ଖଡ଼ିଆଳ,୧୭।୧(ସୁଜିତ କୁମାର ପ୍ରଧାନ) : ନୂଆପଡ଼ା ଜିଲା ଖଡ଼ିଆଳ ଥାନା ଜୁନାପାଣି ଖଲିଆଭଟା ଗ୍ରାମର ବିଦ୍ୟାଧର ମାଝୀଙ୍କୁ ଟ୍ରେନରୁ ଉଠାଇ ନେଇ କରେଣ୍ଟ ଦେଇ ତେଲଢାଳି ଦିଆସିଲି ମାରି ଦେଇଥିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଖବର ପ୍ରକାଶ ହେବା ପରେ ଶୁକ୍ରବାର ଜିଲା ଶ୍ରମ ଅଧିକାରୀ ଓ ଖଡ଼ିଆଳ ପୋଲିସ ବିଦ୍ୟାଧର ମାଝୀଙ୍କ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ଉପରେ ସ୍ଥାନୀୟ ଶ୍ରମିକ ଦଲାଲ ଓ ଇଟାଭାଟି ମାଲିକଙ୍କୁ ଗିରଫ କରିବାକୁ ଖଡ଼ିଆଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଗୁରୁତର ଶ୍ରମିକ ମାଝୀଙ୍କ ଘରକୁ ଜିଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ, ଖଡ଼ିଆଳ ଏସ୍ଡିପିଓ ଉପେନ୍ଦ୍ର ପ୍ରଧାନ, ଖଡ଼ିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ, ଖଡ଼ିଆଳ କଂଗ୍ରେସ ଯୁବନେତା କମଳ ଚରଣ ତାଣ୍ଡି ପହଞ୍ଚି ଶ୍ରମିକ ସହ ଘଟଣା ଉପରେ ଆଲୋଚନା କରିଥିଲେ। ମାଝୀଙ୍କ ସହିତ ହୋଇଥିବା ଘଟଣା ଉପରେ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ। ଏହି ଘଟଣାକୁ ନେଇ ଖଡ଼ିଆଳ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏହି ଘଟଣାର ତଦନ୍ତ କରି ସ୍ଥାନୀୟ ଦଲାଲ ହିତେଶ କୁମାର ଓ ଇଟାଭାଟି ମାଲିକ ଏ.ଆର୍. ମାଧବ ମାରିବା ପାଇଁ ଉଦ୍ୟମ କରୁଥିଲେ। ସେଥିପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ସହ ତୁରନ୍ତ ଗିରଫ କରାଯାଉ ବୋଲି ଅଭିଯୋଗ କରାଯାଇଛି। ଏହା ଘଟଣା ଉପରେ ଜିଲା ଶ୍ରମ ଅଧିକାରୀ ଗୁରୁତର ମାଝୀଙ୍କ ସ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଶ୍ରମିକଙ୍କ ଘରକୁ ଯାଇ ତଦନ୍ତ କରାଯାଇଛି। ଶ୍ରମିକଙ୍କୁ ଏଭଳି ବର୍ବରକାଣ୍ଡ କରିବା କଥା ନୁହେଁ, ବିନା ପଞ୍ଜୀକରଣରେ ଶ୍ରମିକଙ୍କୁ ନେଇଥିବାରୁ ଦଲାଲ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଶ୍ରମିକଙ୍କୁ ରେଡ଼କ୍ରସରୁ ସହାୟତା ଦିଆଯିବ ବୋଲି କହିଛନ୍ତି।
Dharitri – The Largest & Most Trusted Odia Daily

