ବାହାଘର ଶୋଭାଯାତ୍ରାରେ ପୋଲିସ କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏକ ବିବାହ ଶୋଭାଯାତ୍ରା ରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ କନଷ୍ଟେବଳ ଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।ଏନେଇ ବ୍ରହ୍ମପୁର ରେ କନେଷ୍ଟବଳ ଥିବା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେଦାରପୁର ଗ୍ରାମର ନିରଞ୍ଜନ ଗୌଡ଼ ଶନିବାର ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୨୭୭/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା -୧୨୬(୨)/୧୧୫(୨)/୧୧୭(୨)/୧୨୫(ଏ)/୧୦୯ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ଘଟଣାର ତଦନ୍ତ କରି ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମର ଅଭିଯୁକ୍ତ ବଳରାମ ଗୌଡ଼ ଓରଫ ବଳିଆ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଶୁକ୍ରବାର କନେଷ୍ଟବଳ ଜଣକ ଡ୍ୟୁଟି ସାରି  ତାଙ୍କ ସମ୍ପର୍କୀୟ ଙ୍କ ବିବାହ ଶୋଭାଯାତ୍ରା ରେ ଯୋଗ ଦେବାକୁ ଝରିପଦର ଗ୍ରାମକୁ ଯାଇଥିଲେ।ଶୋଭାଯାତ୍ରା ଚାଲିଥିବା ବେଳେ ତାଙ୍କ ଶାଳକ ଏବଂ ଶ୍ରୀକାନ୍ତ ଗୌଡ଼ ନାମକ ଜଣେ ଯୁବକ ଠେଲା ପେଲା ହେଉଥିଲେ। ସେ ପ୍ରାୟ ୩୦ ମିଟର ଦୂରରେ ଠିଆ ହୋଇଥିଲେ। ବାହାଘର ଭୋଜି କୁ ଯାଇଥିବା ତାଙ୍କ ସମ୍ପର୍କୀୟ ଭାଇ ବଳରାମ  ସେଠାରେ ପହଞ୍ଚି କୌଣସି କାରଣରୁ ଏକ ପଥର ଖଣ୍ଡ ରେ ତାଙ୍କ ମୁଣ୍ଡ ପଛ ଭାଗ କୁ ମାରିବାରୁ ସେ ତଳେ ପଡ଼ିଯାଇଥିଲେ।। କିଛି ସମ୍ପର୍କୀୟ  ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ହେବାପରେ ଶନିବାର ସେ ଏନେଇ ଏତଲା ଦେଇଥିଲେ। ଆକ୍ରମଣ ରେ ବ୍ୟବହୃତ ପଥର ଖଣ୍ଡ କୁ ଜବତ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଆଇଆଇସି କହିଛନ୍ତି।

Share