ବିଜେଡି ୨ ବିଧାୟକ ବିଦା ହେବା ପଛର ଭିତିରି କଥା: ଜାଣନ୍ତୁ କ’ଣ ଘଟିଲା

ଭୁବନେଶ୍ୱର,୧୭ା୧(ସୁନିତ୍‌ ମିଶ୍ର):ବିଜେଡିର ଦୁଇଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟତଃ ଅରବିନ୍ଦ ମହାପାତ୍ରଙ୍କୁ କାହିଁକି ନିଲମ୍ବନ କରାଗଲା ତାହାର ସ୍ପଷ୍ଟ ସୂଚନା ମିଳୁ ନ ଥିବାବେଳେ ଏହାର କାରଣ ଜାଣିବା ପାଇଁ ଦଳର ବହୁ ଆଗଧାଡ଼ିର ନେତାଙ୍କ ଘରେ ଦିନତମାମ ଭିଡ଼ ଲାଗିରହିଥିଲା। ବହୁ ବିଧାୟକ ଏହି କଥାକୁ ନେଇ କେତେଜଣଙ୍କ ଘରେ ଏକାଠି ହୋଇଥିଲେ। ଅରବିନ୍ଦଙ୍କୁ ନିଲମ୍ବନ ସମ୍ପର୍କିତ ପ୍ରଶ୍ନ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖରେ କାହିଁକି ଉଠାଯିବ ନାହିଁ ବୋଲି କେତେଜଣ ବିଧାୟକ ଆଲୋଚନ କରିଥିଲେ। ଏପରି ଚର୍ଚ୍ଚା ଓ ଆଲୋଚନା ମଧ୍ୟରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବରିଷ୍ଠ ନେତା ତଥା ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର ଗତ ୧୨ ତାରିଖରେ ଝାରସୁଗୁଡ଼ାସ୍ଥିତ ଏକ ହୋଟେଲରେ ସ୍ଥାନୀୟ ଜଣେ ନେତ୍ରୀ ଓ ତାଙ୍କ ଭାଇଙ୍କ ସାଙ୍ଗରେ ଦୀର୍ଘ ସମୟ ଆଲୋଚନା କରିଥିଲେ। ସେଠାରେ କୁଆଡ଼େ ବିଜୟ କହିଥିଲେ, ବିଜେଡିରେ ରହି ଆଉ ରାଜନୀତି ସମ୍ଭବ ନୁହେଁ। ଯଦି ରାଜନୀତି କରିବାର ଅଛି, ତେବେ ନୂଆ ଏକ ଦଳର ଆବଶ୍ୟକତା ରହିଛି। ଏଥିପାଇଁ ପାଣ୍ଠିର ଆବଶ୍ୟକତା ଅଛି, ସେହି କାର୍ଯ୍ୟରେ ଲାଗ। ଆଲୋଚନା ଶେଷରେ ବିଜୟ ଆହୁରି କହିଥିଲେ, ଏହି ନୂଆ ଦଳ ପାଇଁ ଯାଜପୁର ନେତା ତଥା ଏକଥା ବିଜେଡିର କ୍ଷମତାଶାଳୀ ବୋଲାଉଥିବା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସହଯୋଗ ରହିଛି। ପରବର୍ତ୍ତୀ ସମୟରେ ଝାରସୁଗୁଡ଼ାର ଉଭୟ ନେତ୍ରୀ ଓ ନେତା ପାଣ୍ଡିଆନ୍‌ଙ୍କ ଇଙ୍ଗିତରେ ସବୁ ଆଲୋଚନା ବିଷୟ ନବୀନଙ୍କୁ ଜଣାଇଥିଲେ। ଫଳରେ ଯାଜପୁରର ଟାଣୁଆ ନେତାଙ୍କ ଭବିଷ୍ୟତ ରଣନୀତିକୁ ମାତ୍‌ ଦେବାକୁ ଯାଇ ଅରବିନ୍ଦଙ୍କୁ କୁଆଡ଼େ ନିଲମ୍ବନ କରିିବା ପାଇଁ ପାଣ୍ଡିଆନ୍‌ଙ୍କ ଏହି ଗୋଟିଚାଳନା ସଫଳ ହୋଇଥିବା ନବୀନ ନିବାସରେ ରହି ଦଳୀୟ କାର୍ଯ୍ୟରେ ମାତ୍ରାଧିକ ମୁଣ୍ଡ ପୂରାଉଥିବା ଅଫିସର ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ଯେଉଁ ଘଟଣାବଳୀ ସମ୍ପର୍କରେ ବର୍ଣ୍ଣନା କରାଗଲା, ତାହାର ପ୍ରତିଫଳନ ଶୁକ୍ରବାର ଯାଜପୁର ବିଜେଡି ରାଜନୀତିରେ ସୃଷ୍ଟି ହୋଇଥିବା ଦଳ ବଦଳ ଘଟଣାରୁ ସ୍ପଷ୍ଟ ହୋଇଛି। ବିଗତ ଦିନରେ ଯାଜପୁରକୁ ବିଜେଡିର ଗଡ଼ କୁହାଯାଉଥିଲା। ସେଠାରେ ଜିଲା ପରିଷଦ ସଭାପତି ହୋଇଥିବା ନଳୀନିପ୍ରଭା ଜେନା ଏବଂ ଉପସଭାପତି ଗଣେଶ୍ୱର ବରାଳ ବବିଙ୍କ ବେଶ୍‌ ଅନୁଗତ ଥିବା ସମସ୍ତେ ଜାଣନ୍ତି। ଏହି ଦୁଇ ନେତା ହଠାତ୍‌ ଭାଜପାରେ ଯୋଗଦେବାକୁ ନିଷ୍ପତ୍ତି ନେବା ଏବଂ ତାଙ୍କ ସହ ଆହୁରି ୧୬ଜଣ ଜିଲା ପରିଷଦ ସଦସ୍ୟ ବିଜେଡି ଛାଡ଼ିବା ବିଷୟ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି। ଯୋଜନାବଦ୍ଧ ଭାବେ ଏହି ଜିଲା ପରିଷଦ ସଭାପତି, ଉପସଭାପତିଙ୍କୁ ବିଜେଡି ଛାଡ଼ି ଭାଜପାରେ ସାମିଲ କରାଇବାର ପ୍ରକ୍ରିୟା ବିଜୁ ଜନତା ଦଳ ଭିତରୁ ଯେ ଆରମ୍ଭ ହୋଇ ନ ଥିବ ସେକଥାକୁ ଏଡ଼ାଇ ଦିଆଯାଇ ନ ପାରେ। ଯାହା ଶୁଣିବା କଥା, ଦଳୀୟ ବ୍ୟାପାରକୁ ନେଇ ବିଗତ ଦିନରେ ବିଜେଡିର ଦୁଇ କ୍ଷମତା କେନ୍ଦ୍ର ବବି ଓ ପାଣ୍ଡିଆନ୍‌ଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ପତିଆରା ଲଢ଼େଇ ଏହି ସ୍ଥିତି ସୃଷ୍ଟି କରିଥିବା ଆଲୋଚନା ହୋଇଛି।
ଅନ୍ୟପଟେ ଦଳରୁ ନିଲମ୍ବିତ ହୋଇଥିବା ଅରବିନ୍ଦ କହିଛନ୍ତି, ସେ କ’ଣ ବିଶ୍ୱାସ ଘାତକତା କରିଛନ୍ତି ତାହା ପ୍ରମାଣ କରାଯିବା ଦରକାର। ଏଭଳି ସ୍ଥିତିରେ ନବୀନ ଗୁରୁବାର ନେଇଥିବା ନିଷ୍ପତ୍ତି ନିଜର ନୁହେଁ, ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ନବୀନଙ୍କ ପ୍ରତି ଭୟ ସୃଷ୍ଟି କରାଇବା ବାହାନାରେ ତାଙ୍କ ଘନିଷ୍ଠ ସହଯୋଗୀ ଏଭଳି କରାଇଥିବା ଚର୍ଚ୍ଚା ହେଉଛି। ବିଗତ ଦିନ ଭଳି ରାଜ୍ୟରେ ଖାଲି ହେବାକୁ ଥିବା ୪ ରାଜ୍ୟ ସଭା ଆସନ ଯେନତେନ ଭାଜପା ହାତକୁ ଟେକିଦେବାକୁ ଏହି ଉଦ୍ୟମ ଆରମ୍ଭ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri