା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏସ୍‌ଡିପିଓ ସାର୍ଥକ ରାୟ ପହଞ୍ଚି ତଦନ୍ତ କରୁଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି।