ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ

ବ୍ରହ୍ମପୁର,୧୦।୧୦: ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ ମିଳିଛି। ଏ ବହୁ ଚର୍ଚ୍ଚିତ ହତ୍ୟା ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବ୍ରହ୍ମପୁର ପୋଲିସ। ଏମାନଙ୍କଠାରୁ ହତ୍ୟାକାଣଡର କିଛି ସୁରାଗ ମିଳିବ ବୋଳି ଆଶା କରାଯାଉଛି।
ସୂଚନାଯୋଗ୍ୟ, ବ୍ରହ୍ମପୁର ବୈକୁଣ୍ଠ ନଗରସ୍ଥିତ ନିଜ ଘର ନିକଟରେ ଆଇନଜୀବୀ ତଥା ଭାଜପାର ସକ୍ରିୟ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ଘଟଣାର ୭୨ ଘଣ୍ଟା ପରେ ବି ପୋଲିସ କାହାକୁ ଗିରଫ କରିନାହିଁ। ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ସତ୍ତ୍ୱେ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିନାହିଁ। ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ବାହାସ୍ପୋଟ ମାରୁଛି ପୋଲିସ। ଅଭିଯୁକ୍ତ ଚିହ୍ନଟ ନ ହେବା ଘଟଣାକୁ ନେଇ ସହରରେ ଭିନ୍ନ ଚର୍ଚ୍ଚା ଚାଲିଛି। ପୀତବାସ ରାଜନୀତିରେ ଏକ ପ୍ରମୁଖ ଚେହେରା ହୋଇଥିବାରୁ ହତ୍ୟାକାଣ୍ଡରେ କୌଣସି ରାଜନେତାଙ୍କ ସମ୍ପୃକ୍ତି ଥାଇପାରେ ବୋଲି କେତେଜଣ ଆଲୋଚନା କରୁଛନ୍ତି। ଏପରିକି ଏହି ହତ୍ୟାକାଣ୍ଡରେ ବାଲି ମାଫିଆ ସମ୍ପୃକ୍ତ ଥାଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। ତାଙ୍କର ଯଦିଓ କେହି ଶତ୍ରୁ ନାହାନ୍ତି ବୋଲି ପରିବାର ପକ୍ଷରୁ କୁହାଯାଉଛି ତାକୁ ନେଇ ବି ଭିନ୍ନ ଭିନ୍ନ କଥା ଚର୍ଚ୍ଚା ହେଉଛି। ଏପଟେ ସମୟ ଗଡି ଚାଲିଥିବାରୁ ଅଭିଯୁକ୍ତଙ୍କୁ ଖସାଇବାକୁ ଯୋଜନା ହେଉଥିବା ନେଇ କେତେଜଣ କହୁଛନ୍ତି।
ପୋଲିସ ୬ଟି ଟିମ ଗଠନ କରି ତଦନ୍ତ କରୁଥିବା କଥା କହୁଛି। ୬୦ରୁ ୭୦ ଫୁଟେଜ ସଂଗ୍ରହ କରିଛି। କିଏ କେଉଁ ଭଳି ଭାବେ ତଦନ୍ତ କରିବେ ତାହା ବି ସ୍ଥିର କରିଛି। କିନ୍ତୁ ଗୁରୁବାର ସନ୍ଧ୍ୟା ସୁଦ୍ଧା କୌଣସି ଅଗ୍ରଗତି ହେଉନଥିବାରୁ ଅପରାଧୀଙ୍କୁ ଖସାଇବାକୁ ଉଦ୍ୟମ ଚାଲିଥିବା ସନ୍ଦେହକୁ ସାଧାରଣରେ ଦୃଢ଼ୀଭୂତ କରିଛି। ସ୍ବାମୀଙ୍କୁ ହରାଇ ପୀତବାସଙ୍କ ସ୍ତ୍ରୀ ନୀରବ ହୋଇଯାଇଥିବାବେଳେ ହତ୍ୟା ଘଟଣାକୁ ନେଇ ସେ କିଛି କହିପାରୁନାହାନ୍ତି। କେବଳ ତାଙ୍କର କେହି ଶତ୍ରୁ ନ ଥିବା କହୁଛନ୍ତି। ସେହିପରି ପୁଅ ସ୍ବରୂପ ପଣ୍ଡା କହିଛନ୍ତି, ବାପା କେବେ ଚାପରେ ନ ଥିଲେ, ସେ ଜଣେ ଭଲ ମଣିଷ ଥିଲେ। ଭଲ ଆଇନଜୀବୀ ହିସାବରେ ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ଲଢ଼ୁଥିଲେ। କିନ୍ତୁ ତାଙ୍କ ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ନ୍ୟାୟ ନ ମିଳିବା ଆଶ୍ଚର୍ଯ୍ୟ କରିଛି। ତାଙ୍କୁ ଯିଏ ମାରିଛି, ଫାସି ଦିଆଯାଉ। ବାପା ଯେଉଁ ଖାଦ୍ୟ ଆଣିଥିଲେ ତାହା ଏବେ ସୁଦ୍ଧା ପଡିରହିଛି ବୋଲି ସ୍ବରୂପ କହିଛନ୍ତି। ଅନ୍ୟପକ୍ଷରେ ପୀତବାସଙ୍କ ହତ୍ୟା ପରେ ପରିବାର ଲୋକେ ଏବେ ଭୟରେ ରହିଛନ୍ତି। ବାସ୍ତବରେ ଅପରାଧିଙ୍କୁ ଧରାଯିବ ନା ତାଙ୍କୁ ଖସାଇ ଦିଆଯାଇ ଆଉ କାହାକୁ ଧରିଆଣି ଅପରାଧୀ ସଜାଯିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।
ବ୍ରହ୍ମପୁର ପୋଲିସ ଜିଲାର କେବଳ ବ୍ରହ୍ମପୁର ସହରରେ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ୧୦ ଜଣଙ୍କୁ ହତ୍ୟା କରାଗଲାଣି। ଏସବୁ ହତ୍ୟା ଘଟଣା ଭିତରୁ ୩ଟି ଘଟଣାର ଅଭିଯୁକ୍ତଙ୍କୁ ଆଜି ସୁଦ୍ଧା ପୋଲିିସ ଧରିପାରିନାହିଁ। ସେହିପରି ଗୋଟିଏ ହତ୍ୟା ଉଦ୍ୟମ ଘଟଣାରେ ମଧ୍ୟ କାହାକୁ ଗିରଫ କରିନାହିଁ। ବୈଦ୍ୟନାଥପୁର ଥାନା ଜେଲ କଡରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଥିଲା। ତାହା ଏକ ସୁପରିକଳ୍ପିତ ହତ୍ୟା ବୋଲି ପୋଲିସ ଜାଣିବାକୁ ପାଇଥିଲା। କିନ୍ତୁ ଏଯାଏଁ ସେହି ଘଟଣାରେ କାହାକୁ ଧରିପାରିନାହିଁ। ସେହିପରି କିଛିମାସ ତଳେ ବଡ଼ବଜାର ଥାନା ଲକ୍ଷ୍ମୀ ନୃସିଂହ ସାହିରେ ଜଣେ ପୂର୍ବତନ କର୍ପୋରେଟରଙ୍କ ସ୍ବାମୀଙ୍କୁ ହତ୍ୟା କରାଗଲା। ସେହି ଘଟଣାରେ ବି କେହି ଧରାପଡିନାହାନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଖସୁଛି ପାରଦ: ୨ ଦିନ ହେଲା ଶୀତ, ନିଆଁ ଲଗାଇ ବସୁଛନ୍ତି…

