ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ ବିପୁଳ ପରିମାଣର ହାତ ତିଆରି ଅତ୍ୟନ୍ତ ଶବ୍ଦ ଯୁକ୍ତ ବିସ୍ପୋରକ ବାଣ ଗଚ୍ଛିତ ରଖାଯାଇଥିବା ସୂଚନା ପାଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ରାଣୀପେଣ୍ଠ ଠାରେ କାଶୀନାଗର ଯିବା ମୁଖ୍ୟ ରାସ୍ତା କଡରେ ଗୋଟିଏ ଗୋଦାମ ଘରେ ରହିଥିବା ଖବର ପାଇ ପୋଲିସ ଅତର୍କିତ ଚଢ଼ଉ କରିଥିଲା।
ଚଢ଼ଉ ସମୟରେ ଗୋଦାମରୁ ପାଖାପାଖି ୨୦ ବସ୍ତା ହାତ ତିଆରି ବିସ୍ପୋରକ ବାଣ ଥିବା ଦେଖିବାକୁ ପାଇଥିଲେ ଯାହାର ଅନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ହାତ ତିଆରି ବାଣ ଜବତ କରାଯାଇଥିଲା। ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ କେସ୍ ନଂ ୩୮୭/୨୦୨୬ ରୁଜୁ ହୋଇଛି।
ଉପଥାନାଧିକାରୀ ବାଲ୍ମିକୀ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଟିମ୍ ଚଢ଼ଉ କରିଥିବାବେଳେ ଗୋଦାମ ମାଲିକ ପି ଭରତ କୁମାରଙ୍କ ନାମରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି। ଜବତ ହାତ ତିଆରି ବାଣ କିଏ ତିଆରି କରୁଥିଲା ଗୋଦାମ ମାଲିକ କେଉଁ ସ୍ଥାନରୁ କିଣି ଆଣିଥିଲା ଯେଉଁଠି ବାଣ ତିଆରି ହେଉଛି
ପ୍ରକୃତ ମୂଲ୍ୟ, ଗଚ୍ଛିତକରଣ ଓ ବିକ୍ରି ସମ୍ପର୍କିତ ଅନୁମତି ଏବଂ ବାଣ କେଉଁଠାରୁ ଆସିଥିଲା, ସେନେଇ ପୁଲିସ ତଦନ୍ତ ଚଳାଇଛି।