ଶୁକ୍ରବାରଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ, କଳାବାଘ ହତ୍ୟା ପରେ ତପ୍ତର ପ୍ରଶାସନ

ବାରିପଦା,୧୬।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳରେ ଶୁକ୍ରବାରଠାରୁ ନିୟୋଜିତ ହେବେ ପୋଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟାୟରେ ୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଜଏଣ୍ଟ ଟାସ୍କଫୋର୍ସ ସହ ମିଶି ପାଟ୍ରୋଲିଂ କରିବା ସହିତ ଫୋର୍ସ ରେଡ୍‌ କରିବେ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସ୍‌ପି।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ(ଏସ୍‌ଟିଆର୍‌) ପ୍ରକଳ୍ପରେ ଏକ କଳାବାଘର ହତ୍ୟା ପରେ ତପ୍ତର ହୋଇଛି ପ୍ରଶାସନ। ଶିକାରୀ ଏବଂ ବନ୍ୟପ୍ରାଣୀ ସାମଗ୍ରୀର ଅବୈଧ ବ୍ୟବସାୟୀଙ୍କ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟରୁ ଶିକାର ହୋଇଥିବା କଳାବାଘ ଚମଡ଼ା ଓ ନଖକୁ ଜବତ କରାଯିବା ସହିତ ଘଟଣାରେ ଜଡିତ ୪ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି।

ଅଭିଯୁକ୍ତମାନେ ହେଲେ ଉଦଳା ଥାନା ଅଞ୍ଚଳ ତେନ୍ତଳା ଗ୍ରାମର ଅଜମ୍ବର ନାୟକ ଛଦ୍ମନାମ ଫାଟୁ, ପୀତାମ୍ବର ନାୟକ ଛଦ୍ମନାମ ଡାକ୍ଟର, ରାମା ନାୟକ, ଛଦ୍ମନାମ ଥାଲୁ ଓ ପାଟସାଣିପୁର ଅନ୍ତର୍ଗତ ବାଲିଘାଟର ବାଇରାମ ମୁର୍ମୁ ଛଦ୍ମନାମ ଡୁଡିବାବା ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ପ୍ରକାଶ କରିଛନ୍ତି।

ଶିମିଳିପାଳ କ୍ଷେତ୍ର ଅଧୀନ ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳ ଉଦଳା ଥାନା ଅଧୀନ ତେନ୍ତୁଳା ଓ ବାଲିଘାଟ ଅଞ୍ଚଳରେ କଳାବାଘ ଚମଡଡ଼ା ଥିବା ନେଇ ବିଶ୍ବସ୍ତ ସୂତ୍ରରୁ ବନବିଭାଗ ଜାଣିବାକୁ ପାଇଥିଲା । ଏସ୍‌ଟିଆରର ଦକ୍ଷିଣ-ପଶ୍ଚିମ ଲ୍ୟାଣ୍ଡ ଡିଭିଜନର ସ୍ବତନ୍ତ୍ର ପ୍ରବର୍ତ୍ତନ ଶାଖା ପକ୍ଷରୁ ଚଢାଉ କରାଯାଇଥିଲା। ପୃଥକ୍‌ ଭାବେ ଚଢାଉ କରି ୪ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି । ପୂର୍ବରୁ ବାଘ ନଖ ଓ ଦାନ୍ତ ଜବତ ସହିତ ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପରେ ଏହି ସଫଳତା ମିଳିଛି । ତେବେ ଘଟଣାର ମାଷ୍ଟରମାଇଣ୍ଡ ଫେରାର ରହିଛନ୍ତି। ରାଜ୍ୟସ୍ତରୀୟ ଯୁଗ୍ମ କାର୍ଯ୍ୟ ବାହିନୀ (JTF) ଉପରୋକ୍ତ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତରେ ଶିମିଳିପାଳ ଦଳକୁ ସମର୍ଥନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri