Categories: ଫୁରସତ

ବରଫ ଆଚ୍ଛାଦିତ ହ୍ରଦରେ ଫସି ରହିଥିବା କୁକୁରକୁ ଉଦ୍ଧାର କଲେ ଦୁଇ ପୋଲିସ କର୍ମଚାରୀ

ପଶୁପକ୍ଷୀ ଉଦ୍ଧାର ହେବାର ଭିଡିଓ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦୁଇଜଣ ପୋଲିସ କର୍ମଚାରୀ ଗୋଟିଏ କୁକୁରକୁ ବରଫରୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ପରେ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। କୁକୁରକୁ ବଞ୍ଚାଇ ଏହି ବ୍ୟକ୍ତି ବିଶ୍ୱବାସୀଙ୍କ ହୃଦୟ ଜିତିଛନ୍ତି।

ଏହି ଭିଡିଓଟି ଅଧିକ ଲୋକପ୍ରିୟ ହେବାରେ ଲାଗିଛି, ଯାହା ସ୍ପେନର ଉତ୍ତର ଅଞ୍ଚଳର ବୋଲି କୁହାଯାଉଛି। କୁକୁରଟିକୁ ଉଦ୍ଧାର କରିବା ପାଇଁ ଦୁଇ ପୋଲିସ କର୍ମଚାରୀ ବରଫ ଆଚ୍ଛାଦିତ ହ୍ରଦରେ ପଶୁଛନ୍ତି। ପରେ ହ୍ରଦରେ ଫସି ରହିଥିବା କୁକୁରକୁ ଉଦ୍ଧାର ପାଇଁ ପୋଲିସ କର୍ମଚାରୀ ଚେଷ୍ଟା କରୁଛନ୍ତି। ଜଣେ ପୋଲିସ ହ୍ରଦରେ ଆଗକୁ ବଢୁଥିବା ବେଳେ ଅନ୍ୟ ଜଣେ ପୋଲିସ ତାଙ୍କୁ ସାହାଯ୍ୟ କରୁଛନ୍ତି।

ଏହି ଘଟଣା ବିଷୟରେ ସ୍ପେନ ପୋଲିସ କହିଛି ଯେ, କୁକୁରଟି ପୂର୍ବ ସ୍ପେନର କ୍ୟାନ୍‌ଫ୍ରେଙ୍କ୍‌ ହ୍ରର୍ଦ ମଧ୍ୟରେ ଦୀର୍ଘଘଣ୍ଟା ଧରି ଫସି ରହିଥିଲା, ଯାହାକୁ ଦୁଇ ପୋଲିସ ଉଦ୍ଧାର କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ପହଞ୍ଚିବା ମାତ୍ରେ ଲୋକମାନେ ସେମାନଙ୍କର ପ୍ରତିକ୍ରିୟା ଦେଇଥିଲେ। ଜଣେ ୟୁଜର ଲେଖିଛନ୍ତି, ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ପ୍ରକୃତରେ ପ୍ରଶଂସନୀୟ।

ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୭ ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଅନେକ ୟୁଜର ସେମାନଙ୍କ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର ବି କରିଛନ୍ତି।

Share