ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ ସ୍ଥଳରୁ ବିଦା କରିଦିଆଯାଇଥିଲା। ଚାପୁଡ଼ା ମାରୁଥିବାର ଭିଡିଓ ଭାଇରାଲ ହେବା ପରେ ଅତିରିକ୍ତ ଡିସିପି ସନ୍ଦିପ୍‌ ଲାମ୍ବାଙ୍କୁ ସୁରକ୍ଷା ଦାୟିତ୍ୱରୁ ହଟାଇ ତାଙ୍କୁ ତାଙ୍କ ମୂଳ ଜିଲାକୁ ବଦଳି କରାଯାଇଛି। ପରୀକ୍ଷା ଅନିୟମିତତାକୁ ନେଇ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ପାର୍ଲାମେଣ୍ଟ ଅଭିଯାନ ପାଇଁ ସିଜେପିର ଅନେକ ହଜାର ସମର୍ଥକ ଯନ୍ତରମନ୍ତରରେ ଏକାଠି ହୋଇଥିବାବେଳେ ଅତିରିକ୍ତ ଡିସିପି ଲାମ୍ବା ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିବା ଦେଖାଯାଇଥିଲା।

 

Dharitri – Odisha’s No.1 Odia Daily

 

Share