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ...

ବିଜେଡି, ଭାଜପାର ରୋଡ୍‌ ଶୋ’କୁ ନେଇ ଚର୍ଚ୍ଚା

ନୂଆପଡ଼ା,୯ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ପ୍ରଚାର ଶେଷ ହୋଇଯିବ। ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା...

ନୂଆପଡ଼ା ଉପନିର୍ବାଚନ ବିଜୟ ପାଇଁ ପ୍ରମୁଖ ଦଳର କସରତ୍‌

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ...

ଘାସିରାମ ନିଷ୍କଳଙ୍କ: ଚେୟାରମ୍ୟାନ ଥାଇ ନିଜ ବିଡିଓଙ୍କୁ ଧରାଇଥିଲେ ଭିଜିଲାନ୍ସ ହାତରେ

ନୂଆପଡ଼ା,୯ା୧୧ (ମକାରୁ ବେମାଲ): କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଏହି ମାଟିର ମଣିଷ, ନିଷ୍କଳଙ୍କ ବ୍ୟକ୍ତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରାର୍ଥୀ...

ଉପନିର୍ବାଚନ ପ୍ରଚାରର ଶେଷଦିନ: ୪ଟାରୁ ନୂଆପଡ଼ା ଛାଡ଼

ନୂଆପଡ଼ା,୯।୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ। ରବିବାର ଅପରାହ୍ନ ୪ଟାରୁ ସାଇଲେନ୍ସ ପିରିୟଡ ଲାଗୁ ହେବ। ସାଇଲେନ୍ସ ପିରିୟଡ ପୂର୍ବରୁ ସମସ୍ତ...

ବିଜୟ ପାଇଁ ପ୍ରମୁଖ ଦଳର କସରତ

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ...

ଯାଜପୁର ଲୋକ ସଭା ଆସନକୁ ସଂରକ୍ଷଣମୁକ୍ତ ଦାବି ତେଜିଲା

ଯାଜପୁର,୯ା୧୧(ହର୍ଷବର୍ଦ୍ଧନ ବେହେରା): ସମ୍ବିଧାନ ପ୍ରସ୍ତୁତ ହେଲାବେଳେ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ପ୍ରଥମ ୧୦ ବର୍ଷ ପାଇଁ ଲାଗୁ ହୋଇଥିଲା। ହେଲେ ଯାଜପୁର ଲୋକ ସଭା...

ଆପାର୍ଟମେଣ୍ଟ ବାଲ୍‌କୋନି ଭୁଶୁଡ଼ି ୩ମୃତ

କଟକ,୯।୧୧(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା ପାଇଁ କଟକ ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଶନିବାର ଅପରାହ୍ନରେ ମଣିସାହୁ ଛକ ନିକଟରେ ଘଟିଛି ଏକ ଅଘଟଣ। ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri