ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ

ଖଣ୍ଡପଡ଼ା,୨୭ା୫(ସ୍ବ.ପ୍ର):ଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀନୀଳମାଧବ ଜୀଉ ମନ୍ଦିରରେ ଜଣେ ବଭ୍ଗୀୟ ପର୍ଯ୍ୟଟକଙ୍କୁ ଅସଦାଚରଣ କରାଯାଇଥିଲା। ଏହି ଘଟଣାକୁ ୧୮ ଦିନ ବତିଥିବା ବେଳେ ଖଣ୍ଡପଡ଼ା ଥାନା ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି। ଏହାକୁ ନେଇ ଜୀଉଙ୍କ ସମସ୍ତ ପୂଜାନୀତିରେ ପୂଜକ ସମାଜ ଚଳିତମାସ ୨୯ ତାରିଖଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅସହଯାଗ କରିବେ ବୋଲି ନୀଳମାଧବ ପୂଜକ ସମାଜ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ପୂଜକ ସମାଜର ସଭାପତି ସଚ୍ଚିଦାନନ୍ଦ ମିଶ୍ର ଓ ସମ୍ପାଦକ ନୀଳମାଧବ ମିଶ୍ର ଲିଖିତ ଭାବେ ସ୍ଥାନୀୟ ଗଣମାଧ୍ୟମକୁ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଗତ ୮ ତାରିଖରେ ଜନୈକା ବଙ୍ଗୀୟ ମହିଳା ପର୍ଯ୍ୟଟକ ତାଙ୍କ ପରିବାର ସହ ଶ୍ରୀନୀଳମାଧବ ଜୀଉଙ୍କ ଦର୍ଶନରେ ଆସିଥିଲେ। ପରେ ପରେ ସମ୍ପୃକ୍ତ ମହିଳା ଜଣକ ଶୌଚ ଉଦ୍ଦେଶ୍ୟରେ ମନ୍ଦିର ଉତ୍ତର ପାର୍ଶ୍ୱ ମହାନଦୀ ନିକଟ ଏକ ଗଛମୂଳକୁ ଯାଇଥିଲେ। ଏହି ସମୟରେ ତାଙ୍କୁ କେହି ଜଣେ ଅସାମାଜିକ ବ୍ୟକ୍ତି ଅସଦାଚରଣ କରିଥିବା ପୋଲିସକୁ ଅଭିଯୋଗ କରିଥିଲେ। କଣ୍ଟିଲୋ ଫାଣ୍ଡି ଅଧିକାରୀ ଘଟଣାର ଅନୁସନ୍ଧାନ କରିଥିବା ବେଳେ ପ୍ରକୃତ ଅଭିଯୁକ୍ତଙ୍କୁ ଠାବ କରିବାରେ ବିଫଳ ହୋଇଛି। ଘଟଣାର ପରଦିନ ଅର୍ଥାତ୍‌ ୯ ତାରିଖରେ ପୂଜକ ସମାଜର କର୍ମକର୍ତ୍ତାମାନେ ଏ ସମ୍ପର୍କରେ ନୟାଗଡ଼ ଏସ୍‌ପିଙ୍କୁ ଅବଗତ କରାଇଥିଲେ। ପରବର୍ତୀ ସମୟରେ ଖଣ୍ଡପଡ଼ା ବ୍ଲକ ପରିସରରେ ୧୩ ତାରିଖରେ ଆୟୋଜିତ ଜିଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିରରେ ସାକ୍ଷାତ କରି କର୍ମକର୍ତ୍ତାମାନେ ବଙ୍ଗୀୟ ମହିଳାଙ୍କୁ ଅସଦାଚରଣ ଘଟଣା ସମ୍ପର୍କରେ ଅବଗତ କରାଇ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଇତି ମଧ୍ୟରେ କେତେଗୋଟି ଗଣମାଧ୍ୟମରେ ନୀଳମାଧବ ସେବାସୀମାନଙ୍କୁ ଏଥି ନିମନ୍ତେ ବଦନାମ କରାଯାଇ ଖବର ପ୍ରକାଶ ହେବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା କର୍ମକର୍ତ୍ତାମାନେ ଅଭିଯୋଗ ଉଠାଇଛନ୍ତି। ତେବେ ଦୀର୍ଘ ୧୮ ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ଘଟଣାର ପର୍ଦ୍ଦାଫାସ କରିବାରେ ପୋଲିସ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ କରାଯାଇଛି। ଏ ସମ୍ପର୍କରେ ପୂଜକ ସମାଜ ପକ୍ଷରୁ ଗତ ୧୯ ତାରିଖରେ ରେଜେଷ୍ଟ୍ରି ଚିଠି ମାଧ୍ୟମରେ ରାଜ୍ୟ ଦେବୋତ୍ତର କମିଶନର, ଜିଲାପାଳ, ଏସ୍‌ପି, ଖଣ୍ଡପଡ଼ା ତହସିଲଦାର ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରାଯାଇଥିଲେ। ହେଲେ କୌଣସି ସୁଫଳ ମିଳି ପାରିଲାନାହିଁ। ଆସନ୍ତା ୨୯ ତାରିଖ ମଧ୍ୟରେ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଠାକୁରଙ୍କ ସମସ୍ତ ପୂଜା, ନୀତି କାନ୍ତି ଓ ଯାତ୍ରୀ ଦର୍ଶନରେ ଅସହଯୋଗ ସହ ବନ୍ଦ କରାଯିବ ବୋଲି ପୂଜକ ସମାଜର ସମ୍ପାଦକ ନୀଳମାଧବ ମିଶ୍ର ଜଣାଇଛନ୍ତି। ଏହାଛଡ଼ା ଏହି କ୍ରମରେ ଯଦି ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରୁକୁଣୀ ବିବାହ କାର୍ଯ୍ୟକ୍ରମ ବନ୍ଦ ରୁହେ ତେବେ ଆସନ୍ତା ୪ ତାରିଖରେ ହେବାକୁ ଥିବା ଦେବସ୍ନାନ ନୀତିକୁ ବନ୍ଦ କରାଯିବ ବୋଲି ପୂଜକ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri