ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ ଦେଶୀ ମଦଭାଟି ଭାଙ୍ଗି ଭାଙ୍ଗିବା ସହ ସମିତି ସଭ୍ୟଙ୍କୁ ଗିରଫ କରିବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଗୁରୁବାର ପୁଣି ଭିମାରିପୁଟ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରିଛନ୍ତି।

ଚଢାଉ ବେଳେ ଗାଁ ପାର୍ଶ୍ୱ ନଦୀକୂଳ ଓ ପାହାଡ଼ ଉପରେ ସ୍ଥାପିତ ୫ରୁ ଊଦ୍ଦର୍‌ବ ଦେଶୀ ମଦଭାଟି ଭାଙ୍ଗି ପୋଡ଼ି ନଷ୍ଟ କରି ଦିଆଯାଇଛି। ଏପରିକି ମଦ ପ୍ରସ୍ତୁତ ପାଇଁ ୫୦ରୁ ଊର୍ଦ୍ଧ ଡ୍ରମରେ ଗଚ୍ଛିତ ପୋଚ ଢାଳି ନଷ୍ଟ କରାଯାଇଛି।

ପୋଲିସ ଏବଂ ଅବକାରୀ ବିଭାଗର ଏଭଳି ଚଢାଉକୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି। ଆଗକୁ ଏଭଳି ଚଢାଉ ଜାରି ରହିବ ବୋଲି ନନ୍ଦପୁର ଥାନା ଅଧିକାରୀ ତ୍ରିନାଥ ତୋଟା ପାଡିଆ ଓ ଅବକାରୀ ନିରୀକ୍ଷକ ସୁଧୀର ସାହୁ ସୂଚନା ଦେଇଛନ୍ତି।

Share