ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ

ବ୍ରହ୍ମପୁର,୧୦।୧୦: ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ ମିଳିଛି। ଏ ବହୁ ଚର୍ଚ୍ଚିତ ହତ୍ୟା ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବ୍ରହ୍ମପୁର ପୋଲିସ। ଏମାନଙ୍କଠାରୁ ହତ୍ୟାକାଣଡର କିଛି ସୁରାଗ ମିଳିବ ବୋଳି ଆଶା କରାଯାଉଛି।
ସୂଚନାଯୋଗ୍ୟ, ବ୍ରହ୍ମପୁର ବୈକୁଣ୍ଠ ନଗରସ୍ଥିତ ନିଜ ଘର ନିକଟରେ ଆଇନଜୀବୀ ତଥା ଭାଜପାର ସକ୍ରିୟ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ଘଟଣାର ୭୨ ଘଣ୍ଟା ପରେ ବି ପୋଲିସ କାହାକୁ ଗିରଫ କରିନାହିଁ। ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ସତ୍ତ୍ୱେ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିନାହିଁ। ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ବାହାସ୍ପୋଟ ମାରୁଛି ପୋଲିସ। ଅଭିଯୁକ୍ତ ଚିହ୍ନଟ ନ ହେବା ଘଟଣାକୁ ନେଇ ସହରରେ ଭିନ୍ନ ଚର୍ଚ୍ଚା ଚାଲିଛି। ପୀତବାସ ରାଜନୀତିରେ ଏକ ପ୍ରମୁଖ ଚେହେରା ହୋଇଥିବାରୁ ହତ୍ୟାକାଣ୍ଡରେ କୌଣସି ରାଜନେତାଙ୍କ ସମ୍ପୃକ୍ତି ଥାଇପାରେ ବୋଲି କେତେଜଣ ଆଲୋଚନା କରୁଛନ୍ତି। ଏପରିକି ଏହି ହତ୍ୟାକାଣ୍ଡରେ ବାଲି ମାଫିଆ ସମ୍ପୃକ୍ତ ଥାଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। ତାଙ୍କର ଯଦିଓ କେହି ଶତ୍ରୁ ନାହାନ୍ତି ବୋଲି ପରିବାର ପକ୍ଷରୁ କୁହାଯାଉଛି ତାକୁ ନେଇ ବି ଭିନ୍ନ ଭିନ୍ନ କଥା ଚର୍ଚ୍ଚା ହେଉଛି। ଏପଟେ ସମୟ ଗଡି ଚାଲିଥିବାରୁ ଅଭିଯୁକ୍ତଙ୍କୁ ଖସାଇବାକୁ ଯୋଜନା ହେଉଥିବା ନେଇ କେତେଜଣ କହୁଛନ୍ତି।
ପୋଲିସ ୬ଟି ଟିମ ଗଠନ କରି ତଦନ୍ତ କରୁଥିବା କଥା କହୁଛି। ୬୦ରୁ ୭୦ ଫୁଟେଜ ସଂଗ୍ରହ କରିଛି। କିଏ କେଉଁ ଭଳି ଭାବେ ତଦନ୍ତ କରିବେ ତାହା ବି ସ୍ଥିର କରିଛି। କିନ୍ତୁ ଗୁରୁବାର ସନ୍ଧ୍ୟା ସୁଦ୍ଧା କୌଣସି ଅଗ୍ରଗତି ହେଉନଥିବାରୁ ଅପରାଧୀଙ୍କୁ ଖସାଇବାକୁ ଉଦ୍ୟମ ଚାଲିଥିବା ସନ୍ଦେହକୁ ସାଧାରଣରେ ଦୃଢ଼ୀଭୂତ କରିଛି। ସ୍ବାମୀଙ୍କୁ ହରାଇ ପୀତବାସଙ୍କ ସ୍ତ୍ରୀ ନୀରବ ହୋଇଯାଇଥିବାବେଳେ ହତ୍ୟା ଘଟଣାକୁ ନେଇ ସେ କିଛି କହିପାରୁନାହାନ୍ତି। କେବଳ ତାଙ୍କର କେହି ଶତ୍ରୁ ନ ଥିବା କହୁଛନ୍ତି। ସେହିପରି ପୁଅ ସ୍ବରୂପ ପଣ୍ଡା କହିଛନ୍ତି, ବାପା କେବେ ଚାପରେ ନ ଥିଲେ, ସେ ଜଣେ ଭଲ ମଣିଷ ଥିଲେ। ଭଲ ଆଇନଜୀବୀ ହିସାବରେ ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ଲଢ଼ୁଥିଲେ। କିନ୍ତୁ ତାଙ୍କ ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ନ୍ୟାୟ ନ ମିଳିବା ଆଶ୍ଚର୍ଯ୍ୟ କରିଛି। ତାଙ୍କୁ ଯିଏ ମାରିଛି, ଫାସି ଦିଆଯାଉ। ବାପା ଯେଉଁ ଖାଦ୍ୟ ଆଣିଥିଲେ ତାହା ଏବେ ସୁଦ୍ଧା ପଡିରହିଛି ବୋଲି ସ୍ବରୂପ କହିଛନ୍ତି। ଅନ୍ୟପକ୍ଷରେ ପୀତବାସଙ୍କ ହତ୍ୟା ପରେ ପରିବାର ଲୋକେ ଏବେ ଭୟରେ ରହିଛନ୍ତି। ବାସ୍ତବରେ ଅପରାଧିଙ୍କୁ ଧରାଯିବ ନା ତାଙ୍କୁ ଖସାଇ ଦିଆଯାଇ ଆଉ କାହାକୁ ଧରିଆଣି ଅପରାଧୀ ସଜାଯିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।
ବ୍ରହ୍ମପୁର ପୋଲିସ ଜିଲାର କେବଳ ବ୍ରହ୍ମପୁର ସହରରେ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ୧୦ ଜଣଙ୍କୁ ହତ୍ୟା କରାଗଲାଣି। ଏସବୁ ହତ୍ୟା ଘଟଣା ଭିତରୁ ୩ଟି ଘଟଣାର ଅଭିଯୁକ୍ତଙ୍କୁ ଆଜି ସୁଦ୍ଧା ପୋଲିିସ ଧରିପାରିନାହିଁ। ସେହିପରି ଗୋଟିଏ ହତ୍ୟା ଉଦ୍ୟମ ଘଟଣାରେ ମଧ୍ୟ କାହାକୁ ଗିରଫ କରିନାହିଁ। ବୈଦ୍ୟନାଥପୁର ଥାନା ଜେଲ କଡରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଥିଲା। ତାହା ଏକ ସୁପରିକଳ୍ପିତ ହତ୍ୟା ବୋଲି ପୋଲିସ ଜାଣିବାକୁ ପାଇଥିଲା। କିନ୍ତୁ ଏଯାଏଁ ସେହି ଘଟଣାରେ କାହାକୁ ଧରିପାରିନାହିଁ। ସେହିପରି କିଛିମାସ ତଳେ ବଡ଼ବଜାର ଥାନା ଲକ୍ଷ୍ମୀ ନୃସିଂହ ସାହିରେ ଜଣେ ପୂର୍ବତନ କର୍ପୋରେଟରଙ୍କ ସ୍ବାମୀଙ୍କୁ ହତ୍ୟା କରାଗଲା। ସେହି ଘଟଣାରେ ବି କେହି ଧରାପଡିନାହାନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri