ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ

ଖଣ୍ଡପଡ଼ା,୨୭ା୫(ସ୍ବ.ପ୍ର):ଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀନୀଳମାଧବ ଜୀଉ ମନ୍ଦିରରେ ଜଣେ ବଭ୍ଗୀୟ ପର୍ଯ୍ୟଟକଙ୍କୁ ଅସଦାଚରଣ କରାଯାଇଥିଲା। ଏହି ଘଟଣାକୁ ୧୮ ଦିନ ବତିଥିବା ବେଳେ ଖଣ୍ଡପଡ଼ା ଥାନା ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି। ଏହାକୁ ନେଇ ଜୀଉଙ୍କ ସମସ୍ତ ପୂଜାନୀତିରେ ପୂଜକ ସମାଜ ଚଳିତମାସ ୨୯ ତାରିଖଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅସହଯାଗ କରିବେ ବୋଲି ନୀଳମାଧବ ପୂଜକ ସମାଜ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ପୂଜକ ସମାଜର ସଭାପତି ସଚ୍ଚିଦାନନ୍ଦ ମିଶ୍ର ଓ ସମ୍ପାଦକ ନୀଳମାଧବ ମିଶ୍ର ଲିଖିତ ଭାବେ ସ୍ଥାନୀୟ ଗଣମାଧ୍ୟମକୁ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଗତ ୮ ତାରିଖରେ ଜନୈକା ବଙ୍ଗୀୟ ମହିଳା ପର୍ଯ୍ୟଟକ ତାଙ୍କ ପରିବାର ସହ ଶ୍ରୀନୀଳମାଧବ ଜୀଉଙ୍କ ଦର୍ଶନରେ ଆସିଥିଲେ। ପରେ ପରେ ସମ୍ପୃକ୍ତ ମହିଳା ଜଣକ ଶୌଚ ଉଦ୍ଦେଶ୍ୟରେ ମନ୍ଦିର ଉତ୍ତର ପାର୍ଶ୍ୱ ମହାନଦୀ ନିକଟ ଏକ ଗଛମୂଳକୁ ଯାଇଥିଲେ। ଏହି ସମୟରେ ତାଙ୍କୁ କେହି ଜଣେ ଅସାମାଜିକ ବ୍ୟକ୍ତି ଅସଦାଚରଣ କରିଥିବା ପୋଲିସକୁ ଅଭିଯୋଗ କରିଥିଲେ। କଣ୍ଟିଲୋ ଫାଣ୍ଡି ଅଧିକାରୀ ଘଟଣାର ଅନୁସନ୍ଧାନ କରିଥିବା ବେଳେ ପ୍ରକୃତ ଅଭିଯୁକ୍ତଙ୍କୁ ଠାବ କରିବାରେ ବିଫଳ ହୋଇଛି। ଘଟଣାର ପରଦିନ ଅର୍ଥାତ୍‌ ୯ ତାରିଖରେ ପୂଜକ ସମାଜର କର୍ମକର୍ତ୍ତାମାନେ ଏ ସମ୍ପର୍କରେ ନୟାଗଡ଼ ଏସ୍‌ପିଙ୍କୁ ଅବଗତ କରାଇଥିଲେ। ପରବର୍ତୀ ସମୟରେ ଖଣ୍ଡପଡ଼ା ବ୍ଲକ ପରିସରରେ ୧୩ ତାରିଖରେ ଆୟୋଜିତ ଜିଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିରରେ ସାକ୍ଷାତ କରି କର୍ମକର୍ତ୍ତାମାନେ ବଙ୍ଗୀୟ ମହିଳାଙ୍କୁ ଅସଦାଚରଣ ଘଟଣା ସମ୍ପର୍କରେ ଅବଗତ କରାଇ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଇତି ମଧ୍ୟରେ କେତେଗୋଟି ଗଣମାଧ୍ୟମରେ ନୀଳମାଧବ ସେବାସୀମାନଙ୍କୁ ଏଥି ନିମନ୍ତେ ବଦନାମ କରାଯାଇ ଖବର ପ୍ରକାଶ ହେବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା କର୍ମକର୍ତ୍ତାମାନେ ଅଭିଯୋଗ ଉଠାଇଛନ୍ତି। ତେବେ ଦୀର୍ଘ ୧୮ ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ଘଟଣାର ପର୍ଦ୍ଦାଫାସ କରିବାରେ ପୋଲିସ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ କରାଯାଇଛି। ଏ ସମ୍ପର୍କରେ ପୂଜକ ସମାଜ ପକ୍ଷରୁ ଗତ ୧୯ ତାରିଖରେ ରେଜେଷ୍ଟ୍ରି ଚିଠି ମାଧ୍ୟମରେ ରାଜ୍ୟ ଦେବୋତ୍ତର କମିଶନର, ଜିଲାପାଳ, ଏସ୍‌ପି, ଖଣ୍ଡପଡ଼ା ତହସିଲଦାର ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରାଯାଇଥିଲେ। ହେଲେ କୌଣସି ସୁଫଳ ମିଳି ପାରିଲାନାହିଁ। ଆସନ୍ତା ୨୯ ତାରିଖ ମଧ୍ୟରେ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଠାକୁରଙ୍କ ସମସ୍ତ ପୂଜା, ନୀତି କାନ୍ତି ଓ ଯାତ୍ରୀ ଦର୍ଶନରେ ଅସହଯୋଗ ସହ ବନ୍ଦ କରାଯିବ ବୋଲି ପୂଜକ ସମାଜର ସମ୍ପାଦକ ନୀଳମାଧବ ମିଶ୍ର ଜଣାଇଛନ୍ତି। ଏହାଛଡ଼ା ଏହି କ୍ରମରେ ଯଦି ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରୁକୁଣୀ ବିବାହ କାର୍ଯ୍ୟକ୍ରମ ବନ୍ଦ ରୁହେ ତେବେ ଆସନ୍ତା ୪ ତାରିଖରେ ହେବାକୁ ଥିବା ଦେବସ୍ନାନ ନୀତିକୁ ବନ୍ଦ କରାଯିବ ବୋଲି ପୂଜକ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri