ଶୁକ୍ରବାରଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ, କଳାବାଘ ହତ୍ୟା ପରେ ତପ୍ତର ପ୍ରଶାସନ

ବାରିପଦା,୧୬।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳରେ ଶୁକ୍ରବାରଠାରୁ ନିୟୋଜିତ ହେବେ ପୋଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟାୟରେ ୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଜଏଣ୍ଟ ଟାସ୍କଫୋର୍ସ ସହ ମିଶି ପାଟ୍ରୋଲିଂ କରିବା ସହିତ ଫୋର୍ସ ରେଡ୍‌ କରିବେ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସ୍‌ପି।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ(ଏସ୍‌ଟିଆର୍‌) ପ୍ରକଳ୍ପରେ ଏକ କଳାବାଘର ହତ୍ୟା ପରେ ତପ୍ତର ହୋଇଛି ପ୍ରଶାସନ। ଶିକାରୀ ଏବଂ ବନ୍ୟପ୍ରାଣୀ ସାମଗ୍ରୀର ଅବୈଧ ବ୍ୟବସାୟୀଙ୍କ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟରୁ ଶିକାର ହୋଇଥିବା କଳାବାଘ ଚମଡ଼ା ଓ ନଖକୁ ଜବତ କରାଯିବା ସହିତ ଘଟଣାରେ ଜଡିତ ୪ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି।

ଅଭିଯୁକ୍ତମାନେ ହେଲେ ଉଦଳା ଥାନା ଅଞ୍ଚଳ ତେନ୍ତଳା ଗ୍ରାମର ଅଜମ୍ବର ନାୟକ ଛଦ୍ମନାମ ଫାଟୁ, ପୀତାମ୍ବର ନାୟକ ଛଦ୍ମନାମ ଡାକ୍ଟର, ରାମା ନାୟକ, ଛଦ୍ମନାମ ଥାଲୁ ଓ ପାଟସାଣିପୁର ଅନ୍ତର୍ଗତ ବାଲିଘାଟର ବାଇରାମ ମୁର୍ମୁ ଛଦ୍ମନାମ ଡୁଡିବାବା ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ପ୍ରକାଶ କରିଛନ୍ତି।

ଶିମିଳିପାଳ କ୍ଷେତ୍ର ଅଧୀନ ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳ ଉଦଳା ଥାନା ଅଧୀନ ତେନ୍ତୁଳା ଓ ବାଲିଘାଟ ଅଞ୍ଚଳରେ କଳାବାଘ ଚମଡଡ଼ା ଥିବା ନେଇ ବିଶ୍ବସ୍ତ ସୂତ୍ରରୁ ବନବିଭାଗ ଜାଣିବାକୁ ପାଇଥିଲା । ଏସ୍‌ଟିଆରର ଦକ୍ଷିଣ-ପଶ୍ଚିମ ଲ୍ୟାଣ୍ଡ ଡିଭିଜନର ସ୍ବତନ୍ତ୍ର ପ୍ରବର୍ତ୍ତନ ଶାଖା ପକ୍ଷରୁ ଚଢାଉ କରାଯାଇଥିଲା। ପୃଥକ୍‌ ଭାବେ ଚଢାଉ କରି ୪ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି । ପୂର୍ବରୁ ବାଘ ନଖ ଓ ଦାନ୍ତ ଜବତ ସହିତ ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପରେ ଏହି ସଫଳତା ମିଳିଛି । ତେବେ ଘଟଣାର ମାଷ୍ଟରମାଇଣ୍ଡ ଫେରାର ରହିଛନ୍ତି। ରାଜ୍ୟସ୍ତରୀୟ ଯୁଗ୍ମ କାର୍ଯ୍ୟ ବାହିନୀ (JTF) ଉପରୋକ୍ତ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତରେ ଶିମିଳିପାଳ ଦଳକୁ ସମର୍ଥନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri